ଇଣ୍ତୋନେସିଆରେ ଆଗ୍ନେୟ ଉଦଗୀରଣ ଯୋଗୁଁ ବିମାନ ଉଡ଼ାଣ ବାତିଲ: ଛୋଟା ରାଜନକୁ ଭାରତ ଆଣିବାରେ ବିଳମ୍ୱ

ନୂଆଦିଲ୍ଲୀ: ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନକୁ ଇଣ୍ତୋନେସିଆରୁ ଭାରତ ଅଣାଯିବାରେ ବିଳମ୍ୱ ଘଟିଛି। ଇଣ୍ତୋନେସିଆରେ ଆଗ୍ନେୟ ଉଦଗୀରଣ ଯୋଗୁଁ  ବାଲିରୁ ସମସ୍ତ ବିମାନ ଉଡାଣ ବାତିଲ୍ କରାଯାଇଥିବାରୁ ରାଜନକୁ ଭାରତ ଆଣିବାରେ ସମସ୍ୟା ସୃଷ୍ଟି ହୋଇଛି। ବାଲି ବିମାନ ବନ୍ଦର ଖୋଲିଲେ ରାଜନକୁ ସିଧା ମୁମ୍ୱାଇ ଅଣାଯିବ। ୨୦୧୧ରେ ଇଣ୍ତୋନେସିଆ ଓ ଭାରତ ମଧ୍ୟରେ ହୋଇଥିବା ପ୍ରତ୍ୟାର୍ପଣ ଚୁକ୍ତି ଅନୁଯାୟୀ ସେଠାରୁ ରାଜନକୁ ଭାରତ ଅଣାଯାଉଛି। ଏପଟେ ଗତକାଲି ଇଣ୍ଟରପୋଲ୍ ପକ୍ଷରୁ ଜାକର୍ତ୍ତାରେ ଜେରା ବେଳେ ବିସ୍ଫୋରକ ତଥ୍ୟ […]

rajan

Rakesh Mallick
  • Published: Wednesday, 04 November 2015
  • , Updated: 04 November 2015, 04:12 AM IST

ନୂଆଦିଲ୍ଲୀ: ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନକୁ ଇଣ୍ତୋନେସିଆରୁ ଭାରତ ଅଣାଯିବାରେ ବିଳମ୍ୱ ଘଟିଛି। ଇଣ୍ତୋନେସିଆରେ ଆଗ୍ନେୟ ଉଦଗୀରଣ ଯୋଗୁଁ  ବାଲିରୁ ସମସ୍ତ ବିମାନ ଉଡାଣ ବାତିଲ୍ କରାଯାଇଥିବାରୁ ରାଜନକୁ ଭାରତ ଆଣିବାରେ ସମସ୍ୟା ସୃଷ୍ଟି ହୋଇଛି। ବାଲି ବିମାନ ବନ୍ଦର ଖୋଲିଲେ ରାଜନକୁ ସିଧା ମୁମ୍ୱାଇ ଅଣାଯିବ। ୨୦୧୧ରେ ଇଣ୍ତୋନେସିଆ ଓ ଭାରତ ମଧ୍ୟରେ ହୋଇଥିବା ପ୍ରତ୍ୟାର୍ପଣ ଚୁକ୍ତି ଅନୁଯାୟୀ ସେଠାରୁ ରାଜନକୁ ଭାରତ ଅଣାଯାଉଛି। ଏପଟେ ଗତକାଲି ଇଣ୍ଟରପୋଲ୍ ପକ୍ଷରୁ ଜାକର୍ତ୍ତାରେ ଜେରା ବେଳେ ବିସ୍ଫୋରକ ତଥ୍ୟ ଦେଇଛି ଛୋଟା ରାଜନ। ରାଜନ୍ କହିଛି, ମୁମ୍ୱାଇର କିଛି ପୋଲିସ ମାଫିଆ ଦାଉଦ ଇବ୍ରାହିମଙ୍କ ଇଙ୍ଗିତରେ ପରିଚାଳିତ ହେଉଛନ୍ତି। ମୁମ୍ୱାଇ ପୋଲିସ ମଧ୍ୟ ପୂର୍ବରୁ ତାକୁ ନିର୍ଯାତନା ଦେଇଥିବା କଥା ସେ ଇଣ୍ଟରପୋଲକୁ କହିଛି। ଭାରତରେ ଛୋଟା ରାଜନ ବିରୋଧରେ ହତ୍ୟା, ଷଡଯନ୍ତ୍ର, ନିଶା ଦ୍ରବ୍ୟ ଚୋରାଚାଲାଣ ଭଳି ୭୫ରୁ ଅଧିକ ମାମଲା ରହିଛି।

Related story