ଫୋନ୍‌ ସ୍ୱିଚ୍‌ ଅଫ୍‌ କରି ଚିଦାମ୍ବରମ୍‌ ନିଖୋଜ!

ନୂଆଦିଲ୍ଲୀ: ଗିରଫ ହେବାରୁ ରକ୍ଷା ପାଇବା ପାଇଁ ଫୋନ୍‌ ସ୍ୱିଚ୍‌ ଅଫ୍‌ କରି ଫେରାର ହୋଇଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ନ ହେବା ପାଇଁ ଆଗୁଆ ଜାମିନ୍‌ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯିବା ପରେ ସେ ଏପରି କରିଥିବା କୁହାଯାଉଛି। ଆଜି ବିଚାରପତି ଜଷ୍ଟିସ୍‌ ସୁନୀଲ ଗୌର ଏହି ରାୟ ଦେବା ପରେ ଚିଦାମ୍ବରମ୍‌ଙ୍କୁ ଗିରଫ କରିବାକୁ ଯାଇଥିବା ସିବିଆଇ ଏବଂ ପ୍ରବର୍ତ୍ତନ […]

palaniappan-chidambaram-former-finance-minister-770x433

Subrat Kumar Nayak
  • Published: Tuesday, 20 August 2019
  • , Updated: 20 August 2019, 10:47 PM IST

ନୂଆଦିଲ୍ଲୀ: ଗିରଫ ହେବାରୁ ରକ୍ଷା ପାଇବା ପାଇଁ ଫୋନ୍‌ ସ୍ୱିଚ୍‌ ଅଫ୍‌ କରି ଫେରାର ହୋଇଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ନ ହେବା ପାଇଁ ଆଗୁଆ ଜାମିନ୍‌ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯିବା ପରେ ସେ ଏପରି କରିଥିବା କୁହାଯାଉଛି। ଆଜି ବିଚାରପତି ଜଷ୍ଟିସ୍‌ ସୁନୀଲ ଗୌର ଏହି ରାୟ ଦେବା ପରେ ଚିଦାମ୍ବରମ୍‌ଙ୍କୁ ଗିରଫ କରିବାକୁ ଯାଇଥିବା ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମ୍‌ଙ୍କ ଘରୁ ଖାଲି ହାତରେ ଫେରିଛନ୍ତି।

ସୂଚନାଯୋଗ୍ୟ ଯେ, ଚିଦାମ୍ବରମ୍‌ଙ୍କ ନାମରେ ଉଭୟ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି। ତେଣୁ ସେ ଉଭୟ ତଦନ୍ତକାରୀ ସଂସ୍ଥାର ଗିରଫଦାରୀରୁ ବଞ୍ଚିବା ପାଇଁ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ଏହା ଖାରଜ ହେବା ପରେ ସନ୍ଧ୍ୟାରେ ପ୍ରଥମେ ସିବିଆଇ ଟିମ୍‌ ଏବଂ ଇଡି ଟିମ୍‌ ଚିଦାମ୍ବରମ୍‌ଙ୍କ ଜୋରବାଗ୍‌ସ୍ଥିତ ବାସଭାବନଠାରେ ପହଞ୍ଚିଥିଲେ। କିନ୍ତୁ ସେ ଘରେ ନଥିବାରୁ ଉଭୟ ଟିମ୍‌ଙ୍କୁ ନିରାଶ ହେବାକୁ ପଡ଼ିଥିଲା।

କୋର୍ଟ ଆଜି ଶୁଣାଣି ସମୟରେ କହିଥିଲେ, ଚିଦାମ୍ବରମ୍‌ ଏହି ମାମଲାର କିଙ୍ଗପିନ୍‌ ବୋଲି ପ୍ରମାଣରୁ ଜଣାପଡ଼ିଛି। ସେ ଆଇଏନ୍‌ଏକ୍ସ ମିଡିଆ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। କୋର୍ଟ ନିଶ୍ଚିତ ଯେ, ତାଙ୍କୁ ହେପାଜତକୁ ଆଣି ପଚରାଉଚରାର ଆବଶ୍ୟକତା ରହିଛି। ଏହା ମନି ଲଣ୍ଡରିଂର ଏକ ପ୍ରକୃଷ୍ଟ ଉଦାହରଣ ଏବଂ ଏସବୁ ମାମଲାରେ ଆଗୁଆ ଜାମିନ ଦେବା ସମାଜକୁ ଭୁଲ ବାର୍ତ୍ତା ଦେବ।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ୍‌ଙ୍କର ଏହି ଆବେଦନ ଖାରଜ ହୋଇଯିବା ପରେ ସେ ଏହା ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଓକିଲ କପିଲ ଶିବଲ ଏହି ଆବେଦନ କରିଛନ୍ତି। ଏହି ମାମଲା କୋର୍ଟ ୧ ବା ପ୍ରଧାନବିଚାରପତିଙ୍କ କୋର୍ଟକୁ ଅଣାଯାଉ ବୋଲି ଶ୍ରୀ ଶିବଲ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଏହାର ଜରୁରୀକାଳୀନ ଶୁଣାଣି ପାଇଁ ମନା କରିଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୦୭ ମସିହାରେ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ଆଇଏନ୍‌ଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କାର ଅର୍ଥ କାରବାର ପାଇଁ କ୍ଲିଅରାନ୍ସ ଦେବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ସିବିଆଇ ଏକ ଏତଲା ରୁଜୁ କରିବା ପରେ ଇଡି ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲା। ଏହା ପରେ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା ଏବଂ ସେ ଗିରଫ ମଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଜାମିନରେ ଆସିଥିଲେ।

Related story