କଳା ଯାଦୁର ମାୟା: ହ୍ୟାଣ୍ଡବ୍ୟାଗ୍‌ରେ ପୂରାଇଥିଲା ନିଜ ଝିଅର ଶବ, ଦେଉଥିଲା ଧୂପ ଦୀପ

ନୂଆଦିଲ୍ଲୀ: ଆମେ ଯେତିକି ଆଧୁନିକ ଓ ସଭ୍ୟ ହେଉଛେ ବୋଲି ଦାବି କରୁଛନ୍ତି, ସେତିକି ସେତିକି ନିମ୍ନଗାମୀ ହେଉଛି ସମାଜ ଓ ଏଥିରେ ରହୁଥିବା ମଣିଷ। ଏକବିଂଶ ଶତାବ୍ଦୀରେ ବି ଆମ ସମାଜରୁ ଅନ୍ଧବିଶ୍ୱାସ ହଟିନି। ଏହାର ଏକ ଭୟଙ୍କର ପ୍ରମାଣ ଆଜି ଦେଖିବାକୁ ମିଳିଛି ଦେଶର ରାଜଧାନୀ ଦିଲ୍ଲୀରେ। ଗତକାଲି ପୀୟୁଷ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଖବର ମିଳିଲା ଯେ, ତାଙ୍କ ତିନିବର୍ଷର ଝିଅ କୁଆଡ଼େ ଚାଲିଯାଇଛି ତା ପତ୍ତା ମିଳୁନି। ଘର ଲୋକେ […]

papa

Ordigital Desk
  • Published: Wednesday, 13 December 2017
  • , Updated: 13 December 2017, 07:32 PM IST

ନୂଆଦିଲ୍ଲୀ: ଆମେ ଯେତିକି ଆଧୁନିକ ଓ ସଭ୍ୟ ହେଉଛେ ବୋଲି ଦାବି କରୁଛନ୍ତି, ସେତିକି ସେତିକି ନିମ୍ନଗାମୀ ହେଉଛି ସମାଜ ଓ ଏଥିରେ ରହୁଥିବା ମଣିଷ। ଏକବିଂଶ ଶତାବ୍ଦୀରେ ବି ଆମ ସମାଜରୁ ଅନ୍ଧବିଶ୍ୱାସ ହଟିନି। ଏହାର ଏକ ଭୟଙ୍କର ପ୍ରମାଣ ଆଜି ଦେଖିବାକୁ ମିଳିଛି ଦେଶର ରାଜଧାନୀ ଦିଲ୍ଲୀରେ।

ଗତକାଲି ପୀୟୁଷ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଖବର ମିଳିଲା ଯେ, ତାଙ୍କ ତିନିବର୍ଷର ଝିଅ କୁଆଡ଼େ ଚାଲିଯାଇଛି ତା ପତ୍ତା ମିଳୁନି। ଘର ଲୋକେ ସବୁଆଡ଼େ ଖୋଜାଲୋଡ଼ା କରିବା ପରେ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ ଆସିବା ପରେ ଝିଅର ଦାଦା ଅଭିଯୋଗ କଲେ ଯେ, ତାଙ୍କର ସନ୍ଦେହ ତାଙ୍କ ଭାଇ ବା ଝିଅର ବାପା ଉପରେ ହେଉଛି। ପୋଲିସ୍ ଝିଅର ବାପା ପୀୟୁଷକୁ ଧରି ପଚରାଉଚରା କରିବା ପରେ ସେ ପ୍ରଥମେ କଥା ବୁଲେଇଲା, କିନ୍ତୁ ପରେ ଯାହା କହିଲା ତାହା ଶୁଣିଲେ ଆପଣଙ୍କ ଦେହ ଥରିଯିବ।

ପୀୟୁଷ ମାନିଲା- ସେ ଜଣେ କଳାଯାଦୁ ସାଧକ। ଏହି ଯାଦୁରେ ସଫଳତା ପାଇବାକୁ ସେ ତା ଝିଅକୁ ବଳି ଚଢ଼ାଇଛି। ପୋଲିସ୍ ଏହା ଜାଣି ଚକିତ ହୋଇଗଲା। ତା ପରେ ଚାଲିଲେ କୁଆଡ଼େ ଗଲା ଝିଅର ମୃତଦେହ। ତା ପରର ଘଟଣା ଥିଲା ଆହୁରି ଭୟାନକ। ଛାନ୍‌ଭିନ୍ କରି ପୋଲିସ୍ ପାଇଲା ଯେ, ପୀୟୁଷ ତା ଝିଅର ତଣ୍ଟିଚିପି ହତ୍ୟା କରିବା ପରେ ତାକୁ ଗୋଟେ ହ୍ୟାଣ୍ଡବ୍ୟାଗ୍‌ରେ ପୁରେଇ ଘରେ ରଖିଥିଲେ। ଖାଲି ସେତିକି ନୁହେଁ, ସେ ନିଜ ଝିଅର ଶବକୁ ଧୂପ ଦୀପ ଦେଇ ପୂଜା ବି କରୁଥିଲେ। ଏହି ଘଟଣା ପରେ ପୋଲିସ୍ ସଂପୃକ୍ତ ବାପା ପୀୟୂଷକୁ ଗିରଫ କରିଛି।

Related story