ଚିଲିରେ ଭୂକମ୍ପ, କାଲିଫର୍ଣ୍ଣିଆ ଓ ନ୍ୟୁଜିଲାଣ୍ଡରେ ସୁନାମୀ ଆଶଙ୍କା

ୱାଶିଂଟନ୍: ଦକ୍ଷିଣ ଆମେରିକାର ଚିଲିରେ ଗୁରବାର ସକାଳେ ଅନୁଭୂତ ହୋଇଛି ବଡ଼ ଧରଣର ଭୂକଂପ। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୩ ଥିଲା। ଏହାର କେନ୍ଦ୍ରସ୍ଥଳୀ ଇଲୋପେଲ୍ ସହରଠାରୁ ୫୫ କିଲୋମିଟର ଦୂରରେ। ଚିଲି ରାଜଧାନୀ ସେନାଟିୟାଗୋରେ ଭୂକମ୍ପ ଯୋଗୁଁ  ଉଚ୍ଚ ଅଟ୍ଟାଳିକାଗୁଡିକରେ ବ୍ୟାପକ କ୍ଷତି ଘଟିଛି।  ଭୂକମ୍ପ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଆହତ ହୋଇଥିବା ସୂଚନା ମିଳିଛି । ଚିଲିରେ ଭୂକଂପ ପରେ ପେରୁ ଓ ହବାଇ ଆଦିରେ […]

chili

Rakesh Mallick
  • Published: Thursday, 17 September 2015
  • , Updated: 04 May 2017, 03:44 PM IST

ୱାଶିଂଟନ୍: ଦକ୍ଷିଣ ଆମେରିକାର ଚିଲିରେ ଗୁରବାର ସକାଳେ ଅନୁଭୂତ ହୋଇଛି ବଡ଼ ଧରଣର ଭୂକଂପ। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୩ ଥିଲା। ଏହାର କେନ୍ଦ୍ରସ୍ଥଳୀ ଇଲୋପେଲ୍ ସହରଠାରୁ ୫୫ କିଲୋମିଟର ଦୂରରେ।

ଚିଲି ରାଜଧାନୀ ସେନାଟିୟାଗୋରେ ଭୂକମ୍ପ ଯୋଗୁଁ  ଉଚ୍ଚ ଅଟ୍ଟାଳିକାଗୁଡିକରେ ବ୍ୟାପକ କ୍ଷତି ଘଟିଛି।  ଭୂକମ୍ପ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଆହତ ହୋଇଥିବା ସୂଚନା ମିଳିଛି ।

ଚିଲିରେ ଭୂକଂପ ପରେ ପେରୁ ଓ ହବାଇ ଆଦିରେ ସୁନାମୀ ଚେତାବନୀ ଦିଆଯାଇଛି। ଏହା ସହିତ କାଲିଫର୍ଣ୍ଣିଆଠାରୁ ଆରମ୍ଭ କରି ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ମଧ୍ୟ ସୁନାମୀ ଚେତବାନୀ ଦିଆଯାଇଛି। ଏଥିପାଇଁ ହାଇଆଲର୍ଟ ଜାରି କରାଯାଇଛି।  ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ  ଖାଲି କରିବାକୁ କୁହାଯାଇଛି।

Related story