ଚୀନ ଆଡ଼କୁ ମୁହାଁଇବାକୁ ବାଧ୍ୟ ନକରୁ ଭାରତ: ନେପାଳ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ‘ପେଟ୍ରୋଲ ଓ ଅନ୍ୟାନ୍ୟ ଜିନିଷର ଯୋଗାଣରେ ଭାରତ ସମସ୍ୟା ସୃଷ୍ଟି କଲେ ଆମେ ବାଧ୍ୟ ହୋଇ ଚୀନ ଆଡ଼କୁ ମୁହାଁଇବୁ।’ ସୋମବାର ଏଭଳି ହାଲକା ଧମକ ଦେଇଛନ୍ତି ଭାରତରେ ଅବସ୍ଥାପିତ ନେପାଳର ରାଷ୍ଟ୍ରଦୂତ ଦୀପକ କୁମାର ଉପାଧ୍ୟାୟ। ସେ କହିଛନ୍ତି, ଜରୁରୀ ସାମଗ୍ରୀ ଯୋଗାଣ ଉପରେ କରାଯାଉଥିବା କଟକଣା ସଂପର୍କରେ ଭାରତ ସରକାରଙ୍କୁ ଅବଗତ କରାଯାଇଛି। ନେପାଳରେ ଭୂକଂପ ସମୟରେ ଭାରତ ଯେଉଁ ସାହାଯ୍ୟ କରିଥିଲା ତାହାକୁ ଆଜି ବି  ନେପାଳବାସୀ ମନେ ପକାନ୍ତି। ସେଥିପାଇଁ […]

nepal

Rakesh Mallick
  • Published: Monday, 05 October 2015
  • , Updated: 05 October 2015, 09:52 AM IST

ନୂଆଦିଲ୍ଲୀ: ‘ପେଟ୍ରୋଲ ଓ ଅନ୍ୟାନ୍ୟ ଜିନିଷର ଯୋଗାଣରେ ଭାରତ ସମସ୍ୟା ସୃଷ୍ଟି କଲେ ଆମେ ବାଧ୍ୟ ହୋଇ ଚୀନ ଆଡ଼କୁ ମୁହାଁଇବୁ।’ ସୋମବାର ଏଭଳି ହାଲକା ଧମକ ଦେଇଛନ୍ତି ଭାରତରେ ଅବସ୍ଥାପିତ ନେପାଳର ରାଷ୍ଟ୍ରଦୂତ ଦୀପକ କୁମାର ଉପାଧ୍ୟାୟ।

ସେ କହିଛନ୍ତି, ଜରୁରୀ ସାମଗ୍ରୀ ଯୋଗାଣ ଉପରେ କରାଯାଉଥିବା କଟକଣା ସଂପର୍କରେ ଭାରତ ସରକାରଙ୍କୁ ଅବଗତ କରାଯାଇଛି। ନେପାଳରେ ଭୂକଂପ ସମୟରେ ଭାରତ ଯେଉଁ ସାହାଯ୍ୟ କରିଥିଲା ତାହାକୁ ଆଜି ବି  ନେପାଳବାସୀ ମନେ ପକାନ୍ତି। ସେଥିପାଇଁ ନେପାଳବାସୀ ଭାରତକୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। କିନ୍ତୁ ବର୍ତ୍ତମାନ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଯେଉଁଭଳି ସମସ୍ୟା ସୃଷ୍ଟି କରାଯାଉଛି ତାହାକୁ ନେପାଳବାସୀ ଗ୍ରହଣ କରିପାରୁ ନାହାନ୍ତି। ଆବଶ୍ୟକ ହେଲେ ସେମାନେ ଏହାର ବିରୋଧ କରିବେ ଓ ଚୀନ ଆଡକୁ ମୁହାଁଇବେ।

ଦୀପକ କୁମାର ଉପାଧ୍ୟାୟ କହିଛନ୍ତି, ପେଟ୍ରୋଲ, ଡିଜେଲ୍, ଘରୋଇ ଏଲପିଜି ଓ ବିମାନ ଇନ୍ଧନ(ଏଟିଏଫ୍) ଯୋଗାଣ ପାଇଁ ନେପାଳ ସହିତ ଚୁକ୍ତି ହୋଇଥିବା ସତ୍ତ୍ୱେ ଯୋଗାଣରେ ବାଧା ସୃଷ୍ଟି କରାଯାଉଛି। ଆଇଓସି ୨୭୫ କୋଟି ଟଙ୍କାର ତେଲ ପାଇପ ଲାଇନ୍ ବିଛାଇବାକୁ ଚଳିତବର୍ଷ  ନେପାଳ ଓଏଲ୍ କର୍ପୋରେସନ୍ ଏନଓସି ସହ  ଚୁକ୍ତି ସ୍ୱାକ୍ଷର କରିଥିଲା।

ସୂଚନାଯୋଗ୍ୟ, ପେଟ୍ରୋଲ୍ ଓ ଡିଜେଲର ଅଭାବ ଯୋଗୁଁ  ନେପାଳ ସରକାର ସେଠାରେ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଛନ୍ତି। ବିମାନଗୁଡ଼ିକ ବିଦେଶରେ ତେଲ ଭର୍ତ୍ତି କରୁଛନ୍ତି।

 

Related story