ଚୀନ: ଆତଙ୍କବାଦୀ ସଂଗଠନ ସହିତ ସଂପୃକ୍ତି ସନ୍ଦେହରେ ୨୦ ବିଦେଶୀ ପର୍ଯ୍ୟଟକ ଗିରଫ, ଜଣେ ଭାରତୀୟ

ବେଜିଂ: ଆତଙ୍କବାଦୀ ସଂଗଠନ ସହିତ ସଂପର୍କ ଥିବା ସନ୍ଦେହ କରି ଚୀନ ପୋଲିସ୍ ୨୦ ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ଭାରତୀୟ ଅଛନ୍ତି। ବ୍ରିଟେନର ବୈଦଶିକ ବିଭାଗ ଓ ଦକ୍ଷିଣ ଆଫ୍ରିକାର ଏକ ଚାରିଟି ‘ଗିଫ୍ଟ ଅଫ୍ ଦ ଗିଭରସ୍’ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗିରଫ ୨୦ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ୧୧ ଜଣଙ୍କୁ ପୋଲିସ୍ ଛାଡ଼ି ଦେବାକୁ ରାଜି ହୋଇଛି। ତେବେ ବାକି ୯ ଜଣଙ୍କ ଅଟକ ରଖାଯିବ ବୋଲି କୁହାଯାଇଛି। ତେବେ ସେମାନଙ୍କ ଉପରେ କୌଣସି ଚାର୍ଜ ଲଗାଯିବ ନାହିଁ। ଏହି ୯ ଜଣଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକର ୫ ଜଣ, ବ୍ରିଟେନର ୩ ଜଣ ଓ ଜଣେ ଭାରତୀୟ ଅଛନ୍ତି। ଏମାନେ ହୋଟେଲରେ ଏକ ବେଆଇନ ଘୋଷିତ ସଂଗଠନର ଭିଡିଓ ଦେଖୁଥିଲେ ବୋଲି ଚୀନ ପୋଲିସ୍ ଅଭିଯୋଗ କରିଛି।

ସୂଚନାଯୋଗ୍ୟ, ଏହି ୨୦ ଜଣିଆ ଦଳ ୪୭ ଦିନିଆ ଚୀନ ଗସ୍ତରେ ଥିଲେ।

ବ୍ରିଟେନର ବୈଦେଶିକ ବିଭାଗ  ଓ ଦକ୍ଷିଣ ଆଫ୍ରିକାର ଦୂତାବାସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନଥିବା ବେଳେ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଘଟଣା ସଂପର୍କରେ ଏହା ପାଖରେ କିଛି ସୂଚନା ନାହିଁ।

ଅନ୍ୟପକ୍ଷରେ ଗିରଫ ପର୍ଯ୍ୟଟକମାନଙ୍କୁ ମୁକ୍ତ କରିବା ପାଇଁ ଦକ୍ଷିଣ ଆଫ୍ରିକାର ଏକ ଚାରିଟି ‘ଗିଫ୍ଟ ଅଫ୍ ଦ ଗିଭରସ୍’ ମଧ୍ୟସ୍ଥତା କରୁଛି ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

କାଲିଠାରୁ ଅନ୍ତର୍ଜାତୀୟ ବିମାନ ସେବା, ଏହି ସବୁ ସ୍ଥାନକୁ ଆରମ୍ଭ ହେବ ଉଡ଼ାଣ

ଗେହଲଟଙ୍କୁ ସମର୍ଥନ କରିବାକୁ କଂଗ୍ରେସ ବିଧାୟକଙ୍କୁ କହିଲେ ବିଜେପି ନେତ୍ରୀ!

ସବୁ ରେକର୍ଡ ଭାଙ୍ଗିଦେଲା ମହାରାଷ୍ଟ୍ର: ଦିନକରେ ୮,୬୪୧ ପଜିଟିଭ, ୨୬୬ ମୃତ

ଭଗବାନ ଦେତା ହୈ ତୋ ଛପର ଫାଡ୍‌ କେ ଦେତା ହୈ, ଲାଗିଗଲା ୧୫ କୋଟିର ଲଟେରୀ

ଜେଲରେ ବନ୍ଦୀ ଥିବା ବିପ୍ଳବୀ କବି ବରବରା ରାଓଙ୍କୁ କରୋନା

ହାତ-ପଦ୍ମ ବିନା ପାଇଲଟ୍‌ଙ୍କ ଫ୍ଲାଇଟ୍‌ କ୍ରାଶ କରିବନି ତ?

କରୋନା ମୁକାବିଲା ନେଇ ହାତ ଟେକିଦେଲେ ସରକାର, କହିଲେ ଭଗବାନ ହିଁ ଭରସା

ଚାଇନାକୁ ବିଶ୍ୱାସ କରିପାରୁନି ଭାରତ, ଆଲୋଚନା ପରେ ଆର୍ମି ଦେଲା ବଡ଼ ବୟାନ

ଅମିତ ଶାହଙ୍କୁ ଏମିତି ନିବେଦନ କଲେ ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା

ପୁଣି ନୂଆ ପିଟିସନ ଫାଇଲ କରିବେ ପାଇଲଟ କ୍ୟାମ୍ପ, କୋର୍ଟ ଦେଲେ ସମୟ

କୁଳଭୂଷଣ ଯାଦବଙ୍କୁ ମିଳିଲା ଦ୍ୱିତୀୟ କନସୁଲାର ଆସେସ୍‌, ଭାରତୀୟ ଅଧିକାରଙ୍କୁ କଲେ ସାକ୍ଷାତ

ଭାରତରେ ରେକର୍ଡ କଲା କରୋନା: ଦିନକରେ ୩୨ ହଜାରରୁ ଅଧିକ ପଜିଟିଭ,୬୦୬ ମୃତ