ଚୀନ ବନ୍ୟା: ୩୧ ମୃତ,୧୦ ଲକ୍ଷ ପ୍ରଭାବିତ

ବେଜିଂ: ଗତ ମେ’ ୧୪ ରେ  ଚୀନରେ  ହୋଇଥିବା ବନ୍ୟାରେ ୩୧ ଜଣଙ୍କର ମୃତ୍ୟୁ  ହୋଇଛି । ୧୦ଲକ୍ଷ ଲୋକ ପ୍ରଭାବିତ  ହୋଇଛନ୍ତି । ଶନିବାର  ଚୀନର ଆଭ୍ୟନ୍ତରୀଣ  ମନ୍ତ୍ରଣାଳୟ  ଏହି  ସୂଚନା ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ  ଏହି ବନ୍ୟା ଯୋଗୁ ୮୩,୦୦୦ ଲୋକ ସ୍ଥାନାନ୍ତରିତ  ହେବାକୁ ବାଧ୍ୟ ହୋଇଛନ୍ତି। ବନ୍ୟାରେ ୫୬, ୬୦୦ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବାବେଳେ ୧୧୦୦ଟି  ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ମୋଟାମୋଟି ଭାବେ  […]

rain

Rakesh Mallick
  • Published: Saturday, 06 June 2015
  • , Updated: 04 May 2017, 03:45 PM IST

ବେଜିଂ: ଗତ ମେ’ ୧୪ ରେ  ଚୀନରେ  ହୋଇଥିବା ବନ୍ୟାରେ ୩୧ ଜଣଙ୍କର ମୃତ୍ୟୁ  ହୋଇଛି । ୧୦ଲକ୍ଷ ଲୋକ ପ୍ରଭାବିତ  ହୋଇଛନ୍ତି । ଶନିବାର  ଚୀନର ଆଭ୍ୟନ୍ତରୀଣ  ମନ୍ତ୍ରଣାଳୟ  ଏହି  ସୂଚନା ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ  ଏହି ବନ୍ୟା ଯୋଗୁ ୮୩,୦୦୦ ଲୋକ ସ୍ଥାନାନ୍ତରିତ  ହେବାକୁ ବାଧ୍ୟ ହୋଇଛନ୍ତି। ବନ୍ୟାରେ ୫୬, ୬୦୦ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବାବେଳେ ୧୧୦୦ଟି  ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ମୋଟାମୋଟି ଭାବେ  ଏହି ବନ୍ୟା ଯୋଗୁ ଚୀନକୁ  ୪୩୫ ମିଲିୟନ ଡଲାର  କ୍ଷତି ସହିବାକୁ ପଡିଛି ଆଭ୍ୟନ୍ତରୀଣ  ମନ୍ତ୍ରଣାଳୟ  ପକ୍ଷରୁ  କୁହାଯାଇଛି।

Related story