ବେଜିଂ: ଦକ୍ଷିଣ ଚୀନର ଝେଜିଆଙ୍ଗ୍ ପ୍ରଦେଶରେ ୱେନଲିଙ୍ଗ୍ ସ୍ଥିତ ଜୋତା କାରଖାନା ଭୁଶୁଡି ପଡିବା ଯୋଗୁ ୯ ଜଣଙ୍କ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆହୁରି ୪୦ ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟିବା ବେଳେ କାରାଖାନା ଭିତରେ ମୋଟ ୫୧ ଜଣ ଶ୍ରମିକ କାମ କରୁଥିଲେ। ୯ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୪୨ ଜଣ ଆହତ ହୋଇଛନ୍ତି। ଏହି ଘଟଣାର ତଦନ୍ତ କରାଯାଉଛି।
ଚୀନରେ କାରଖାନାରେ ଦୁର୍ଘଟଣା କିଛି ନୂଆ କଥା ନୁହେଁ। ଗତ ଏପ୍ରିଲ ମାସରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ତେବେ ଏଥିରେ ହତାହତ ହୋଇନଥିଲେ। ସମସ୍ତଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା। ସେହିଭଳି ଗତ ନଭେମ୍ୱର ମାସରେ ଏକ କୋଇଲା ଖଣିରେ ନିଆଁ ଲାଗିଯିବାରୁ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Politics
ବିଜେପିର ରମେଶ ବିଧୁରୀଙ୍କୁ କାହିଁକି ଆଗୁଆ ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ?
ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଟାକ୍ଷ କରିଛନ୍ତି। ସେ ବିଜେପିର ରମେଶ ବିଧୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
National
ଆସାମ ଖଣିରୁ ମିଳିଲା ଆଉ ୩ ଶ୍ରମିକଙ୍କ ମୃତଦେହ, ଏବେ ବି ୫ ଜଣଙ୍କ ପତ୍ତା ମିଳୁନି
୩୧୦ ଫୁଟ ଗଭୀରରେ ଖନନ ଚାଲିଥିବା ସମୟରେ ଏହା ଭିତରେ ହଠାତ ବନ୍ୟାଜଳ ପଶି ଯାଇଥିଲା। ଖଣି ଭିତରେ ଫସି ଯାଇଥିଲେ ୯ ଜଣ ଶ୍ରମିକ।
Viral
୩ୟ ଶ୍ରେଣୀ ଛାତ୍ରୀଙ୍କୁ ହୃଦଘାତ, ସ୍କୁଲରେ ଚାଲିଗଲା ଜୀବନ: ଭିଡିଓ ଭାଇରାଲ୍
ହାର୍ଟ ଆଟାକ ଯେ କେବଳ ପ୍ରାପ୍ତ ବୟସ୍କଙ୍କୁ ହୋଇଥାଏ, ତା’ହା ଭାବିବା ଭୁଲ। କାରଣ ଛୋଟ ପିଲା ମଧ୍ୟ ଏହାର ଶିକାର ହେବାରେ ଲାଗିଛନ୍ତି।
National
ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ତଳେ ଫସିଛନ୍ତି ବହୁ ଶ୍ରମିକ
ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୁଲିସ ସୂଚନା ଦେଇଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ସମେତ ଏନଡିଆରଏଫ୍, ଏସଡିଆରଏଫ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।