ଚୀନ: ତିଆନଜିନ୍ ବନ୍ଦରରେ ବିସ୍ଫୋରଣ, ୪୪ ମୃତ, ୫୨୬ ଆହତ

ବେଜିଂ: ଚୀନର ବନ୍ଦର ସହର ତିଆନଜିନରେ ବୁଧବାର ବିଳମ୍ବିତ ରାତିରେ ବିସ୍ଫୋରଣ ଘଟି ୪୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୨୬ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୩୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବନ୍ଦର ନିକଟରେ ଥିବା ଏକ ଗୋଦାମ ଘରେ ହୋଇଥିଲା ଏହି ବିସ୍ଫୋରଣ। ଗୋଦାମ ଘରେ ବିସ୍ଫୋରକ ଓ ଦହନଶୀଳ ସାମଗ୍ରୀ ରହିଥିଲା। ପ୍ରଥମେ ଗୋଦାମ ଘରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ପରେ ପରେ ଦୁଇଟି ବଡ଼ ବିସ୍ଫୋରଣ ହୋଇଥିଲା। […]

chinportexplosion

Rakesh Mallick
  • Published: Thursday, 13 August 2015
  • , Updated: 04 May 2017, 03:45 PM IST

ବେଜିଂ: ଚୀନର ବନ୍ଦର ସହର ତିଆନଜିନରେ ବୁଧବାର ବିଳମ୍ବିତ ରାତିରେ ବିସ୍ଫୋରଣ ଘଟି ୪୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୨୬ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୩୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବନ୍ଦର ନିକଟରେ ଥିବା ଏକ ଗୋଦାମ ଘରେ ହୋଇଥିଲା ଏହି ବିସ୍ଫୋରଣ। ଗୋଦାମ ଘରେ ବିସ୍ଫୋରକ ଓ ଦହନଶୀଳ ସାମଗ୍ରୀ ରହିଥିଲା। ପ୍ରଥମେ ଗୋଦାମ ଘରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ପରେ ପରେ ଦୁଇଟି ବଡ଼ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ନିଆଁ ହୁଳା ଗୋଦାମ ଘରର ପାଖରେ ଥିବା ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପଡ଼ିଥିଲା। ବିସ୍ଫୋରଣ ପରେ ଗୋଦାମ ଘର ଆଖପାଖ ଅଞ୍ଚଳରୁ ପ୍ରାୟ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ବିସ୍ଫୋରଣ ପରେ ଉଠିଥିବା ଧୂଆଁ ଓ ନିଆଁ ସହରର ବହୁ ଦୂର ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। କିଛି ସମୟ ପର୍ଯ୍ୟନ୍ତ ପୂରା ସହରର ଉପରେ ଏକ ଧୂଆଁର ବଳୟ ସୃଷ୍ଟି ହୋଇଯାଇଥିଲା।

Related story