ବଦନାମ ହେବାର ୧୦ ମାସ ପରେ ଚୀନ୍ କହିଲା କରୋନା ଅନ୍ୟ ଦେଶରୁ ବ୍ୟାପିଛି

ବେଜିଂ: କରୋନା ଚାଇନାର ଉହାନ ସହରରୁ ଗତବର୍ଷ ଡିସେମ୍ୱର ମାସରୁ ବ୍ୟାପିଛି। ହେଲେ ଏହି ଭାଇରସ ଡିସେମ୍ୱରରେ ଉହାନରେ ଚିହ୍ନଟ ହେବା ପୂର୍ବରୁ ଅନ୍ୟ ଦେଶରୁ ବ୍ୟାପିଛି। ଚାଇନାକୁ ଟାଣି ଓଟାରି ବଦନାମ କରାଯାଉଛି। ହେଲେ ଚାଇନା ହେଉଛି ଏକମାତ୍ର ଦେଶ ଯିଏକି ପ୍ରଥମେ ଏହି ଭାଇରସକୁ ଚିହ୍ନଟ କରିଛି। ଶୁକ୍ରବାର ଚାଇନାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନ୍ୟାଙ୍ଗ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିଜ ଦେଶ ଉପରେ ଆସିଥିବା ଅଭିଯୋଗର ଜବାବ ଏଭଳି ଦେଇଛନ୍ତି। ଆମେରିକାର […]

China’s Foreign Ministry spokesperson Hua Chunying

Subhransu Sekhar
  • Published: Saturday, 10 October 2020
  • , Updated: 10 October 2020, 08:56 AM IST

ବେଜିଂ: କରୋନା ଚାଇନାର ଉହାନ ସହରରୁ ଗତବର୍ଷ ଡିସେମ୍ୱର ମାସରୁ ବ୍ୟାପିଛି। ହେଲେ ଏହି ଭାଇରସ ଡିସେମ୍ୱରରେ ଉହାନରେ ଚିହ୍ନଟ ହେବା ପୂର୍ବରୁ ଅନ୍ୟ ଦେଶରୁ ବ୍ୟାପିଛି। ଚାଇନାକୁ ଟାଣି ଓଟାରି ବଦନାମ କରାଯାଉଛି। ହେଲେ ଚାଇନା ହେଉଛି ଏକମାତ୍ର ଦେଶ ଯିଏକି ପ୍ରଥମେ ଏହି ଭାଇରସକୁ ଚିହ୍ନଟ କରିଛି। ଶୁକ୍ରବାର ଚାଇନାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନ୍ୟାଙ୍ଗ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିଜ ଦେଶ ଉପରେ ଆସିଥିବା ଅଭିଯୋଗର ଜବାବ ଏଭଳି ଦେଇଛନ୍ତି।

ଆମେରିକାର ବୈଦେଶିକ ସଚିବ ବା ମନ୍ତ୍ରୀ ମାଇକ ପୋମ୍ପିଓ ଚାଇନାକୁ କରୋନା ପାଇଁ ଦାୟୀ କରିଥିଲେ। ସମସ୍ତ ଅଭିଯୋଗର ଘଣ୍ଟ ଘୋଡ଼ାଇବା ପାଇଁ ଚାଇନା ସମସ୍ତ ଚେଷ୍ଟା କରୁଛି ବୋଲି କହିଥିଲେ। ଏହାପରେ ଶୁକ୍ରବାର ଚାଇନାର ବୈଦେଶିକ ମନ୍ତ୍ରାଳୟ ଜବାବ ଦେଇ ନିଜ ଉପରୁ ଦୋଷ ଓହ୍ଲାଇଛି।

କରୋନା ଚାଇନାର ଉହାନରୁ ବ୍ୟାପିଛି ବୋଲି ଚାଇନାର ଅନେକ ବିଶେଷଜ୍ଞ ମଧ୍ୟ ଦାବି କରିଛନ୍ତି। ଏବେ ସେମାନେ ଜୀବନ ରକ୍ଷା ପାଇଁ ଦେଶ ବାହାରେ ରହିଛନ୍ତି। ସେହିପରି କରୋନା ବାବଦରେ ଚାଇନାର ଯେଉଁ ଡାକ୍ତର ପ୍ରଥମେ ଖୁଲାସା କରିଥିଲେ ତାଙ୍କୁ ଚାଇନା ସରକାର କିଛି ଦିନ ଗୃହବନ୍ଦୀ କରିବା ପରେ ତାଙ୍କର କରୋନାରେ ମୃତ୍ୟୁ ଘଟିଛି। ପରେ ଚାଇନା ସରକାର କିନ୍ତୁ ଦୋଷ ମାନିବାକୁ ଯାଇ କହିଥିଲେ କରୋନା ଭାଇରସ ଦେଶରେ ବ୍ୟାପିଛି।

ଏହି ଭାଇରସ ସାରା ବିଶ୍ୱରେ ୩.୬ କୋଟିରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ଗତ ୧୦ ମାସ ମଧ୍ୟରେ ସାରା ପୃଥିବୀରେ ୧ ମିଲିଅନରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହା ପ୍ରଥମେ ଉହାନରେ ଦେଖାଦେଇଥିଲା। ଏହାପରଠାରୁ ୭୮ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି। ଆମେରିକା ଏହି ଭାଇରସରେ ସର୍ବାଧିକ ପ୍ରଭାବିତ ହୋଇଛି। ଆମେରିକା ପରେ ଭାରତ, ବ୍ରାଜିଲ, ଋଷିଆ ଆଦି ଦେଶ ରହିଛନ୍ତି।

Related story