ଲଜ୍ଜିତ ହେବା ପରେ ମଧ୍ୟ ସୁଧୁରୁନି ଚୀନ୍‌: ପୁଣି ଦେଲା ଯୁଦ୍ଧ ଚେତାବନୀ

ନୂଆଦିଲ୍ଲୀ: ପୁଣି ଥରେ ସରକାରୀ ଖବରକାଗଜ ଗ୍ଲୋବାଲ ଲାଇମ୍ସ ଜରିଆରେ ଯୁଦ୍ଧ ଚେତାବନୀ ଦେଇଛି ଚୀନ୍‌। ଡୋକଲାମରୁ ଭାରତ ସେନା ପ୍ରତ୍ୟାହାର ନ କଲେ ଯୁଦ୍ଧ ନିଶ୍ଚିତ ବୋଲି ଖବରକାଗଜର ସମ୍ପାଦକ କହିଛନ୍ତି। ଏଥିରେ ସେ କହିଛନ୍ତି- “ଭାରତ ଯଦି ଚୀନ୍‌ର ଚେତାବନୀକୁ ହେୟଜ୍ଞାନ କରେ ତେବେ ଯୁଦ୍ଧ ହିଁ ବିକଳ୍ପ ରହିବ।” ସେ ଆହୁରି କହିଛନ୍ତି ଯେ, ଭାରତ ୧୯୬୨ ଯୁଦ୍ଧକୁ ଭୁଲି ଯାଉଛି। ସେ ସମୟରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁ ମଧ୍ୟ […]

china

Rakesh Mallick
  • Published: Tuesday, 08 August 2017
  • , Updated: 08 August 2017, 08:01 PM IST

ନୂଆଦିଲ୍ଲୀ: ପୁଣି ଥରେ ସରକାରୀ ଖବରକାଗଜ ଗ୍ଲୋବାଲ ଲାଇମ୍ସ ଜରିଆରେ ଯୁଦ୍ଧ ଚେତାବନୀ ଦେଇଛି ଚୀନ୍‌। ଡୋକଲାମରୁ ଭାରତ ସେନା ପ୍ରତ୍ୟାହାର ନ କଲେ ଯୁଦ୍ଧ ନିଶ୍ଚିତ ବୋଲି ଖବରକାଗଜର ସମ୍ପାଦକ କହିଛନ୍ତି। ଏଥିରେ ସେ କହିଛନ୍ତି- “ଭାରତ ଯଦି ଚୀନ୍‌ର ଚେତାବନୀକୁ ହେୟଜ୍ଞାନ କରେ ତେବେ ଯୁଦ୍ଧ ହିଁ ବିକଳ୍ପ ରହିବ।”

ସେ ଆହୁରି କହିଛନ୍ତି ଯେ, ଭାରତ ୧୯୬୨ ଯୁଦ୍ଧକୁ ଭୁଲି ଯାଉଛି। ସେ ସମୟରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁ ମଧ୍ୟ ଭାବୁ ଥିଲେ ଚୀନ୍‌ ଆକ୍ରମଣ କରିବ ନାହିଁ। ଏବେ ମୋଦି ସମାନ ଚିନ୍ତାଧାରା ପୋଷଣ କରୁଛନ୍ତି। ହେଲେ ମନେ ରଖିବା ଉଚିତ ନିଜ ସାର୍ବଭୌମତ୍ୱ ରକ୍ଷା ପାଇଁ ଚୀନ୍‌ ଯୁଦ୍ଧ କରିବାକୁ ମଧ୍ୟ ପଛାଇବ ନାହିଁ।

ସୂଚନାଯୋଗ୍ୟ, ଡୋକଲାମକୁ ନେଇ ଚୀନ୍‌ର ମନ୍ଦ ଉଦ୍ଦେଶ୍ୟ ସାରା ବିଶ୍ୱ ଜାଣି ସାରିଲାଣି। ବାରମ୍ବାର ଧମକ ଦେଇ ଚୀନ୍‌ ଭାରତ ଉପରେ ଚାପ ପକାବାକୁ ଉଦ୍ୟମ କରୁଛି। ହେଲେ ଏହାର ପ୍ରଭାବ ଭାରତ ଉପରେ କିଛି ବି ପଡୁନାହିଁ। ବିବାଦ ଆରମ୍ଭରୁ ହିଁ ଭାରତ ନିଜ ମତ ସ୍ପଷ୍ଟ କରିସାରିଛି। ଏହି ବିବାଦର ସମାଧାନ କେବଳ ଆଲୋଚନା ମାଧ୍ୟମରେ ସମାଧାନ ହେବ, ଏଥିପାଇଁ ଚୀନ୍‌କୁ ଡୋକଲାମରୁ ପ୍ରଥମେ ନିଜ ସୈନ୍ୟ ହଟାଇବାକୁ ପଡିବ ବୋଲି ଭାରତ କହି ସାରିଛି।

କୂଟନୈତିକ ସ୍ତରରେ ବିଫଳ ହେବା ପରେ ଏବେ ଭାରତକୁ ଡରାବାକୁ ଚୀନ୍‌ ପ୍ରତିଦିନ କିଛି ନା କିଛି ଇଆଡୁ ସିଆଡୁ କଥା କହୁଛି।

Related story