କରୋନା ଭାଇରସ ସମ୍ପର୍କରେ ରିପୋର୍ଟ କରିଥିବା ସାମ୍ବାଦିକଙ୍କୁ ଚାଇନାର ଜେଲଦଣ୍ଡ

ଉହାନ: ଚାଇନାର ଉହାନ ସହରରୁ ହିଁ ପ୍ରଥମେ ମହାମାରୀ କରୋନା ଭାଇରସ ବ୍ୟାପିଥିଲା। ଏହାପରେ ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପହଞ୍ଚିଥିଲା। ଚାଇନା ଏହା ଲୁଚାଇବାକୁ ଚେଷ୍ଟା କରୁଥିଲେ ହେଁ ଉହାନରେ ବ୍ୟାପିଥିବା କରୋନା ଭାଇରସ ସମ୍ପର୍କରେ ଜଣେ ମହିଳା ସାମ୍ବାଦିକ ଅନେକ ଖୁଲାସା କରିଥିଲେ। ଏବେ ଉକ୍ତ ସିଟିଜେନ ଜର୍ଣ୍ଣାଲିଷ୍ଟଙ୍କୁ ଚାଇନା ଜେଲଦଣ୍ଡରେ ଦଣ୍ଡିତ କରିଛି। ଲୋକଙ୍କୁ ଭୟଭୀତ କରିବା ଓ ଅଯଥା ବିଭ୍ରାନ୍ତ ସୃଷ୍ଟି କରିବା ଘଟଣାରେ ତାଙ୍କୁ ଗୋଟିଏ କୋର୍ଟ ଦୋଷୀ ସାବ୍ୟସ୍ତ […]

vv

Hemant Lenka
  • Published: Monday, 28 December 2020
  • , Updated: 28 December 2020, 04:34 PM IST

ଉହାନ: ଚାଇନାର ଉହାନ ସହରରୁ ହିଁ ପ୍ରଥମେ ମହାମାରୀ କରୋନା ଭାଇରସ ବ୍ୟାପିଥିଲା। ଏହାପରେ ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପହଞ୍ଚିଥିଲା। ଚାଇନା ଏହା ଲୁଚାଇବାକୁ ଚେଷ୍ଟା କରୁଥିଲେ ହେଁ ଉହାନରେ ବ୍ୟାପିଥିବା କରୋନା ଭାଇରସ ସମ୍ପର୍କରେ ଜଣେ ମହିଳା ସାମ୍ବାଦିକ ଅନେକ ଖୁଲାସା କରିଥିଲେ।

ଏବେ ଉକ୍ତ ସିଟିଜେନ ଜର୍ଣ୍ଣାଲିଷ୍ଟଙ୍କୁ ଚାଇନା ଜେଲଦଣ୍ଡରେ ଦଣ୍ଡିତ କରିଛି। ଲୋକଙ୍କୁ ଭୟଭୀତ କରିବା ଓ ଅଯଥା ବିଭ୍ରାନ୍ତ ସୃଷ୍ଟି କରିବା ଘଟଣାରେ ତାଙ୍କୁ ଗୋଟିଏ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏହି ସାମ୍ବାଦିକ ଜଣଙ୍କ ହେଉଛନ୍ତି ୩୭ ବର୍ଷୀୟ ଝାଙ୍ଗ ଝହାନ। ସେ କରୋନା ସମ୍ପର୍କରେ ଖୁଲାସା କରିବାରୁ ତାଙ୍କୁ ମେ’ ମାସରୁ ହିଁ ସରକାର ଜେଲ୍‌ରେ ରଖିଥିଲେ। ଆଜି ଚାଇନାର ସଂଘାଇ ଠାରେ ଥିବା ପୁଡୋଙ୍ଗ ସ୍ଥିତ କୋର୍ଟ ମାମଲାର ଶୁଣାଣି କରି ଝାଙ୍ଗଙ୍କୁ ଦୋଷୀ ବୋଲି ବିବେଚନା କରିଛନ୍ତି।

କୋର୍ଟ ଆଗରେ ବାକ୍‌ ସ୍ୱାଧୀନତାକୁ ନେଇ ତାଙ୍କ ଓକିଲ ରେନ କ୍ୱାନ୍ନଉ ଯୁକ୍ତି ଉପସ୍ଥାପନ କରିଥିଲେ। ହେଲେ କୋର୍ଟ କିଛି ବି ଶୁଣି ନଥିଲେ। କୋର୍ଟଙ୍କ ରାୟ ବିରୋଧରେ ସେ ଉପର କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।

ଚାଇନା ସରକାର ଉହାନରେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଯେତିକି ଦେଖାଉଥିଲେ, ଏହାର ଠିକ୍‌ ବିପରୀତ କଥା ଝାଙ୍ଗ ତଥ୍ୟ ସହ ଉପସ୍ଥାପନ କରୁଥିଲେ। ରିପୋର୍ଟକୁ ନେଇ ସାରା ବିଶ୍ୱରେ ଚାଇନାର କରୋନା ମିଛ ଧରା ପଡ଼ିଯାଇଥିଲା। ଏହାପରେ ମେ’ ୧୪ରେ ହଠାତ୍‌ ଝାଙ୍ଗ ନିଖୋଜ ହୋଇଯାଇଥିଲେ। ଗୋଟିଏ ଦିନ ପରେ ତାଙ୍କୁ ସଂଘାଇ ପୁଲିସ ଗିରଫ କରିଥିବା ଜଣାପଡ଼ିଥିଲା। ଉହାନରୁ ସଂଘାଇ ୬୪୦ କିମି ଦୂର।

ଝାଙ୍ଗ ଫେବୃଆରୀ ୧ରେ ସଂଘାଇରୁ ଉହାନ ଆସିଥିଲେ। ଏଠାରେ ସେ ଭିଡିଓ ଶୁଟ କରିବା ସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ବାଇଟ୍‌ ମଧ୍ୟ ନେଇଥିଲେ। ସେମାନେ ଦେଇଥିବା ବୟାନକୁ ସେ ୟୁଟ୍ୟୁବ ସହ ଅନ୍ୟ ସୋଶାଲ ମିଡିଆରେ ପୋଷ୍ଟ କରି ଉହାନର କରୋନା ସ୍ଥିତି ସମ୍ପର୍କରେ ଖୁଲାସା କରିଥିଲେ।

Related story