ବେଜିଂ: ଅସଲ ପରିଚୟ ଦେଖାଇଛି ଚାଇନା। ଜି୨୦ ସମ୍ମିଳନୀରେ ଯୁଦ୍ଧ ଚାହୁଁନି ବୋଲି କହିଥିଲେ ଚାଇନାର ଏକଛତ୍ରବାଦ ଶାସକ ଜିନ୍ ପିଙ୍ଗ୍। ହେଲେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଚାଇନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ଚାଇନାର ଏଭଳି ଦୋମୁହଁ ନୀତି ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି।
ନିକଟରେ କ୍ୱାଡ ଦେଶ ମିଳିତ ଭାବରେ ସମରାଭ୍ୟାସ କରିଥିଲେ। ଏହି ସମୟରେ ଚାଇନା ହିନ୍ଦ୍ ମହାସାଗରରେ ନିଜ ସେନାକୁ ସତର୍କ ରହିବାକୁ କହିଥିବା ସୂଚନା ରହିଛି। ସାଟେଲାଇଟ୍ ଇମେଜରୁ ଡ୍ରାଗନ ସେନାର ସ୍ଥିତି ବାବଦରେ ଏହି ସୂଚନା ମିଳିଛି। ଏମିତିକି ଚାଇନାର ତିନୋଟି ଯୁଦ୍ଧ ଜାହାଜ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା।
ଭିଡିଓ ଅନୁଯାୟୀ ଚାଇନା ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଥିବା ନଜର ଆସିଛି। ଚାଇନାରେ ସେନାମାନେ ଗୁଳି ଚଳାଇ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଚାଇନାର ଏହି ଭିଡିଓ ମଧ୍ୟ ଏକ ପୁରୁଣା ସମରଭ୍ୟାସର ହୋଇପାରେ ବୋଲି କୁହାଯାଉଛି।
The harsh winter is here. Unlike the #PLA soldiers on the border who settle into new barracks, with new cold-proof gear, drones, and assault vehicles to withstand the extreme weather, #Indian troops bought second-hand winter clothes and face supply shortages. pic.twitter.com/w88Agkbec7
— Global Times (@globaltimesnews) November 27, 2020
ଅନ୍ୟପଟେ ଚାଇନାର ଗ୍ଲୋବାଲ୍ ଟାଇମ୍ସ ଜାରି କରିଥିବା କିଛି ଫୁଟେଜରୁ ଜଣାପଡ଼ିଛି ଯେ ଫଟୋ ଗୁଡ଼ିକ ନଭେମ୍ବର ୧୪ର ବୋଲି ଦର୍ଶାଇଛି। ଯାହାକୁ ନେଇ ଅନେକ ସମ୍ଭାବନା ଦେଖାଦେଇଛି।
ସେହିପରି ତାଇୱାନ ଟାଇମ୍ସ ଲେଖିଛି ଯେ ଚୀନ୍ ସୈନିକମାନେ ନିଜ ଅଞ୍ଚଳରେ ୧୨ ହଜାର ଫୁଟ ଉଚ୍ଚରେ ଠିଆ ହୋଇଛନ୍ତି। କିନ୍ତୁ ସେମାନଙ୍କୁ ଦିଆଯାଇଥିବା ଶୀତ ଦିନିଆ ପୋଷାକ କେବଳ ୯ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ପ୍ରଭାବଶାଳୀ ହୋଇପାରିବ। ଶୀତଦିନ ଆସୁଥିବାବେଳେ ଚାଇନାର ଯବାନମାନେ ଅସୁସ୍ଥ ହୋଇପଡ଼ିଛନ୍ତି ଏବଂ ସେମାନଙ୍କୁ ବିମାନରେ ଅନ୍ୟତ୍ର ନିଆଯାଉଛି।