ଯୁଦ୍ଧ ଜିତିବାକୁ ସେନା ପ୍ରସ୍ତୁତ ରହୁ: ଚୀନ ରାଷ୍ଟ୍ରପତି

ବେଜିଂ: ପୁଣି ଥରେ ଚୀନ ରାଷ୍ଟ୍ରପତି ହୋଇଥିବା ସି ଜିଙ୍ଗ ପିଙ୍ଗ୍‌ ଗତକାଲି ସେନା ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ଅବସରରେ ଜିଙ୍ଗ ପିଙ୍ଗ୍‌ କହିଥିଲେ,“ଯୁଦ୍ଧ ଜିତିବା ସେନାର ଲକ୍ଷ୍ୟ ହେବା ଦରକାର। ଏଥିପାଇଁ ସବୁବେଳେ ପ୍ରସ୍ତୁତ ରୁହ। ଆମେ ଏହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ଯେ ୨୦୫୦ ମସିହା ବେଳକୁ ଯେପରି ବିଶ୍ୱ ସ୍ତରୀୟ ସେନା ତିଆରି କରି ପାରିବା।” ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ଜିଙ୍ଗ୍‌ ପିଙ୍ଗଙ୍କ ଏହା […]

Rakesh Mallick
  • Published: Friday, 27 October 2017
  • , Updated: 27 October 2017, 10:41 AM IST

ବେଜିଂ: ପୁଣି ଥରେ ଚୀନ ରାଷ୍ଟ୍ରପତି ହୋଇଥିବା ସି ଜିଙ୍ଗ ପିଙ୍ଗ୍‌ ଗତକାଲି ସେନା ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ଅବସରରେ ଜିଙ୍ଗ ପିଙ୍ଗ୍‌ କହିଥିଲେ,“ଯୁଦ୍ଧ ଜିତିବା ସେନାର ଲକ୍ଷ୍ୟ ହେବା ଦରକାର। ଏଥିପାଇଁ ସବୁବେଳେ ପ୍ରସ୍ତୁତ ରୁହ। ଆମେ ଏହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ଯେ ୨୦୫୦ ମସିହା ବେଳକୁ ଯେପରି ବିଶ୍ୱ ସ୍ତରୀୟ ସେନା ତିଆରି କରି ପାରିବା।”

ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ଜିଙ୍ଗ୍‌ ପିଙ୍ଗଙ୍କ ଏହା ପ୍ରଥମ ବୈଠକ ଥିଲା। ଏହି ବୈଠକକୁ ସେ ନିଜେ ମଧ୍ୟ ସେନା ପୋଷାକ ପିନ୍ଧି ଆସିଥିଲେ।

ଜିଙ୍ଗ ପିଙ୍ଗ୍‌ ଆହୁରି କହିଥିଲେ,“ସେନା ପ୍ରଶିକ୍ଷଣ ଓ ବ୍ୟାୟମ ଉପରେ ଅଧିକ ଗୁରୁତ୍ୱ ଦେବା ଜରୁରୀ। ଏହାସହିତ  ଜାତୀୟ ପ୍ରତିରକ୍ଷା ବ୍ୟବସ୍ଥାରେ ସମୟୋପଯୋଗୀ ସଂସ୍କାର ହେବା ଦରକାର। ଆମେ ଏପରି ଏକ ସେନା ତିଆରି କରିବା ଦରକାର ଯାହା କି କମ୍ୟୁନିଷ୍ଟ  ପାର୍ଟି ଅଫ୍‌ ଚୀନ (ସିପିସି)ର ନିର୍ଦ୍ଦେଶ ଶୁଣିବା ସହ ଯୁଦ୍ଧ ଜିତିବା ପାଇଁ ସକ୍ଷମ ହୋଇପାରିବ।”

Related story