ଉସକେଇବାକୁ ପ୍ରୟାସ! ଲଦାଖ ସୀମାରେ ଲାଉଡ ସ୍ପିକରରେ ପଞ୍ଜାବୀ ଗୀତ ବଜାଇଲା ଚାଇନା

ସୀମାରେ ଚାଇନାର ଲାଉଡ ସ୍ପିକର ରଣନୀତି ଭାରତକୁ ଉସକେଇବାକୁ ପ୍ରୟାସ! ୧୯୬୨ ଯୁଦ୍ଧରେ ଏବଂ ୧୯୬୭ ମସିହାରେ ନାଥୁ ଲା ସଂଘର୍ଷର ରଣନୀତି ଆପଣାଇଲା ଚାଇନା ୨୦ ଦିନ ମଧ୍ୟରେ ତିନିରୁ ଅଧିକ ଥର ଗୁଳି ବିନିମୟ ଲଦାଖ: ସୀମାରେ ଭାରତକୁ ଉସକେଇବା ପାଇଁ ଚାଇନା ଏବେ ସମସ୍ତ ପ୍ରକାର ଚେଷ୍ଟା ଆରମ୍ଭ କରି ଦେଇଛି। ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ସୈନ୍ୟମାନେ ଫିଙ୍ଗର -୪ ଅଞ୍ଚଳରେ ଲାଉଡ ସ୍ପିକର ଲଗାଇ ଭାରତୀୟ ସୈନିକମାନଙ୍କ ଆଗରେ […]

indian-army

indian-army

Subhransu Sekhar
  • Published: Thursday, 17 September 2020
  • Updated: 17 September 2020, 07:29 AM IST

Sports

Latest News

  • ସୀମାରେ ଚାଇନାର ଲାଉଡ ସ୍ପିକର ରଣନୀତି
  • ଭାରତକୁ ଉସକେଇବାକୁ ପ୍ରୟାସ!
  • ୧୯୬୨ ଯୁଦ୍ଧରେ ଏବଂ ୧୯୬୭ ମସିହାରେ ନାଥୁ ଲା ସଂଘର୍ଷର ରଣନୀତି ଆପଣାଇଲା ଚାଇନା
  • ୨୦ ଦିନ ମଧ୍ୟରେ ତିନିରୁ ଅଧିକ ଥର ଗୁଳି ବିନିମୟ

ଲଦାଖ: ସୀମାରେ ଭାରତକୁ ଉସକେଇବା ପାଇଁ ଚାଇନା ଏବେ ସମସ୍ତ ପ୍ରକାର ଚେଷ୍ଟା ଆରମ୍ଭ କରି ଦେଇଛି। ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ସୈନ୍ୟମାନେ ଫିଙ୍ଗର -୪ ଅଞ୍ଚଳରେ ଲାଉଡ ସ୍ପିକର ଲଗାଇ ଭାରତୀୟ ସୈନିକମାନଙ୍କ ଆଗରେ ପଞ୍ଜାବୀ ଗୀତ ଲଗାଇଥିବା ଦେଖିବାକୁ ମିିଳିଛି। ଭାରତୀୟ ସେନା ଏହି ସ୍ଥାନରେ ଚାଇନା ସେନା ଉପରେ ନଜର ରଖିବା ପାଇଁ ଫିଙ୍ଗର -୪ରେ ଚବିଶ ଘଣ୍ଟିଆ ପାଟ୍ରୋଲିଂ କରୁଛନ୍ତି। ଏମିିତିକି ଭାରତ ଏକ ପୋଷ୍ଟ ସ୍ଥାପନ କରିଛି।

ଅନ୍ୟପଟେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଚାଇନା ସେନା ଚାପରୁ ମୁକ୍ତି ପାଇବା ପାଇଁ ଏଭଳି ଲାଉଡ ସ୍ପିକର ରଣନୀତି ଆରମ୍ଭ କରିଛି।

ଭାରତୀୟ ସେନାର ଜଣେ ପୂର୍ବତନ ସେନା ମୁଖ୍ୟଙ୍କ ଅନୁଯାୟୀ, ୧୯୬୨ ଯୁଦ୍ଧରେ ଏବଂ ୧୯୬୭ ମସିହାରେ ନାଥୁ ଲା ସଂଘର୍ଷ ସମୟରେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ପଶ୍ଚିମ ଏବଂ ପୂର୍ବ ଅଞ୍ଚଳରେ ଲାଉଡ୍ ସ୍ପିକର ରଣନୀତି ବ୍ୟବହାର କରିଥିଲା। ଫିଙ୍ଗର ୪ରେ ପଞ୍ଜାବୀ ଗୀତ ବଜାଇବା ସମୟରେ ଭାରତୀୟ ସେନା ଦ୍ୱନ୍ଦ୍ୱରେ ପଡ଼ିଥିଲେ। ପୂର୍ବତନ ସେନା ମୁଖ୍ୟ କହିଛନ୍ତି ଯେ ଫିଙ୍ଗର ଉଚ୍ଚ ପାହାଡରେ ସେତେବେଳେ ପଞ୍ଜାବର ସୈନିକମାନେ ନେତୃତ୍ୱ ନେଇଥିଲେ।

ସୂଚନାଯୋଗ୍ୟ, ଲଦାଖରେ ଥିବା ଲାଇନ୍ ଅଫ୍ ଆକଚୁଆଲ୍ (ଏଲଏସି)ରେ ଚୀନ୍ ସହ ତିକ୍ତତା ବଢ଼ି ଚାଲିଛି। ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପିପୁଲ୍ସ ଲିବରେସନ୍ ଆର୍ମିର ଗତିବିଧି ଉପରେ ଭାରତୀୟ ସେନା ନଜର ରଖିଛି। ଏହାରି ଭିତରେ ଗତ ୨୦ ଦିନ ମଧ୍ୟରେ ଭାରତ ଏବଂ ଚୀନ୍ ମଧ୍ୟରେ ଉତ୍ତର ପାଙ୍ଗଙ୍ଗ ହ୍ରଦ ନିକଟରେ ଅତି କମରେ ତିନିରୁ ଅଧିକ ଧର ଗୁଳି ବିନିମୟ ହୋଇଛି। ପାଖାପାଖି ୧୦୦-୨୦୦ ରାଉଣ୍ଡ ଗୁଳି ଫାଇରିଂ ହୋଇଥିବା ଜଣାପଡ଼ିଛି। ୪୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଲଏସିରେ ଗୁଳି ବିନିମୟ ହୋଇଥିବା କୁହାଯାଉଛି।

ପ୍ରଥମ ଘଟଣା ଅଗଷ୍ଟ ୨୯-୩୧ରେ ହୋଇଥିବା ଜଣାପଡ଼ିଛି। ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳ ନିକଟରେ ଥିବା ଉଚ୍ଚ ଅଞ୍ଚଳକୁ କବଜା କରିବା ପାଇଁ ଚୀନ୍ ଉଦ୍ୟମ କରିଥିଲା। ଏହି ସମୟରେ ଗୁଳିବିନିମୟ ହୋଇଥିଲା। ପରେ ଦ୍ୱିତୀୟ ଘଟଣା ସେପ୍ଟେମ୍ବର ୭ରେ ମୁଖପାରୀ ନିକଟରେ ଘଟିଥିଲା।  ତୃତୀୟ ଘଟଣା ୮ ସେପ୍ଟେମ୍ବରରେ ଉତ୍ତର ପାଙ୍ଗଙ୍ଗ ହ୍ରଦ ନିକଟରେ ଘଟିଥିଲା ବୋଲି ସେନା ସୂତ୍ରରୁ ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଉଭୟ ପାର୍ଶ୍ୱରୁ ସୌନ୍ୟମାନେ ୧୦୦ରୁ ଅଧିକ ରାଉଣ୍ଡ ଗୁଳି ଚଳାଇଥିଲେ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମସ୍କୋରେ ଏସସିଓ ବୈଠକରେ ଚୀନ ପ୍ରତିପକ୍ଷଙ୍କ ସହିତ ଆଲୋଚନା କରୁଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏହି ବୈଠକରେ ଚୀନ୍ ପ୍ରତିପକ୍ଷଙ୍କୁ ଭେଟି ସୀମା ବିବାଦ ନେଇ ଆଲୋଚନା କରିଥିଲେ ଜୟଶଙ୍କର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos