ଚାଇନାର ଦାବି, କୁକୁଡାରେ ରହିଛି କରୋନା ଭାଇରସ!

ବେଜିଂ: କରୋନା ଭାଇରସର ସୃଷ୍ଟି କର୍ତ୍ତା କହି ସାରା ବିଶ୍ୱ ଚୀନକୁ ଦୋଷ ଦେଉଛି। ତେବେ ଚୀନ୍ ଏଯାବତ ଏହି ଅଭିଯୋଗକୁ ଖଣ୍ଡନ କରି ଆସୁଛି। ଏବେ କିନ୍ତୁ ଚୀନ କରୋନାକୁ ନେଇ ନୂଆ ଦାବି କରିଛି। ବ୍ରାଜିଲରୁ ଆସୁଥିବା ଫ୍ରୋଜେନ ଫୁଡ୍ (ଦୀର୍ଘ ଦିନ ଧରି ଫ୍ରିଜ ବା ବଡ଼ ବଡ଼ ଶୀତଳ ଭଣ୍ଡାରରେ ରହୁଥିବା ଖାଦ୍ୟ) ଚିକେନ୍‌ରେ କରୋନା ଭାଇରସ୍ ମିଳିଥିବା ନେଇ ଚୀନ୍ ଦାବି କରିଛି। ଚୀନର ଶେନଜେନ୍ ସହରରେ ରହୁଥିବା ଲୋକଙ୍କୁ […]

frozen-meat

Subhransu Sekhar
  • Published: Thursday, 13 August 2020
  • , Updated: 13 August 2020, 10:22 PM IST

ବେଜିଂ: କରୋନା ଭାଇରସର ସୃଷ୍ଟି କର୍ତ୍ତା କହି ସାରା ବିଶ୍ୱ ଚୀନକୁ ଦୋଷ ଦେଉଛି। ତେବେ ଚୀନ୍ ଏଯାବତ ଏହି ଅଭିଯୋଗକୁ ଖଣ୍ଡନ କରି ଆସୁଛି। ଏବେ କିନ୍ତୁ ଚୀନ କରୋନାକୁ ନେଇ ନୂଆ ଦାବି କରିଛି। ବ୍ରାଜିଲରୁ ଆସୁଥିବା ଫ୍ରୋଜେନ ଫୁଡ୍ (ଦୀର୍ଘ ଦିନ ଧରି ଫ୍ରିଜ ବା ବଡ଼ ବଡ଼ ଶୀତଳ ଭଣ୍ଡାରରେ ରହୁଥିବା ଖାଦ୍ୟ) ଚିକେନ୍‌ରେ କରୋନା ଭାଇରସ୍ ମିଳିଥିବା ନେଇ ଚୀନ୍ ଦାବି କରିଛି। ଚୀନର ଶେନଜେନ୍ ସହରରେ ରହୁଥିବା ଲୋକଙ୍କୁ ଅନ୍ୟ ଦେଶରୁ ଆସୁଥିବା ଖାଦ୍ୟ ସାମଗ୍ରୀକୁ ଯତ୍ନର ସହ ବ୍ୟବହାର କରିବାକୁ କହିଛି ଚୀନ ସରକାର।

ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁଯାୟୀ, ବ୍ରାଜିଲରୁ କୁକୁଡାର ପରର କରୋନା ନମୁନା ଯାଞ୍ଚ କରାଯାଇଥିଲା, ଯାହା କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି। ଏହାକୁ ପରୀକ୍ଷା କରିବା ପାଇଁ ମାଂସର ଉପର ପୃଷ୍ଠରୁ ନମୁନା ପରୀକ୍ଷା କରାଯାଇଥିଲା।

ଚୀନ୍‌ର ବିବୃତ୍ତିରେ ପ୍ରଦାନ କରାଯାଇଥିବା ପଞ୍ଜୀକରଣ ନମ୍ବର ଅନୁଯାୟୀ ଏହି କୁକୁଡା ଦକ୍ଷିଣ ରାଜ୍ୟ ସାଣ୍ଟା ସାଇଟ୍ରିନାସ୍ଥିତ ଏଲେମାଣ୍ଟୋସରୁ ଆସିଛି। ବ୍ରାଜିଲରେ ପଜିଟିଭ୍ ପରୀକ୍ଷା କରିବାକୁ ଆସିଥିବା ଲୋକମାନେ ହୁଏତ ଏହି କୁକୁଡା ସମ୍ପର୍କରେ ଆସିଥିବେ ବୋଲି ଚୀନ୍ ଦାବି କରିଛି। ତେବେ ଚାଇନା ଆହୁରି ଅନେକ ଉତ୍ପାଦର ଅନୁସନ୍ଧାନ କରିଛି, କିନ୍ତୁ ସେମାନଙ୍କ ରିପୋର୍ଟ ନକାରାତ୍ମକ ରହିଛି।

ଫ୍ରୋଜେନ୍ ଫୁଡ୍ ଏବଂ ପାଣି ଜାତୀୟ ଖାଦ୍ୟ ସାମଗ୍ରୀ କିଣିବା ସମୟରେ ଗ୍ରାହକମାନେ ବହୁତ ସତର୍କ ରହିବା ଆବଶ୍ୟକ ବୋଲି ଚାଇନାର ସ୍ଥାନୀୟ ପ୍ରଶାସନ କହିଛି। ବୁଧବାର ଚୀନର ଇକ୍ୟୁଏଡରକୁ ଆମଦାନୀ ହୋଇଥିବା ଚିଙ୍ଗୁଡ଼ିରେ କରୋନା ଭାଇରସ୍ ମିଳିଥିବା ଜଣାପଡ଼ିଛି। ତେବେ ବ୍ରାଜିଲ୍ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, କରୋନା ଭାଇରସ୍ କାରଣରୁ ଚୀନ୍ ଜୁନ୍ ମାସରେ ବ୍ରାଜିଲ ସମେତ ଅନେକ ଦେଶରୁ ମାଂସ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା, ଏବେ କିନ୍ତୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଥିଲା।

Related story