ଖରାପ ସ୍ଥିତିରେ ପାକିସ୍ତାନକୁ ସହଯୋଗ କଲାନି ଚାଇନା

ଇସାଲାମାବାଦ: କୁହାଯାଏ ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ଅର୍ଥନୀତି ଖରାପ ସ୍ଥିତିରେ ଥିବା ବେଳେ ରେଳ ପ୍ରୋଜେକ୍ଟକୁ ଆଗକୁ ନେବା ପାଇଁ ବନ୍ଧୁ ରାଷ୍ଟ୍ର ଚାଇନାକୁ ଋଣ ମାଗିଥିଲା ପାକିସ୍ତାନ। ହେଲେ ଋଣ ଦେବା ବେଳେ ଅତିରିକ୍ତ ଗ୍ୟାରେଣ୍ଟି ମାଗିଛି ଚାଇନା। ଆଉ ଇମ୍ରାନ୍ ଖାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାର ଗ୍ୟାରେଣ୍ଟି ଦେବାରେ ଅସମର୍ଥ ବୋଲି ବେଜିଂକୁ କହିଥିବା ସୂଚନା ରହିଛି। ପାକିସ୍ତାନରେ ରେଳ-ମେନ୍ ଲାଇନ୍-ଏକ ବା ଏମଏଲ-ଓ୍ୱାନ୍ ପ୍ରୋଜେକ୍ଟ ଉପରେ କାମ ଆରମ୍ଭ […]

CHINA-PAKISTAN

Subhransu Sekhar
  • Published: Thursday, 24 December 2020
  • , Updated: 24 December 2020, 05:37 PM IST

ଇସାଲାମାବାଦ: କୁହାଯାଏ ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ଅର୍ଥନୀତି ଖରାପ ସ୍ଥିତିରେ ଥିବା ବେଳେ ରେଳ ପ୍ରୋଜେକ୍ଟକୁ ଆଗକୁ ନେବା ପାଇଁ ବନ୍ଧୁ ରାଷ୍ଟ୍ର ଚାଇନାକୁ ଋଣ ମାଗିଥିଲା ପାକିସ୍ତାନ। ହେଲେ ଋଣ ଦେବା ବେଳେ ଅତିରିକ୍ତ ଗ୍ୟାରେଣ୍ଟି ମାଗିଛି ଚାଇନା। ଆଉ ଇମ୍ରାନ୍ ଖାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାର ଗ୍ୟାରେଣ୍ଟି ଦେବାରେ ଅସମର୍ଥ ବୋଲି ବେଜିଂକୁ କହିଥିବା ସୂଚନା ରହିଛି।

ପାକିସ୍ତାନରେ ରେଳ-ମେନ୍ ଲାଇନ୍-ଏକ ବା ଏମଏଲ-ଓ୍ୱାନ୍ ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିଛି। ଏଥିପାଇଁ ୬ ଅରବ ଡଲାର ଆବଶ୍ୟକ ରହିଛି। ଏବେ ଏହି ପ୍ରୋଜେକ୍ଟକୁ ଆଗକୁ ନେବା ପାଇଁ ପାକିସ୍ତାନ ପାଖରେ ସମ୍ୱଳର ଘୋର ଅଭାବ ରହିଛି। ତେଣୁ ବେଜିଂକୁ ସହଯୋଗ କରିବା ପାଇଁ କହିଥିଲା ଚାଇନା। ଆଉ ଚାଇନା ଏଥିପାଇଁ କମର୍ସିଆଲ୍ ଆଣ୍ଡ କନସେସିନାଲ ଲୋନ୍ ନେବା ପାଇଁ ପ୍ରସ୍ତାବ ଦେଇଥିଲା।

ଏହି ଏମଏଲ-ଓ୍ୱାନ ପ୍ରୋଜେକ୍ଟ ଅନୁଯାୟୀ ପେଶାଓ୍ୱାରରୁ କରାଚି ଯାଏ ୧,୮୭୨ କିଲୋମିଟର ରାସ୍ତା କାମ ହେବ। ରେଳ ଲାଇନ୍ ତିଆରି ସହିତ ଆଧୁନିକୀକରଣ ହେବ ବୋଲି ଯୋଜନା ରହିଛି। ଏହି ରେଳ ଲାଇନ୍ ଚାଇନା ପାକିସ୍ତାନ ଇକୋନମିକ କୋରିଡରର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମୁଖ୍ୟ ଭୂମିକା ନେବ।

ତେବେ ଚାଇନା ଏବେ ପାକିସ୍ତାନର ଅର୍ଥନୀତିକ ସ୍ଥିତିକୁ ଆକଳନ କରି ଋଣ ଦେବା ବେଳେ ଅତିରିକ୍ତ ଗ୍ୟାରେଣ୍ଟି ମାଗିଛି। ସୂଚନାଯୋଗ୍ୟ, ପାକିସ୍ତାନ ଅଧିକୃତ କଶ୍ମୀରରେ ଚାଇନା ନିଜର ବଡ଼ ପ୍ରୋଜେକ୍ଟ ଆରମ୍ଭ କରୁଛି। ଯାହାକି ଚାଇନାର ଅର୍ଥନୀତିକୁ ମଜବୁତ କରିବ।

Related story