ଦିଲ୍ଲୀରେ ଜିନ୍ପିଙ୍ଗ ନିଆଁ
ନୂଆଦିଲ୍ଲୀ: ଚୀନ୍ କମ୍ୟୁନିଷ୍ଟ ପାର୍ଟିର ୧୯ତମ କଂଗ୍ରେସ ଆଜିଠାରୁ ଆରମ୍ଭ ହୋଇଯାଇଛି। ପୁଣି ଥରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କୁ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ବୈଠକରେ ଜିନପିଙ୍ଗ ନିଜ ୫ ବର୍ଷ କାର୍ଯ୍ୟକାଳର ରିପୋର୍ଟ କାର୍ଡ ବଖାଣିଥିଲେ। ଆର୍ଥିକ ଅଭିବୃଦ୍ଧି ହାର ବୃଦ୍ଧି ସହ ଚୀନରେ ଦୁର୍ନୀତି ହ୍ରାସ ପାଇଛି ବୋଲି ଜିନପିଙ୍ଗ ଏହି ଅବସରରେ କହିଥିଲେ। ସାଢ଼େ ତିନି ଘଣ୍ଟାର ଅଭିଭାଷଣରେ ଜିନପି୍ଙ୍ଗ ଚୀନକୁ ଦୃଢ଼ ଅର୍ଥନୀତିରେ […]
ନୂଆଦିଲ୍ଲୀ: ଚୀନ୍ କମ୍ୟୁନିଷ୍ଟ ପାର୍ଟିର ୧୯ତମ କଂଗ୍ରେସ ଆଜିଠାରୁ ଆରମ୍ଭ ହୋଇଯାଇଛି। ପୁଣି ଥରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କୁ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ବୈଠକରେ ଜିନପିଙ୍ଗ ନିଜ ୫ ବର୍ଷ କାର୍ଯ୍ୟକାଳର ରିପୋର୍ଟ କାର୍ଡ ବଖାଣିଥିଲେ। ଆର୍ଥିକ ଅଭିବୃଦ୍ଧି ହାର ବୃଦ୍ଧି ସହ ଚୀନରେ ଦୁର୍ନୀତି ହ୍ରାସ ପାଇଛି ବୋଲି ଜିନପିଙ୍ଗ ଏହି ଅବସରରେ କହିଥିଲେ।
ସାଢ଼େ ତିନି ଘଣ୍ଟାର ଅଭିଭାଷଣରେ ଜିନପି୍ଙ୍ଗ ଚୀନକୁ ଦୃଢ଼ ଅର୍ଥନୀତିରେ ପରିଣତ କରିବାକୁ ପ୍ରତଶୃତି ଦେଇଛନ୍ତି। ଏଥିସହ ବିଶ୍ୱସ୍ତରୀୟ ଶକ୍ତିଶାଳୀ ସେନା ବାହିନୀ ଗଢ଼ିବା ତାଙ୍କର ଲକ୍ଷ୍ୟ। ଯଦ୍ୱାରା ପ୍ରତ୍ୟେକଟି ପରିସ୍ଥିତିକୁ ଚୀନ ମୁକାବିଲା କରିପାରିବ। ପ୍ରାୟ ୨୫୦୦ ଦଳୀୟ ଅଧିକାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ୨୪ ତାରିଖ ଯାଏଁ ଚାଲିବ।
ସେପଟେ ଜିନପିଙ୍ଗଙ୍କୁ ଭାରତରେ ବିରୋଧ । ଦିଲ୍ଲୀ ଚୀନ୍ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ଆଗରେ ତିବ୍ଦତୀୟମାନେ ବିକ୍ଷୋଭ କରିଛନ୍ତି। ଚୀନ୍ ବିରୋଧରେ ନାରାବାଜି ବି ହୋଇଛି। ତିବ୍ଦଦରେ ଚୀନର ଅକ୍ତିଆରକୁ ବିରୋଧ କରାଯାଇଥିଲା। ଏହାପରେ ପୋଲିସ ବିଭୋକ୍ଷକାରୀଙ୍କୁ ସେଠାରୁ ଉଠାଇ ନେଇଥିଲା।