ପୁଣି ଦାଦାଗିରି: ଭାରତ ସୀମାରେ ୧ କିମି ମାଡ଼ି ଆସିଲା ଚୀନ୍‌ ସେନା, ମେଷ ପାଳକଙ୍କୁ କହିଲେ ଜାଗା ଖାଲିକର

ନୂଆଦିଲ୍ଲୀ: ପୁଣି ଅନୁପ୍ରବେଶ କଲା ଚୀନ୍‌ ସେନା।  ଏଥର ଉତ୍ତରାଖଣ୍ଡ ସୀମାରେ ଉତ୍ପାତ କରିଛନ୍ତି ଚୀନ ସେନା।  ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ବାରାହୋଟି ଇଲାକାରେ ଚୀନ ସୈନ୍ୟ ଜବରଦସ୍ତ ପଶିଥିବା ଅଭିଯୋଗ ହୋଇଛି। ଅନ୍ତର୍ଜାତୀୟ ସୀମାରେଖା ଉଲ୍ଲଂଘନ କରି ପ୍ରାୟ ୧ କିଲୋମିଟର ମାଡ଼ି ଆସିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଭାରତୀୟ ଇଲାକାକୁ ମାଡ଼ି ଆସି ଚୀନ ସେନା ମେଣ୍ଢା ପାଳକଙ୍କୁ ଧମକଚମକ ଦେଇଥିବା ଖବର ଆସିଛି। ଗତ ୨୫ ତାରିଖରେ ଏହି ଘଟଣା […]

china

Rakesh Mallick
  • Published: Monday, 31 July 2017
  • , Updated: 31 July 2017, 05:53 PM IST

ନୂଆଦିଲ୍ଲୀ: ପୁଣି ଅନୁପ୍ରବେଶ କଲା ଚୀନ୍‌ ସେନା।  ଏଥର ଉତ୍ତରାଖଣ୍ଡ ସୀମାରେ ଉତ୍ପାତ କରିଛନ୍ତି ଚୀନ ସେନା।  ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ବାରାହୋଟି ଇଲାକାରେ ଚୀନ ସୈନ୍ୟ ଜବରଦସ୍ତ ପଶିଥିବା ଅଭିଯୋଗ ହୋଇଛି। ଅନ୍ତର୍ଜାତୀୟ ସୀମାରେଖା ଉଲ୍ଲଂଘନ କରି ପ୍ରାୟ ୧ କିଲୋମିଟର ମାଡ଼ି ଆସିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଭାରତୀୟ ଇଲାକାକୁ ମାଡ଼ି ଆସି ଚୀନ ସେନା ମେଣ୍ଢା ପାଳକଙ୍କୁ ଧମକଚମକ ଦେଇଥିବା ଖବର ଆସିଛି।

ଗତ ୨୫ ତାରିଖରେ ଏହି ଘଟଣା ଘଟିଛି। ବାରାହୋଟି ଇଲାକାରୁ ମେଣ୍ଢା ପାଳକମାନଙ୍କୁ ଜାଗା ଖାଲି କରିବାକୁ ଚୀନ ସେନା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏକ ବିଶେଷସୂତ୍ରରୁ ଏହି ଖବର ମିଳିଥିବା ହିନ୍ଦୁସ୍ଥାନ ଟାଇମ୍‌ସରେ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ସେଠାରେ ଅଶାନ୍ତ ପରିସ୍ଥିତି ଲାଗି ରହିଛି। ସୂଚନା ଅନୁଯାୟୀ ସିକିମ ସେକ୍ଟରରେ ଡୋକ୍‌ଲାମ ଅଞ୍ଚଳରେ ଚୀନ୍ ସେନାର ଅନୁପ୍ରବେଶକୁ ନେଇ ସୃଷ୍ଟି ହୋଥିବା ବିବାଦ ଏ ଯାଏଁ ସମାଧାନ ହୋଇନି। ଏଭଳି ପରିସ୍ଥିତିରେ  ଚୀନ ସେନାର ଏଭଳି କାରନାମା ଭାରତ ପାଇଁ ଚିନ୍ତାର କାରଣ ହୋଇଛି।

ଫଟୋ: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ବାରାହୋଟି ଇଲାକାରେ ଚୀନ ସେନା ପ୍ରବେଶର ଦୃଶ୍ୟ

ସୌଜନ୍ୟ:ହିନ୍ଦୁସ୍ଥାନ୍‌ ଟାଇମ୍‌ସ୍‌

Related story