ମାର୍କେଟରେ କରୋନା ଟିକା ଲଞ୍ଚ କରିବ ଏହି କମ୍ପାନୀ, ସରକାରଙ୍କ ଠାରୁ ଲୋଡିଲା ଅନୁମତି

ବେଜିଂ: ମହାମାରୀ କରୋନା ଟିକା ବଜାରରେ ଲଞ୍ଚ କରିବ ଚାଇନାର ଫାର୍ମା କମ୍ପାନୀ ସିନୋଫାର୍ମ। ଏହି ଟିକା ପରୀକ୍ଷାରେ ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଜଣାପଡ଼ିବା ପରେ କମ୍ପାନୀ ଏହା ଲୋକଙ୍କ ପାଇଁ ବଜାରରେ ବିକ୍ରି କରିବାକୁ ଚାହୁଁଛି। ଏଥିପାଇଁ କମ୍ପାନୀ ପକ୍ଷରୁ ସରକାରଙ୍କ ଠାରୁ ଅନୁମତି ଲୋଡ଼ା ଯାଇଛି। ସୂତ୍ର ଅନୁସାରେ, ଜାନୁଆରୀ ସୁଦ୍ଧା ଏହା ଲୋକଙ୍କ ପାଇଁ ସାର୍ବଜନୀନ ଭାବେ ଉପଲବ୍ଧ ହେବ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହି ଟିକାର ସମସ୍ତ ପର୍ଯ୍ୟାୟ କ୍ଲିନିକାଲ […]

dy

Hemant Lenka
  • Published: Thursday, 26 November 2020
  • , Updated: 26 November 2020, 12:00 PM IST

ବେଜିଂ: ମହାମାରୀ କରୋନା ଟିକା ବଜାରରେ ଲଞ୍ଚ କରିବ ଚାଇନାର ଫାର୍ମା କମ୍ପାନୀ ସିନୋଫାର୍ମ। ଏହି ଟିକା ପରୀକ୍ଷାରେ ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଜଣାପଡ଼ିବା ପରେ କମ୍ପାନୀ ଏହା ଲୋକଙ୍କ ପାଇଁ ବଜାରରେ ବିକ୍ରି କରିବାକୁ ଚାହୁଁଛି। ଏଥିପାଇଁ କମ୍ପାନୀ ପକ୍ଷରୁ ସରକାରଙ୍କ ଠାରୁ ଅନୁମତି ଲୋଡ଼ା ଯାଇଛି। ସୂତ୍ର ଅନୁସାରେ, ଜାନୁଆରୀ ସୁଦ୍ଧା ଏହା ଲୋକଙ୍କ ପାଇଁ ସାର୍ବଜନୀନ ଭାବେ ଉପଲବ୍ଧ ହେବ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହି ଟିକାର ସମସ୍ତ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସଫଳତାର ସହ ଶେଷ ହୋଇଛି। କରୋନା ବିରୋଧରେ ଏହି ଟିକା ୯୫ ପ୍ରତିଶତ ସଫଳ। ଚାଇନା ସମେତ ୟୁଏଇ ଓ ଦକ୍ଷିଣ ଆମେରିକାରେ ଏହି ଟିକାର ବ୍ୟାପକ ପରୀକ୍ଷଣ ହୋଇଥିଲା।

କମ୍ପାନୀ ପକ୍ଷରୁ ୩ୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ଏଥିସହ ବଜାରରେ ଏହାର ପ୍ରବେଶ ପାଇଁ ଆବେଦନ କରାଯାଇଛି। ସିନୋଫାର୍ମର ଭାଇସି ଜେନେରାଲ ମ୍ୟାନେଜର ସି ଶେଙ୍ଗି କହିଛନ୍ତି, ପୂର୍ବରୁ ଚାଇନା ସରକାର ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଜୁଲାଇ ମାସ ଠାରୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଏହା ପ୍ରଦାନ କରାଯାଇଛି।

ଜରୁରୀ କାଳୀନ ସ୍ଥିତିରେ ଟିକା ନେଇଥିବା ଲୋକଙ୍କ ଶରୀରରେ କୌଣସି ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନାହିଁ। କିଛି ଲୋକଙ୍କ ଶରୀରରେ କେବଳ ବହୁତ କମ୍‌ ଲକ୍ଷଣ ଦେଖାଯାଇଥିଲା। ଆମର ଆଶା ସରକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ଅନୁଧ୍ୟାନ କରିବା ପରେ ଏହାର ବଜାର ପ୍ରବେଶ ପାଇଁ ଅନୁମତି ମଳିବ ବୋଲି ସେ କହିଛନ୍ତି।

Related story