ପୁଣି ତେଜିପାରେ ଡୋକଲାମ ବିବାଦ: ୧୮୦୦ ସୈନିକ ଜଗାଇ ସଡ଼କ କାମ ଆରମ୍ଭ କଲା ଚୀନ୍‌

ଡୋକଲାମ: ଦୁଇମାସରୁ ଊର୍ଦ୍ଧ୍ୱ ବିବାଦ ପରେ ଡୋକଲାମକୁ ନେଇ ଭାରତ-ଚୀନ୍‌ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ହୋଇଥିଲା। ଚୀନ୍‌ ସୈନିକ ଡୋକଲାମରୁ ନ ହଟିବା ପର୍ଯ୍ୟନ୍ତ ଭାରତ ସେନା ହଟାଇବ ନାହିଁ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇ ଥିଲା ଚୀନ୍‌। ଏହି ବିବାଦ ଚୀନ୍‌ର ପାପ ଅଭିଳାଶାକୁ ପଦାରେ ପକାଥିବା ବେଳେ ସାର ବିଶ୍ୱରେ ନିନ୍ଦିତ କରାଇଥିଲା। ହେଲେ ଚୀନ୍‌ ଏପରି ଏକ ରାଷ୍ଟ୍ର ଯିଏ ନିଜ ବେଖାତିର ମନବୃତ୍ତିରୁ ବାହାରକୁ ଯିବାକୁ କି ନିଜର […]

doklam

Rakesh Mallick
  • Published: Monday, 11 December 2017
  • , Updated: 11 December 2017, 09:42 AM IST

ଡୋକଲାମ: ଦୁଇମାସରୁ ଊର୍ଦ୍ଧ୍ୱ ବିବାଦ ପରେ ଡୋକଲାମକୁ ନେଇ ଭାରତ-ଚୀନ୍‌ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ହୋଇଥିଲା। ଚୀନ୍‌ ସୈନିକ ଡୋକଲାମରୁ ନ ହଟିବା ପର୍ଯ୍ୟନ୍ତ ଭାରତ ସେନା ହଟାଇବ ନାହିଁ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇ ଥିଲା ଚୀନ୍‌। ଏହି ବିବାଦ ଚୀନ୍‌ର ପାପ ଅଭିଳାଶାକୁ ପଦାରେ ପକାଥିବା ବେଳେ ସାର ବିଶ୍ୱରେ ନିନ୍ଦିତ କରାଇଥିଲା। ହେଲେ ଚୀନ୍‌ ଏପରି ଏକ ରାଷ୍ଟ୍ର ଯିଏ ନିଜ ବେଖାତିର ମନବୃତ୍ତିରୁ ବାହାରକୁ ଯିବାକୁ କି ନିଜର ଆବଭାବରେ ପରିବର୍ତ୍ତନ କରିବାକୁ ଚାହୁଁନାହିଁ। ମିଳିଥିବା ଖବର ଅନୁସାରେ ଚୀନ୍‌ ପୁଣି ଥରେ ବିବାଦୀୟ ଡୋକଲାମରେ ନିଜର ଅସ୍ତିତ୍ୱ ଜାହିର କରିବାକୁ ଉଦ୍ୟମ ଚଲାଇଛି। ଏଥର ଚୀନ ବହୁ ସଂଖ୍ୟାରେ ସୈନିକଙ୍କୁ ମୁତୟନ କରିବା ସହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି।

ଟାଇମ୍ସ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁସାରେ ଭୁଟାନ-ତିବ୍ଦତ ଟ୍ରାଇଜଙ୍କସନର ଡୋକଲାମରେ ଚୀନ୍‌ର ପିପିଲ୍ସ ଲିବରେସନ ଆର୍ମୀର ଯବାନମାନେ ସ୍ଥାୟୀ ଭାବେ ରହୁଛନ୍ତି। ଏଠାରେ ପ୍ରାୟ ୧୮୦୦ ଚୀନ୍‌ ସୈନିକ ଅଛନ୍ତି। ଏହି ଅଞ୍ଚଳରେ ସେନା ଦୁଇଟି ହେଲିପ୍ୟାଡ ନିର୍ମାଣ କରୁଛି। ଏହାସହ ସଡ଼କର ଉନ୍ନତୀକରଣ କାମ କରାଯିବା ସହ ଅଧିକ ଶିବିର ବନାଯାଉଛି।

ଦକ୍ଷିଣ କ୍ଷେତ୍ରର ବିବାଦୀୟ ଅଞ୍ଚଳରେ ଚୀନ୍‌ ବାରମ୍ବାର ସଡ଼କ ନିର୍ମାଣ କରିବାକୁ ଉଦ୍ୟମ କରି ଆସିଛି। ହେଲେ ଡୋକଲାମ ବିବାଦରୁ ସେ ଜାଣି ସାରିଛି ଭାରତ ଆଉ ସହଜରେ ଛାଡିବ ନାହିଁ। ଏପରିସ୍ଥିତିରେ ଚୀନ୍‌ ଡୋକଲାମରୁ ହଟିଯିବା ସହ କିଛିଦିନ ନୀରବ ରହିଥିଲା। ହେଲେ ପୁଣି ଥରେ ନିଜ କଳା କାରନାମ୍‌ ଆରମ୍ଭ କରି ଦେଇଛି।

ତେବେ ପ୍ରକୃତରେ ଚୀନ୍‌ ସୈନିକ ଠୁଳ କରି ସଡ଼କ କାମ କରୁଛି କି ନାହିଁ ତାହା ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

Related story