ଆତ୍ମନିର୍ଭର ଆପ ଚ୍ୟାଲେଞ୍ଜ: ତୃତୀୟ ସ୍ଥାନରେ ଚିଙ୍ଗାରି, କମାଲ କରୁଛି ଦେଶୀ ଟିକଟକ

ନୂଆଦିଲ୍ଲୀ: ଟିକଟକ ଭଳି ଚାଇନିଜ୍ ଆପ୍ ଉପରେ ବ୍ୟାନ୍ ଲଗାବା ପରେ ଭାରତରେ ଆପ ଡେଭଲପରସମାନଙ୍କୁ ଲୋକଙ୍କ ପାଖରେ ପହଞ୍ଚିବାର ମୌକା ମିଳିଛି। ଏଥିସହିତ ଭାରତ ସରକାରଙ୍କ ଆତ୍ମନିର୍ଭର ଆପ ଚ୍ୟାଲେଞ୍ଜ ଘୋଷଣା ସେମାନଙ୍କ ପାଇଁ ଆଗକୁ ବଢ଼ିବାରେ ପ୍ରେରଣା ସାଜିଛି। ବିଭିନ୍ନ ପ୍ରକାରର ଫିଚର ଥିବା ଆପ୍ସ ତିଆରି କରିବା ପାଇଁ ଏବଂ ଡେଭଲପରମାନଙ୍କୁ ନୂଆନୂଆ ଇନୋଭେସନ ସୃଷ୍ଟି କରିବା ପାଇଁ ଏହି ଚ୍ୟାଲେଞ୍ଜର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ଆପ୍ସ ଚ୍ୟାଲେଞ୍ଜରେ ସ୍ୱଦେଶୀ […]

u]

Hemant Lenka
  • Published: Friday, 07 August 2020
  • , Updated: 07 August 2020, 06:01 PM IST

ନୂଆଦିଲ୍ଲୀ: ଟିକଟକ ଭଳି ଚାଇନିଜ୍ ଆପ୍ ଉପରେ ବ୍ୟାନ୍ ଲଗାବା ପରେ ଭାରତରେ ଆପ ଡେଭଲପରସମାନଙ୍କୁ ଲୋକଙ୍କ ପାଖରେ ପହଞ୍ଚିବାର ମୌକା ମିଳିଛି। ଏଥିସହିତ ଭାରତ ସରକାରଙ୍କ ଆତ୍ମନିର୍ଭର ଆପ ଚ୍ୟାଲେଞ୍ଜ ଘୋଷଣା ସେମାନଙ୍କ ପାଇଁ ଆଗକୁ ବଢ଼ିବାରେ ପ୍ରେରଣା ସାଜିଛି।

ବିଭିନ୍ନ ପ୍ରକାରର ଫିଚର ଥିବା ଆପ୍ସ ତିଆରି କରିବା ପାଇଁ ଏବଂ ଡେଭଲପରମାନଙ୍କୁ ନୂଆନୂଆ ଇନୋଭେସନ ସୃଷ୍ଟି କରିବା ପାଇଁ ଏହି ଚ୍ୟାଲେଞ୍ଜର ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

ଏହି ଆପ୍ସ ଚ୍ୟାଲେଞ୍ଜରେ ସ୍ୱଦେଶୀ ଜ୍ଞାନକୌଶଳରେ ଓଡ଼ିଆ ପୁଅ ବାହାର କରିଥିବା ଚିଙ୍ଗାରି ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି। ଟିକଟକ୍ ବ୍ୟାନ ହେବାପରେ ଏହି ଆପର ଲୋକ ପ୍ରିୟତା ଦୃତଗତିରେ ବୃଦ୍ଧି ପାଇଛି। ଟିକଟକରେ ମିଳୁଥିବା ପ୍ରାୟ ସମସ୍ତ ଫିଚର ଏହି ଆପରେ ରହିଛି।

କେନ୍ଦ୍ର ସରକାର ଘୋଷଣା କରିଥିବା ଚ୍ୟାଲେଞ୍ଜରେ ପ୍ରାୟ ୨୫ ଶହରୁ ଅଧିକ ଆପ ଚୟନ କରାଯାଇଥିଲା। ଯେଉଁଥରେ ଇ-ଲର୍ଣ୍ଣିଙ୍ଗ, ସୋଶାଲ ନେଟ ବ୍ୟାକିଙ୍ଗ, ଖେଳ, ନ୍ୟୁଜ୍, ଏଣ୍ଟରଟେନମେଣ୍ଟ ଆଦି ବିଷୟକୁ ବିଚାରକୁ ନିଆଯାଇଥିଲା। ଏହି ସବୁ ଆପ ଗୁଡ଼ିକର ପରଫରମାନ୍ସ ଏବଂ ଡିଜାଇନକୁ ଆଧାର କରି ଏହାକୁ ଭାଗ ଭାଗ କରାଯାଇଥିଲା।

ସୋଶାଲ ମିଡିଆ ଆପ ବିଭାଗରେ ମିତ୍ରୋଁ, ଶେୟାରଚାଟ୍ ଏବଂ ରୋପସୋ ଆଦି ଆପକୁ ପଛରେ ପକାଇ ଚିଙ୍ଗାରି ସବୁଠାରୁ ଦମଦାର ଆପର ଜାଗା ନେଇଛି। ଚିଙ୍ଗାରିକୁଚ ଏଯାଏ ୨.୫ କୋଟିରୁ ଅଧିକ ଲୋକ ଡାଉନଲୋଡ କରିସାରିଲେଣି।  ତେବେ ୧ ନଂ ସ୍ଥାନରେ କୋ(Koo) ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ  YourQuote ରହିଛି।

Related story