ଚୀନ ଜାହାଜ ବୁଡି ଘଟଣା: ୭ ମୃତଦେହ ଉଦ୍ଧାର

ବେଜିଂ: ଚୀନର ୟାଙ୍ଗଜୀ ନଦୀରେ ଗତ ସୋମବାର ବୁଡ଼ି ଯାଇଥିବା ଜାହାଜରୁ ୧୪ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୭ଟି ମୃତ ଦେହ ଜବତ କରାଯାଇଛି। ଏବେବି ୪୩୦ ଯାତ୍ରୀ ଜାହାଜ ମଧ୍ୟରେ ଫସି ରହିଛନ୍ତି। ସେମାନେ ଆଉ ଜୀବିତ ନଥିବା ଆଶଙ୍କା କରାଯାଉଛି। ଚୀନ ସେନାର ଯବାନମାନଙ୍କ ସହିତ ପ୍ରାୟ ୪୦୦୦ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଛୋଟ ଡଙ୍ଗା ଓ ହେଲିକପ୍ଟରକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ସରକାରଙ୍କ ପକ୍ଷରୁ […]

China-yang-m

Rakesh Mallick
  • Published: Wednesday, 03 June 2015
  • , Updated: 04 May 2017, 03:45 PM IST

ବେଜିଂ: ଚୀନର ୟାଙ୍ଗଜୀ ନଦୀରେ ଗତ ସୋମବାର ବୁଡ଼ି ଯାଇଥିବା ଜାହାଜରୁ ୧୪ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୭ଟି ମୃତ ଦେହ ଜବତ କରାଯାଇଛି। ଏବେବି ୪୩୦ ଯାତ୍ରୀ ଜାହାଜ ମଧ୍ୟରେ ଫସି ରହିଛନ୍ତି। ସେମାନେ ଆଉ ଜୀବିତ ନଥିବା ଆଶଙ୍କା କରାଯାଉଛି। ଚୀନ ସେନାର ଯବାନମାନଙ୍କ ସହିତ ପ୍ରାୟ ୪୦୦୦ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଛୋଟ ଡଙ୍ଗା ଓ ହେଲିକପ୍ଟରକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବୁଡ଼ି ଯାଇଥିବା ଜାହାଜଟି ପୂର୍ବ ଚୀନର ଜିୟାଙ୍ଗସୁ ପ୍ରଦେଶର ରାଜଧାନୀ ନାନଜିଙ୍ଗରୁ ଦକ୍ଷିଣ ଚୀନର ଚୌଙ୍ଗକିଂ ସହରକୁ ଯାଉଥିଲା। ଜାହାଜଟିରେ ୪୦୬ ଜଣ ଚୀନ ନାଗରିକଙ୍କ ସହିତ ଟ୍ରାଭେଲ ଏଜେନ୍ସୀର ୫ ଜଣ କର୍ମଚାରୀ ଓ ଜାହାଜର ୪୭ କର୍ମଚାରୀ ସବାର ହୋଇଥିଲେ। ବୁଡ଼ିବା ପୂର୍ବରୁ ଜାହାଜଟି ଏସ୍ଓଏସ୍ (ସେଭ୍ ଆୱାର ସୋଲ୍) ସିଗନାଲ୍ ଦେଇ ନଥିଲା। ସେହିପରି ଜାହାଜଟିରେ କ୍ଷମତା ଠାରୁ ଅଧିକ ଲୋକ ବସିଥିଲେ। ଜାହାଜର କ୍ୟାପଟେନ୍ ଓ ମୁଖ୍ୟ ଯନ୍ତ୍ରୀ ବଞ୍ଚି ଯାଇଥିବା ବେଳେ ଚୀନ ପୋଲିସ୍ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଜାହାଜଟି ବୁଡ଼ି ଯାଉଥିବା ବେଳେ କିଛି ଲୋକ ପହଁରି ପହଁରି କୂଳକୁ ପଳାଇ ଆସିଥିଲେ। ଆଉ କେତେ ଜଣଙ୍କୁ ଧୀବର ମାନେ ମଧ୍ୟ ବଞ୍ଚାଇ ଥିବା କୁହାଯାଉଛି। ତେବେ ଏଯାବତ ଜାହାଜଟି କାହିଁକି ବୁଡ଼ିଲା ତାହା ଜଣାପଡ଼ିନାହିଁ। ଏନେଇ ତଦନ୍ତ ଚାଲିଛି।

Related story