ଆୟକର ବିଭାଗ ରାଡାର୍‌ରେ ଚକୋଲେଟ୍ ବିକାଳି; ବ୍ୟାଙ୍କ ଏକାଉଣ୍ଟରେ ଅଛି ୧୮ କୋଟି ଟଙ୍କା

ମୁମ୍ବାଇ: ଆୟକର ବିଭାଗ ରାଡାର୍‌ରେ ବିଜୟୱାଡ଼ାର ଜଣେ ଚକୋଲେଟ୍‌ ବିକାଳି। ତାଙ୍କ ଏକାଉଣ୍ଟରେ ଅଛି ୧୮ କୋଟି ଟଙ୍କା। ତାଙ୍କ ନାଁ ସି କିଶୋର ଲାଲ। ବୟସ ୩୦ ବର୍ଷ। କିଶୋର ଘର ଘର ବୁଲି ଚକୋଲେଟ୍ ବିକ୍ରି କରନ୍ତି। ତାଙ୍କର ଦୈନନ୍ଦିନର ଆୟ ସହିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଜମା ରାଶିର ମେଳ ଖାଉନି। ତାଙ୍କ ବ୍ୟାଙ୍କ ଜମା ଖାତାରେ ୧୮,୧୪,୯୮,୮୧୫ ଟଙ୍କା ଅଛି। ଏଇ ନିକଟରେ ସେ ବିଜୟୱାଡ଼ାର ବ୍ରାହ୍ମିନ ଷ୍ଟ୍ରୀଟ୍‌ ସ୍ଥିତ […]

india

Rakesh Mallick
  • Published: Sunday, 04 June 2017
  • , Updated: 04 June 2017, 12:07 PM IST

ମୁମ୍ବାଇ: ଆୟକର ବିଭାଗ ରାଡାର୍‌ରେ ବିଜୟୱାଡ଼ାର ଜଣେ ଚକୋଲେଟ୍‌ ବିକାଳି। ତାଙ୍କ ଏକାଉଣ୍ଟରେ ଅଛି ୧୮ କୋଟି ଟଙ୍କା। ତାଙ୍କ ନାଁ ସି କିଶୋର ଲାଲ। ବୟସ ୩୦ ବର୍ଷ।

କିଶୋର ଘର ଘର ବୁଲି ଚକୋଲେଟ୍ ବିକ୍ରି କରନ୍ତି। ତାଙ୍କର ଦୈନନ୍ଦିନର ଆୟ ସହିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଜମା ରାଶିର ମେଳ ଖାଉନି। ତାଙ୍କ ବ୍ୟାଙ୍କ ଜମା ଖାତାରେ ୧୮,୧୪,୯୮,୮୧୫ ଟଙ୍କା ଅଛି। ଏଇ ନିକଟରେ ସେ ବିଜୟୱାଡ଼ାର ବ୍ରାହ୍ମିନ ଷ୍ଟ୍ରୀଟ୍‌ ସ୍ଥିତ ଶ୍ରୀ ରେଣୁକାମାତା ମଲ୍‌ଟିଷ୍ଟେଟ୍‌ କୋ-ଅପରେଟିଭ୍‌ ଅର୍ବାନ କ୍ରେଡିଟ୍ ସୋସାଇଟିରେ ଏକ ଏକାଉଣ୍ଟ ଖୋଲିଥିଲେ। ମୁମ୍ବାଇରୁ ତାଙ୍କ ଏକାଉଣ୍ଟକୁ ଟଙ୍କା ଆସୁଥିବା ଜଣାପଡ଼ିଛି। ଏହି ଟ୍ରାଞ୍ଜାକ୍ସନକୁ ନେଇ ସନ୍ଦେହ ପ୍ରକାଶ କରିଛି ଆୟକର ବିଭାଗ। ଏଣୁ କିଶୋରଙ୍କ ପାଖକୁ ନୋଟିସ୍ ମଧ୍ୟ ପଠାଇଥିଲେ। କିନ୍ତୁ ସେ ଆୟକର ବିଭାଗକୁ କହିଛନ୍ତି ଯେ ଏ ବିଷୟରେ ତାଙ୍କୁ କିଛି ଜଣାନାହିଁ। ତାଙ୍କ ସହିତ ବ୍ୟାଙ୍କ କର୍ତ୍ତୃପକ୍ଷ ବି ଆୟକର ବିଭାଗର ସନ୍ଦେହ ଘେରରେ ଅଛନ୍ତି।

Related story