ବଜାରକୁ ଆସିବ ଆଉ ଏକ କରୋନା ଔଷଧ, ଟାବଲେଟର ଦାମ ମାତ୍ର ୬୮ ଟଙ୍କା

ନୂଆଦିଲ୍ଲୀ: ଫାର୍ମା କମ୍ପାନୀ ସିପ୍ଲା ଦ୍ୱାରା ପ୍ରସ୍ତୁତ କରୋନା ଔଷଧ ଫାଭିପିରାଭିରକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି)ର ଅନୁମତି ପାଇଛି।ଏହି ଔଷଧ ସିପ୍ଲେଞ୍ଜା ବ୍ରାଣ୍ଡ ନାମରେ ବଜାରରେ ପ୍ରବେଶ କରିବ। କରୋନା ଭାଇରସ୍ ଆକ୍ରାନ୍ତ ରୋଗୀଙ୍କ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହୃତ ହେବ। ସିପଲା ଏବଂ CSIR-IICT (ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି) ମିଳିତ ଭାବେ ଏହି ଔଷଧ ତିଆରି କରିଛନ୍ତି। ଅଗଷ୍ଟ ପ୍ରଥମ ସପ୍ତାହରେ ସିପ୍ଲେଞ୍ଜା ବଜାରରେ ଲଞ୍ଚ କରିବ ଏବଂ […]

Favipiravir cipla

Subhransu Sekhar
  • Published: Friday, 24 July 2020
  • , Updated: 24 July 2020, 11:49 PM IST

ନୂଆଦିଲ୍ଲୀ: ଫାର୍ମା କମ୍ପାନୀ ସିପ୍ଲା ଦ୍ୱାରା ପ୍ରସ୍ତୁତ କରୋନା ଔଷଧ ଫାଭିପିରାଭିରକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି)ର ଅନୁମତି ପାଇଛି।ଏହି ଔଷଧ ସିପ୍ଲେଞ୍ଜା ବ୍ରାଣ୍ଡ ନାମରେ ବଜାରରେ ପ୍ରବେଶ କରିବ। କରୋନା ଭାଇରସ୍ ଆକ୍ରାନ୍ତ ରୋଗୀଙ୍କ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହୃତ ହେବ। ସିପଲା ଏବଂ CSIR-IICT (ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି) ମିଳିତ ଭାବେ ଏହି ଔଷଧ ତିଆରି କରିଛନ୍ତି।

ଅଗଷ୍ଟ ପ୍ରଥମ ସପ୍ତାହରେ ସିପ୍ଲେଞ୍ଜା ବଜାରରେ ଲଞ୍ଚ କରିବ ଏବଂ ପ୍ରତ୍ୟେକ ଟାବଲେଟର ମୂଲ୍ୟ ୬୮ ଟଙ୍କା ହେବ ବୋଲି କମ୍ପାନୀ କହିଛି। କମ୍ପାନୀର ୱେବସାଇଟରେ ଏକ ପ୍ରେସ ବିଜ୍ଞପ୍ତିରେ ଏହା କୁହାଯାଇଛି। ଔଷଧକୁ ସଠିକ୍ ଭାବରେ ସମାନ ବଣ୍ଟନ ସୁନିଶ୍ଚିତ କରିବାକୁ ଡାକ୍ତରଖାନା ଏବଂ ବିଭିନ୍ନ ମାଧ୍ୟମରେ ଯୋଗାଇ ଦିଆଯିବ। କରୋନା ପ୍ରଭାବିତ ଅଞ୍ଚଳରେ ଅଧିକରୁ ଅଧିକ ଔଷଧ କିଭଳି ପହଞ୍ଚିବ ସେ ଦିଗରେ କମ୍ପାନୀ ଗୁରୁତ୍ୱ ଦେବ ବୋଲି କହିଛି।

ଫାଭି ପିରାଭିର ହେଉଛି ଏକ ଅଫ୍ ପେଟେଣ୍ଟ୍ ଔଷଧ। ଜାପାନର ଫୁଜି ଫାର୍ମା ଦ୍ୱାରା ଏହାର ମୂଳ ଔଷଧ ଆବିଷ୍କୃତ ହୋଇଥିଲା। କରୋନା ଆକ୍ରାନ୍ତଙ୍କ ସାମାନ୍ୟ ଏବଂ ମଧ୍ୟମ ରୋଗର ଚିକିତ୍ସା ପାଇଁ କ୍ଲିନିକାଲ ପରୀକ୍ଷଣରେ ସଫଳ ହୋଇଛି।। ସିଏସଆଇଆର-ଆଇଆଇସିଆରର ନିର୍ଦ୍ଦେଶକ ଏସ୍. ଚନ୍ଦ୍ରଶେଖର କହିଛନ୍ତି ଯେ ଏହି ଟେକ୍ନୋଲୋଜି ବହୁତ ଶସ୍ତା ଏବଂ ପ୍ରଭାବଶାଳୀ ଅଟେ। ଏହି ସାହାଯ୍ୟରେ ସିପ୍ଲା କମ୍ ସମୟ ମଧ୍ୟରେ ଅଧିକ ଔଷଧ ଉତ୍ପାଦନ କରିବାରେ ସକ୍ଷମ ହେବ।

Related story