ସୋମବାର ଲୋକସଭାରେ ଆଗତ ହେବ ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌

ନୂଆଦିଲ୍ଲୀ: ଅଣ ମୁସଲିମ ବିଦେଶୀ ନାଗରିକଙ୍କୁ ଭାରତର ସ୍ଥାୟୀ ନାଗରିକତ୍ୱ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ ଆସନ୍ତା ସୋମବାର ଲୋକସଭାରେ ଆଗତ ହେବ। ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଅଣମୁସଲିମ୍ ଅଳ୍ପସଂଖ୍ୟକଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯିବାର ବ୍ୟବସ୍ଥା ଏହି ବିଲରେ ରହିଛି। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଓ ଇସାଇ ଭଳି […]

xc

Hemant Lenka
  • Published: Thursday, 05 December 2019
  • , Updated: 05 December 2019, 03:46 PM IST

ନୂଆଦିଲ୍ଲୀ: ଅଣ ମୁସଲିମ ବିଦେଶୀ ନାଗରିକଙ୍କୁ ଭାରତର ସ୍ଥାୟୀ ନାଗରିକତ୍ୱ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ ଆସନ୍ତା ସୋମବାର ଲୋକସଭାରେ ଆଗତ ହେବ। ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଅଣମୁସଲିମ୍ ଅଳ୍ପସଂଖ୍ୟକଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯିବାର ବ୍ୟବସ୍ଥା ଏହି ବିଲରେ ରହିଛି। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଓ ଇସାଇ ଭଳି ଅଳ୍ପ ସଂଖ୍ୟକ ସମୁଦାୟର ଲୋକମାନେ ୧୨ ବର୍ଷ ପରିବର୍ତ୍ତେ ୬ ବର୍ଷ ଭାରତରେ ରହିବା ପରେ ନାଗରିକତ୍ୱ ପାଇପାରିବେ।

ଗତକାଲି କେନ୍ଦ୍ର କ୍ୟାବିନେଟ୍‌ ଏହାକୁ ମଞ୍ଜୁରୀ ଦେଇଥିଲା। ସୋମବାର ଏହା ଲୋକସଭାରେ ଆଗତ ହେବାକୁ ଥିବାରୁ ବିଜେପି ପକ୍ଷରୁ ଦଳର ସମସ୍ତ ସାଂସଦଙ୍କୁ ସେଦିନ ଗୃହରେ ଉପସ୍ଥିତ ରହିବାକୁ କୁହାଯାଇଛି। ସୂତ୍ର ଅନୁସାରେ, ସୋମବାର ଏହାକୁ ଆଗତ କରାଯିବ ଏବଂ ମଙ୍ଗଳବାର ଏହା ଉପରେ ବିତର୍କ ହେବ। ଏହି ବିବାଦୀୟ ବିଲ ଉପରେ ଆଲୋଚନା ପାଇଁ ୪ ଘଣ୍ଟା ସମୟ ମିଳିଛି।

କେନ୍ଦ୍ର ସରକାର କେବଳ ଅଣ ମୁସଲିମଙ୍କୁ ଭାରତୀୟ ନାଗରିକତ୍ୱ ଦେବାକୁ ଚେଷ୍ଟା କରୁଥିବାରୁ ଏହାକୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ସିପିଆଇ ଏମ ଓ ଅନ୍ୟ ରାଜନୀତିକ ଦଳ ଏହି ବିଲକୁ ବିରୋଧ କରିଛନ୍ତି। ଧର୍ମ ଅନୁସାରେ କେବେ ହେଲେ ଭାରତରେ କାହାକୁ ନାଗରିକତ୍ୱ ଦିଆଯିବା ଠିକ୍‌ ନୁହେଁ ବୋଲି ବିରୋଧୀ ଦଳ ଗୁଡ଼ିକ କହିଛନ୍ତି।

Related story