ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ ସର୍ବାଧିକ ଲୋକପ୍ରିୟ, ମୋଦିଙ୍କ ଉପରେ ଓଡ଼ିଶାବାସୀ ସବୁଠୁ ଅଧିକ ସନ୍ତୁଷ୍ଟ

ନୂଆଦିଲ୍ଲୀ: ଦେଶରେ ସବୁ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ସର୍ବାଧିକ ଲୋକପ୍ରିୟ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ସାରା ଦେଶରେ ଓଡ଼ିଶାବାସୀ ସବୁଠୁ ଅଧିକ ସନ୍ତୁଷ୍ଟ। ଆଇଏଏନ୍‌ଏସ୍‌-ସି ଭୋଟର ସର୍ଭେରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ସର୍ଭେ ରିପୋର୍ଟ ଅନୁସାରେ ନବୀନ ପଟ୍ଟନାୟକଙ୍କ ପଛକୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ କେରଳର ମୁଖ୍ୟମନ୍ତ୍ରୀ ପି. ବିଜୟନ। ଏହି ତାଲିକାରେ ଶେଷରେ ଅଛନ୍ତି ବିଜେପି ଶାସିତ ହରିଆଣା ଓ […]

pm

Jitendra Garnayak
  • Published: Tuesday, 02 June 2020
  • , Updated: 02 June 2020, 02:36 PM IST

ନୂଆଦିଲ୍ଲୀ: ଦେଶରେ ସବୁ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ସର୍ବାଧିକ ଲୋକପ୍ରିୟ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ସାରା ଦେଶରେ ଓଡ଼ିଶାବାସୀ ସବୁଠୁ ଅଧିକ ସନ୍ତୁଷ୍ଟ। ଆଇଏଏନ୍‌ଏସ୍‌-ସି ଭୋଟର ସର୍ଭେରୁ ଏହି ରିପୋର୍ଟ ପ୍ରକାଶ ପାଇଛି।

ଏହି ସର୍ଭେ ରିପୋର୍ଟ ଅନୁସାରେ ନବୀନ ପଟ୍ଟନାୟକଙ୍କ ପଛକୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ କେରଳର ମୁଖ୍ୟମନ୍ତ୍ରୀ ପି. ବିଜୟନ। ଏହି ତାଲିକାରେ ଶେଷରେ ଅଛନ୍ତି ବିଜେପି ଶାସିତ ହରିଆଣା ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ।

ଏହି ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ କାମରେ ସାରା ଦେଶରେ ଓଡ଼ିଶାବାସୀ ସର୍ବାଧିକ ସନ୍ତୁଷ୍ଟ ଅଛନ୍ତି। ବିଜେପି ଶାସିତ ରାଜ୍ୟଠାରୁ ବି ଓଡ଼ିଶାରେ ମୋଦି ବେଶୀ ଗ୍ରହଣୀୟ। ସାରା ଦେଶରେ ମୋଦିଙ୍କ କାର୍ଯ୍ୟରେ ହାରାହାରି ୬୫.୬୯%  ଲୋକ ସନ୍ତୁଷ୍ଟ। କିନ୍ତୁ ଓଡ଼ିଶାରେ ୯୫.୬ ଲୋକ ତାଙ୍କ କାର୍ଯ୍ୟକୁ ଗ୍ରହଣ କରିଛନ୍ତି। ୮୪.୮୭% ଅତ୍ୟନ୍ତ ପ୍ରୀତ ଥିବା ବେଳେ ମାତ୍ର ୨.୨% ଖୁସି ନାହାନ୍ତି।

ଓଡ଼ିଶା ପରେ ହିମାଚଳ, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକ ଗ୍ରହଣୀୟ। ହିମାଚଳରେ ୯୩.୯୫%, ଛତିଶଗଡ଼ ୯୨.୭୩% ଓ ଆନ୍ଧ୍ରରେ ୮୩.୬% ଲୋକ ତାଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଭଳି ଛତିଶଗଡ଼ ଓ ଆନ୍ଧ୍ରରେ ବି ଚାଲିଛି ଅଣବିଜେପି ସରକାର।

ମୋଦିଙ୍କ କାର୍ଯ୍ୟକୁ ତାମିଲନାଡୁର ଲୋକେ ସବୁଠୁ କମ୍ ଗ୍ରହଣ କରିଛନ୍ତି। ଅର୍ଥାତ୍ ସେମାନେ ତାଙ୍କ ଉପରେ ସନ୍ତୁଷ୍ଟ ନୁହନ୍ତି।
ତାମିଲନାଡୁରେ ୩୨.୧୫ ଲୋକ ତାଙ୍କ କାମରେ ସନ୍ତୁଷ୍ଟ ରହିଛନ୍ତି। ସେହିପରି କେରଳରେ ବି ମୋଦିଙ୍କୁ  ୩୨.୮୯ ପ୍ରତିଶତ ଲୋକ ଗ୍ରହଣ କରିପାରିଛନ୍ତି।

Related story