ଝାଡ଼ଖଣ୍ଡରେ ଧସି ଗଲା କୋଇଲା ଖଣି: ୫ ଜଣଙ୍କ ମୃତଦେହ ଉଦ୍ଧାର, ୫୦ରୁ ଅଧିକ ଫସିଥିବା ଆଶଙ୍କା

ରାଞ୍ଚି: ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲା ଅନ୍ତର୍ଗତ ଲାଲମାଟିଆରେ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡ ଲିମିଟେଡ୍ ଦ୍ୱାରା ପରିଚାଳିତ ଏକ କୋଇଲା ଖଣି ଗତକାଲି ରାତିରେ ଧସି ଯିବାରୁ ୫୦ରୁ ଅଧିକ ଶ୍ରମିକ ଏହା ତଳେ ଫସି ରହିଥିବା କୁହାଯାଉଛି। ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶ୍ରମିକଙ୍କ ସହ ବହୁତ ଗାଡ଼ି ଓ ମେସିନ୍ ମଧ୍ୟ ଧସି ଯାଇଥିବା ଖଣି ତଳେ ପୋତି ହୋଇଯାଇଛି। ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସିଫ୍ଟ ବଦଳ […]

tt

Rakesh Mallick
  • Published: Friday, 30 December 2016
  • , Updated: 30 December 2016, 11:52 AM IST

ରାଞ୍ଚି: ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲା ଅନ୍ତର୍ଗତ ଲାଲମାଟିଆରେ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡ ଲିମିଟେଡ୍ ଦ୍ୱାରା ପରିଚାଳିତ ଏକ କୋଇଲା ଖଣି ଗତକାଲି ରାତିରେ ଧସି ଯିବାରୁ ୫୦ରୁ ଅଧିକ ଶ୍ରମିକ ଏହା ତଳେ ଫସି ରହିଥିବା କୁହାଯାଉଛି। ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଶ୍ରମିକଙ୍କ ସହ ବହୁତ ଗାଡ଼ି ଓ ମେସିନ୍ ମଧ୍ୟ ଧସି ଯାଇଥିବା ଖଣି ତଳେ ପୋତି ହୋଇଯାଇଛି। ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସିଫ୍ଟ ବଦଳ ବେଳେ ଏ ଘଟଣା ଘଟିଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପୋଲିସ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ବି ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିର୍ଦ୍ଦେଶ ଦେଇଛନ୍ତି।

Related story