କୋଇଲା ଦୁର୍ନୀତି ମାମଲା: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା। ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ପୂର୍ବତନ କୋଇଲା ସଚିବ ଏଚ୍.ସି.ଗୁପ୍ତା, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ସଚିବ ଅଶୋକ କୁମାର ଓ ଆଉଜଣେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।  ଆସନ୍ତାକାଲି ଏହି ମାମଲାର ଦଣ୍ଡ ଘୋଷଣା ହେବ। ଝାଡ଼ଖଣ୍ଡର ରାଜହରା ଉତ୍ତରୀ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ସହ ଜଡ଼ିତ ଉକ୍ତ ମାମଲା। ଏହି କୋଇଲା […]

madhu_koda

Rakesh Mallick
  • Published: Wednesday, 13 December 2017
  • , Updated: 13 December 2017, 01:39 PM IST

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା। ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ପୂର୍ବତନ କୋଇଲା ସଚିବ ଏଚ୍.ସି.ଗୁପ୍ତା, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ସଚିବ ଅଶୋକ କୁମାର ଓ ଆଉଜଣେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।  ଆସନ୍ତାକାଲି ଏହି ମାମଲାର ଦଣ୍ଡ ଘୋଷଣା ହେବ।

ଝାଡ଼ଖଣ୍ଡର ରାଜହରା ଉତ୍ତରୀ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ସହ ଜଡ଼ିତ ଉକ୍ତ ମାମଲା। ଏହି କୋଇଲା ବ୍ଲକ କୋଲକାତାସ୍ଥିତ ଆଇରନ ଓ ଷ୍ଟିଲ ଉଦ୍ୟୋଗ ଲିମିଟେଡ (ଭିଆଇଏସ୍‌ୟୁଏଲ୍‌)କୁ ଦିଆଯାଇଥିଲା।  କୋଡ଼ାଙ୍କ ବିରୋଧରେ ଅପରାଧିକ କାର୍ଯ୍ୟ ପାଇଁ ପ୍ଲାନ କରିବା, ନିଜ ପଦର ଅପବ୍ୟବହାର କରିବା ପ୍ରଭୃତି ଅଭିଯୋଗ ହୋଇଥିଲା।

Related story