କୋଲ ସ୍କାମ: ମଧୁ କୋଡା ଓ ୮ଜଣଙ୍କ ବିରୋଧରେ ରୁଜୁ ହେବ ମାମଲା

ନୂଆଦିଲ୍ଲୀ:  ପୂର୍ବତନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ମଧୁ କୋଡା, ପୂର୍ବତନ କୋଇଲା ସଚିବ ଏଚସି ଗୁପ୍ତା, ପୂର୍ବତନ ଝାରଖଣ୍ଡ ମୁଖ୍ୟ ଶାସନ ସଚିବ ଅଶୋକ କୁମାର ବସୁଙ୍କ ସମେତ ଆଉ ୬ ଜଣଙ୍କର ବିରୋଧରେ ମାମାଲା ରୁଜୁ ହେବ। ମଙ୍ଗଳବାର ସ୍ୱତନ୍ତ୍ରକୋର୍ଟ କୋଲ ସ୍କାମରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୋଧରେ ବିଚାର କରାଯିବ। ସେମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, ଅପରାଧିକ ଷଡଯନ୍ତ୍ର ଏବଂ ସ୍ଥାନୀୟ କୋଲ ବ୍ଲକରୁ ହେରଫେର କରି କୋଇଲା ଚୋରା ଚାଲାଣ କରାଯାଇଥିବା ଜଣାପଡିଛି। ଏହାସହ […]

madhu_koda

madhu_koda

Rakesh Mallick
  • Published: Tuesday, 14 July 2015
  • Updated: 14 July 2015, 02:31 PM IST

Sports

Latest News

ନୂଆଦିଲ୍ଲୀ:  ପୂର୍ବତନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ମଧୁ କୋଡା, ପୂର୍ବତନ କୋଇଲା ସଚିବ ଏଚସି ଗୁପ୍ତା, ପୂର୍ବତନ ଝାରଖଣ୍ଡ ମୁଖ୍ୟ ଶାସନ ସଚିବ ଅଶୋକ କୁମାର ବସୁଙ୍କ ସମେତ ଆଉ ୬ ଜଣଙ୍କର ବିରୋଧରେ ମାମାଲା ରୁଜୁ ହେବ। ମଙ୍ଗଳବାର ସ୍ୱତନ୍ତ୍ରକୋର୍ଟ କୋଲ ସ୍କାମରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୋଧରେ ବିଚାର କରାଯିବ। ସେମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, ଅପରାଧିକ ଷଡଯନ୍ତ୍ର ଏବଂ ସ୍ଥାନୀୟ କୋଲ ବ୍ଲକରୁ ହେରଫେର କରି କୋଇଲା ଚୋରା ଚାଲାଣ କରାଯାଇଥିବା ଜଣାପଡିଛି।

ଏହାସହ ସ୍ୱତନ୍ତ୍ର ସିବିଆଇ ଜଜ୍ ଭାରତ ପାରସ୍କର ନିର୍ଦ୍ଦେଶ ଦେଇଛନ୍ତି ଯେ, ଦୁଇଜଣ ସରକାରୀ ଚାକିରିଆ ବସନ୍ତ କୁମାର ଭଟ୍ଟାଚାର୍ଯ୍ୟ ଓ ବିପୀନ ବିହାରୀ ସିଂ,ଭିନି ଆଇରନ ଆଣ୍ଡ ଷ୍ଟିଲ ଉଦ୍ୟଗ ଲିମିଟେଡ(ଭିଷୁଲ୍), ଏହାର ନିର୍ଦ୍ଦେଶକ ବୈଭବ ତଲସ୍ୱନ୍,କୋଡାଙ୍କ ପ୍ରମୁଖ ସହଯୋଗୀ ବିଜୟ ଯୋଷୀ ଏବଂ ଚାଟାର୍ଡ ଆକାଉଟାଣ୍ଟ ନବୀନ କୁମାର ତଲସ୍ୱନଙ୍କ ବିରୋଧ ମାମଲା ରୁଜୁ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏହିମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧୀ ଧାରା ୧୨୦ବି (ଅପରାଧିକ ଷଡଯନ୍ତ୍ର) ଏବଂ ୪୨୦(ଠକେଇ) ଧାରା ଲାଗୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos