କଂଗ୍ରେସର ପ୍ରଶ୍ନ- ମୋଦି ମୋଦିଙ୍କୁ ସାହାଯ୍ୟ କରୁଥିଲେ କି?

ନୂଆଦିଲ୍ଲୀ: ଆଇପିଏଲ୍ ଦୁର୍ନୀତିରେ ଫସି ଥିବା ଲଳିତ ମୋଦିଙ୍କୁ ଭିସା କରାଇ ଦେବାରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସାହାଯ୍ୟ କରିଥିବା ପ୍ରସଙ୍ଗ ଲୋକଲୋଚନକୁ ଆସିବା ପରେ ରାଜନୀତି ଜୋର ଧରିଛି। କେନ୍ଦ୍ର ସରକାର ଓ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ। ସୁଷମାଙ୍କ ଆଡକୁ ଅଙ୍ଗୁଳି ଦେଖାଇ ପରୋକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଘଟଣା ଭିତରକୁ ଟାଣିଛି କଂଗ୍ରେସ। ଏ ପ୍ରସଙ୍ଗ ନେଇ କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ୱାଦିକ […]

congress

Rakesh Mallick
  • Published: Sunday, 14 June 2015
  • , Updated: 14 June 2015, 02:32 PM IST

ନୂଆଦିଲ୍ଲୀ: ଆଇପିଏଲ୍ ଦୁର୍ନୀତିରେ ଫସି ଥିବା ଲଳିତ ମୋଦିଙ୍କୁ ଭିସା କରାଇ ଦେବାରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସାହାଯ୍ୟ କରିଥିବା ପ୍ରସଙ୍ଗ ଲୋକଲୋଚନକୁ ଆସିବା ପରେ ରାଜନୀତି ଜୋର ଧରିଛି। କେନ୍ଦ୍ର ସରକାର ଓ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ। ସୁଷମାଙ୍କ ଆଡକୁ ଅଙ୍ଗୁଳି ଦେଖାଇ ପରୋକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଘଟଣା ଭିତରକୁ ଟାଣିଛି କଂଗ୍ରେସ।

ଏ ପ୍ରସଙ୍ଗ ନେଇ କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ୱାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରକୁ ଆଙ୍ଗଳୁ ଉଠାଇଥିଲେ। ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ସନ୍ଦେହ ଜନକ ବୋଲି ସେ କହିଥିଲେ। ଲଳିତ ମୋଦି ୭୦୦ କୋଟି ଟଙ୍କାର ଆଇପିଏଲ ଘୋଟାଲାର ଅଭିଯୁକ୍ତ। ଏ ନେଇ ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରହିଛି। ତଥାପି ସରକାରଙ୍କର ଜଣେ ବରିଷ୍ଠ ମନ୍ତ୍ରୀ ତାଙ୍କୁ କେମିତି ସାହାଯ୍ୟ କରିପାରିଲେ ବୋଲି ସେ ପ୍ରଶ୍ନ କରିଥିଲେ। ଏହା ସହିତ ସେ ସୁଷମାଙ୍କ ଇସ୍ତଫା ଦାବି କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ସେ ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ୧୧ଟି ପ୍ରଶ୍ନ କରିଥିଲେ। ସେଥିରୁ ଗୋଟିକରେ ସେ ପଚାରିଥିଲେ- ଲଲିତ ମୋଦିଙ୍କୁ ସୁଷମା ସ୍ୱରାଜ ସାହାଯ୍ୟ କରିବା ପଛରେ ପ୍ରଧାନମନ୍ତ୍ରୀଙ୍କ ସହମତି ଥିଲା କି? କ’ଣ ମୋଦି ମୋଦିଙ୍କ ସାହାଯ୍ୟ କରିଥିଲେ? ଏଥିରେ କିଛି ନେଣଦେଣ ହୋଇଛି କି?

କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ପଚାରିଥିବା ଅନ୍ୟ ପ୍ରଶ୍ନ ଗୁଡ଼ିକ ଏହିଭଳି-

୧) ସୁଷମା ଏଭଳି ଜଣେ ଅଭିଯୁକ୍ତକୁ କାହିଁକି ସାହାଯ୍ୟ କଲେ?

୨) ବିଜେପିର ଆଉ କେଉଁ ସଦସ୍ୟ ମାନେ ଲଳିତ ମୋଦିଙ୍କୁ ସାହାଯ୍ୟ କରୁଛନ୍ତି?

୩) ପ୍ରଧାନମନ୍ତ୍ରୀ ବିଦେଶରେ ଗଚ୍ଛିତ କଳାଧନ ଫେରାଇ ଆଣିବାକୁ କହୁଥିବା ବେଳେ ୭୦୦ କୋଟି ଟଙ୍କା ଘୋଟାଲାର ଅଭିଯୁକ୍ତ ଲଳିତ ମୋଦିକୁ କାହିଁକି ସାହାଯ୍ୟ କଲେ?

୪) ପ୍ରଧାନମନ୍ତ୍ରୀ ଦୁର୍ନୀତି ନେଇ ଯେଉଁ ଫ୍ରି ନାରା ଦେଉଛନ୍ତି ତାର କଣ ହେବ?

୫) ଶଶି ଥରୁରଙ୍କ ପତ୍ନୀ ସ୍ୱର୍ଗତ ସୁନନ୍ଦା ପୁଷ୍କରଙ୍କର ଆଇପିଏଲରେ ବହୁତ ଅଳ୍ପ ଅଂଶଧୋନ ଥିଲା। କିନ୍ତୁ ସେତେବେଳେ ଶଶିଙ୍କ ଇସ୍ତଫା ଦାବି କରିଥିଲେ ନରେନ୍ଦ୍ର ମୋଦି। ଏବେ ମୋଦି କଣ କରିବେ?

୬) ଲଳିତ ମୋଦିଙ୍କ ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କଣ ଯାଞ୍ଚ ହୋଇଛି ପ୍ରଧାନମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ତାହାକୁ ଲୋକଲୋଚନକୁ ଆଣିବେ କି?

୭) ଉପା ସରକାର ଲଳିତ ମୋଦିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତାହା ନୀତିଗତ ଥିଲା।ଏବର ସରକାର ତାହାକୁ କାହିଁକି ବଦଳାଇ ଦେଲେ?

୮) ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଲଳିତ ମୋଦିଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେବେ?

୯) ତାଙ୍କ ବିରୋଧରେ ଚାଲିଥିବା ମାମଲା ବନ୍ଦ କରିଦେବା ପାଇଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ବିଚାର କରୁଛନ୍ତି କି?

୧୦) କୁହାଯାଉଛି ମାନବିକତା ଆଧାରରେ ସାହାଯ୍ୟ କରାଯାଇଛି। ତାହେଲେ ଆଗକୁ ବି ଏମିତି ନୀତି ସରକାର ଆପଣାଇବେ କି?

Related story