ନୂଆଦିଲ୍ଲୀ: ପାର୍ବଣ ଋତୁରେ ପିଆଜ ଊର୍ଦ୍ଧ୍ୱଗାମୀ ଥିବାବେଳେ ଆଜି ପେଟ୍ରୋଲ ଓ ଡିଜେଲ ଦର ନିମ୍ନଗାମୀ ହୋଇଛି। ପାଖାପାଖି ମାସେ ପରେ ତେଲ ଦର ଏବେ ସାମନ୍ୟ ହ୍ରାସ ହୋଇଛି। ଭୁବନେଶ୍ୱରରେ ପେଟ୍ରୋଲ ଦର ୨୯ ପଇସା ହ୍ରାସ ହୋଇ ୭୩.୩୧ ପଇସା ହୋଇଥିବା ବେଳେ ଡିଜେଲ୍ ଦର ୨୦ ପଇସା ହ୍ରାସ ହୋଇ ୭୨.୨୪ ପଇସାରେ ପହଞ୍ଚିଛି। ଯାହାକି ସର୍ବାଧିକ କମ୍ ବୋଲି ଜଣାପଡ଼ିଛି।
ସେହିପରି ଦେଶର ୪ ମେଟ୍ରୋ ସହରରେ ପେଟ୍ରୋଲ ଦର ୧୮-୧୯ ପଇସା ହ୍ରାସ ହୋଇଥିବା ବେଳେ ଡିଜେଲ ଦର ୮-୯ ପଇସା ହ୍ରାସ ପାଇଛି।
ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୮ ପଇସା ଏବଂ ଡିଜେଲ ୮ ପଇସା ହ୍ରାସ ହୋଇଛି। ସେହିପରି ମୁମ୍ୱାଇ ଏବଂ କୋଲକତାରେ ପେଟ୍ରୋଲ ୧୮ ପଇସା, ଚେନ୍ନାଇରେ ୧୯ ପଇସା ପ୍ରତି ଲିଟର ଶସ୍ତା ହୋଇଛି। ଏହାର ଦୁଇ ଦିନ ପୂର୍ବରୁ ଦିଲ୍ଲୀରେ ପେଟ୍ରୋଲ ୨୮ ପଇସା ପ୍ରତି ଲିଟର ଏବଂ ଡିଜେଲ୍ ୧୪ ପଇସା ପ୍ରତି ଲିଟର ଶସ୍ତା ହୋଇଥିଲା।
ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲର ଅଫିସିଆଲ୍ ଓ୍ୱେବସାଇଟର ସୂଚନା ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ୭୪.୩୩ ପଇସା, ମୁମ୍ୱାଇରେ ୭୯.୯୩ ପଇସା, କୋଲକାତାରେ ୭୬.୯୬ ପଇସା ଏବଂ ଚେନ୍ନାଇରେ ୭୭.୨୧ ପଇସା ପେଟ୍ରୋଲ ଲିଟର ପିଛା ରହିଛି।
ସେହିପରି ଦିଲ୍ଲୀରେ ଡିଜେଲ ଦର ୬୭.୩୫ ପଇସା, ମୁମ୍ୱାଇରେ ୭୦.୬୧ ପଇସା, କୋଲକାତାରେ ୬୯.୭୧ ପଇସା ଏବଂ ଚେନ୍ନାଇରେ ୭୧.୧୫ ପଇସା ଡିଜେଲ୍ ଲିଟର ପିଛା ରହିଛି।
ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ ଅନୁସାରେ ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ନିର୍ଭର କରିଥାଏ। ପ୍ରତିଦନ ସକାଳ ୬ଟାରେ ତେଲ ଦାମ ପରିବର୍ତ୍ତନ ହୋଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।