ପାକିସ୍ତାନର ଜାତିସଂଘ ପିଟିସନ୍‌ରେ ରାହୁଲଙ୍କ ନାମ, ତାତିଲା କଂଗ୍ରେସ

ନୂଆଦିଲ୍ଲୀ: ପାକିସ୍ତାନ ଜମ୍ମୁ-କଶ୍ମୀର ବାବଦରେ ମିଛ ତଥ୍ୟକୁ ପ୍ରମାଣିତ କରିବ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାମକୁ ବ୍ୟବହାର କରିବା ପରେ ଏହାକୁ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ରାହୁଲ ପ୍ରତିକ୍ରିୟା ରଖିବା ପରେ କଂଗ୍ରେସ ପକ୍ଷରୁ ପାକିସ୍ତାନକୁ କଡ଼ା ସମାଲୋଚନା କରାଯାଇଛି। ପାକିସ୍ତାନ ଜମ୍ମୁ-କଶ୍ମୀରରେ ହିଂସାକୁ ପ୍ରୋତ୍ସାହନ ଦେଉଥିବା ନେଇ ଭାରତର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି। ଏହି ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ଜମ୍ମୁ, କଶ୍ମୀର […]

rahul gandhi parliament outside

Subrat Kumar Nayak
  • Published: Wednesday, 28 August 2019
  • , Updated: 28 August 2019, 04:08 PM IST

ନୂଆଦିଲ୍ଲୀ: ପାକିସ୍ତାନ ଜମ୍ମୁ-କଶ୍ମୀର ବାବଦରେ ମିଛ ତଥ୍ୟକୁ ପ୍ରମାଣିତ କରିବ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାମକୁ ବ୍ୟବହାର କରିବା ପରେ ଏହାକୁ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ରାହୁଲ ପ୍ରତିକ୍ରିୟା ରଖିବା ପରେ କଂଗ୍ରେସ ପକ୍ଷରୁ ପାକିସ୍ତାନକୁ କଡ଼ା ସମାଲୋଚନା କରାଯାଇଛି।

ପାକିସ୍ତାନ ଜମ୍ମୁ-କଶ୍ମୀରରେ ହିଂସାକୁ ପ୍ରୋତ୍ସାହନ ଦେଉଥିବା ନେଇ ଭାରତର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି। ଏହି ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ଜମ୍ମୁ, କଶ୍ମୀର ଏବଂ ଲଦାଖ ସବୁବେଳେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ଆଗକୁ ମଧ୍ୟ ରହିବ।

ପାକିସ୍ତାନର ମାନବିକ ଅଧିକାର ମନ୍ତ୍ରୀ ଶିରୀନ୍‌ ମାଜାରୀଙ୍କ ମନ୍ତବ୍ୟ ପରେ ହିଁ କଂଗ୍ରେସ ଏଭଳି ପ୍ରତିକ୍ରିୟା ରଖିଛି। ସେ କହିଥିଲେ, ସେ କଶ୍ମୀର ପ୍ରସଙ୍ଗରେ ୧୮ ଜଣ ଜାତିସଂଘ ସ୍ପେଶାଲ ପ୍ରସିଜିଓର ମାଣ୍ଡେଟ୍‌ ହୋଲ୍ଡରଙ୍କୁ ଚିଠି ଲେଖିଛନ୍ତି। ପାକିସ୍ତାନ କଶ୍ମୀରକୁ ନେଇ ଅପପ୍ରଚାର କରିବା ପାଇଁ କରିଆସୁଥିବା ବିଭିନ୍ନ ପ୍ରୟାସ ମଧ୍ୟରୁ ଅନ୍ୟତମ ଏହି ଚିଠିରେ କୁହାଯାଇଥିଲା, “ଏପରିକି ରାହୁଲ ଗାନ୍ଧି ମଧ୍ୟ କହିଛନ୍ତି ଜମ୍ମୁ-କଶ୍ମୀରରେ ଲୋକେ ମରୁଛନ୍ତି।” ସେ ଏହି ଚିଠିରେ ସ୍ପଷ୍ଟ ଲେଖିଥିଲେ, “ରାହୁଲ ଗାନ୍ଧିଙ୍କ ସମେତ ଭାରତର ମୁଖ୍ୟ ସ୍ରୋତର ରାଜନେତା ମାନେ ମଧ୍ୟ ଜାଣିବାକୁ ପାଇଛନ୍ତି ସେଠାରେ ହିଂସା ହେଉଛି। ରାହୁଲ କହିଥିଲେ, ସେଠାରେ (ଜମ୍ମୁ-କଶ୍ମୀରରେ) କିଛି ଠିକ୍‌ ଚାଲିନି, ଲୋକଙ୍କର ଜୀବନ ଯିବାରେ ଲାଗିଛି।”

ତେବେ ଏହାକୁ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଥିଲେ, ଦଳ ଲକ୍ଷ୍ୟ କରିଛି ପାକିସ୍ତାନ ସରକାର ଜାତିସଂଘରେ ଏକ ପିଟିସନ୍‌ ଦାଖଲ କରିଥିବା କୁହାଯାଉଛି ଯେଉଁଥିରେ ରାହୁଲ ଗାନ୍ଧିଙ୍କ ନାମକୁ ଯୋଡ଼ି ନିଜ ମିଛ ଏବଂ ଭୁଲ ତଥ୍ୟର ସମ୍ଭାରକୁ ପ୍ରମାଣିତ କରିବାର ଅପପ୍ରୟାସ କରାଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି, ସମଗ୍ର ବିଶ୍ୱରେ ସମସ୍ତେ ନିଶ୍ଚିତ ରହିବା ଦରକାର ଜମ୍ମୁ, କଶ୍ମୀର ଏବଂ ଲଦାଖ ଭାରତର ଅଭିନ୍ନ ଅଙ୍ଗ ଥିଲା ଏବଂ ଆଗକୁ ମଧ୍ୟ ରହିବ। ପାକିସ୍ତାନ ଯେତେ ମିଛ କହିଲେ ମଧ୍ୟ ତାହା ସତରେ ପରିଣତ ହେବନାହିଁ। ଏହି ଅବସରରେ କଂଗ୍ରେସ ପକ୍ଷରୁ ପାକିସ୍ତାନର କଳା କାରନାମା ବାବଦରେ ମଧ୍ୟ ନିନ୍ଦା କରାଯାଇଛି। ବିଶେଷ କରି ପିଓକେ, ଗିଲଗିଟ୍‌, ହୁଞ୍ଜା ଏବଂ ବଲୋଚିସ୍ତାନରେ ପାକିସ୍ତାନର ଅମାନବିକ ହିଂସାକୁ ନିନ୍ଦା କରାଯାଇଛି।

Related story