କର୍ଣ୍ଣାଟକାରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ, ୨୦-୮ ଫର୍ମୁଲାରେ ଲଢ଼ିବେ ‍ଉଭୟ ଦଳ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ମରାଥନ ବୈଠକ ଓ ଆଲୋଚନା ପରେ ଶେଷରେ କଂଗ୍ରେସ ଓ ଜେଡିଏସ୍‌ କର୍ଣ୍ଣାଟକାରେ ଏକାଠି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଏହି ମେଣ୍ଟର ନିଷ୍ପତ୍ତି ଅନୁଯାୟୀ, କଂଗ୍ରେସ କର୍ଣ୍ଣାଟକାର ୨୮ଟି ଆସନରୁ ୨୦ଟି ଓ ଜେଡିଏସ୍‌ ୮ଟି ଆସନରେ ପ୍ରାର୍ଥୀ ଦେବ। ଜେଡିଏସ୍‌ ପ୍ରତିଷ୍ଠାତା ଏଚ୍‌ଡି ଦେବଗୌଡ଼ା ଆଜି ସନ୍ଧ୍ୟାରେ ଶିଟ୍‌ ଶେୟାରିଂ ଚୂଡ଼ାନ୍ତ ହୋଇ ନଥିବା କହିଥିଲେ। ଏଥିସହ ୧୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମେଣ୍ଟ ସମ୍ପର୍କରେ ଘୋଷଣା କରିବେ ବୋଲି […]

dwq

Hemant Lenka
  • Published: Wednesday, 13 March 2019
  • , Updated: 13 March 2019, 09:28 PM IST

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ମରାଥନ ବୈଠକ ଓ ଆଲୋଚନା ପରେ ଶେଷରେ କଂଗ୍ରେସ ଓ ଜେଡିଏସ୍‌ କର୍ଣ୍ଣାଟକାରେ ଏକାଠି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଏହି ମେଣ୍ଟର ନିଷ୍ପତ୍ତି ଅନୁଯାୟୀ, କଂଗ୍ରେସ କର୍ଣ୍ଣାଟକାର ୨୮ଟି ଆସନରୁ ୨୦ଟି ଓ ଜେଡିଏସ୍‌ ୮ଟି ଆସନରେ ପ୍ରାର୍ଥୀ ଦେବ।
ଜେଡିଏସ୍‌ ପ୍ରତିଷ୍ଠାତା ଏଚ୍‌ଡି ଦେବଗୌଡ଼ା ଆଜି ସନ୍ଧ୍ୟାରେ ଶିଟ୍‌ ଶେୟାରିଂ ଚୂଡ଼ାନ୍ତ ହୋଇ ନଥିବା କହିଥିଲେ। ଏଥିସହ ୧୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମେଣ୍ଟ ସମ୍ପର୍କରେ ଘୋଷଣା କରିବେ ବୋଲି ସେ ସୂଚନା ଦେଇଥିଲେ। କିନ୍ତୁ ଏହି ସୂଚନାର ମାତ୍ର କିଛି ଘଣ୍ଟା ପରେ ମେଣ୍ଟ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି।

ମେଣ୍ଟ ସମ୍ପର୍କରେ ଘୋଷଣା ପୂର୍ବରୁ ମୟୀଶୂର-କୋଡାଗୁ ଆସନକୁ ନେଇ ଦୁଇ ଦଳ ମଧ୍ୟରେ ଟଣାଓଟରା ହୋଇଥିଲା। ତେବେ ଶେଷରେ କଂଗ୍ରେସ ଏଥିରେ ବାଜିମାତ କରିଥିଲା। ତେବେ ହାସନ ଓ ମାଣ୍ଡ୍ୟା ଆସନରେ ଜେଡିଏସ୍‌ ପ୍ରାର୍ଥୀ ଦେବ। ଏହି ଦୁଇଟି ସ୍ଥାନକୁ ଜେଡିଏସ୍‌ର ଗଡ଼ ବୋଲି କୁହାଯାଏ।
୨୦୧୪ରେ ବିଜେପି ୧୬ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୯ଟି ଓ ଜେଡିଏସ୍‌ ୨ଟି ଆସନରେ ଜିତିଥିଲା।

Related story