କଂଗ୍ରେସ ଓ ଆରଜେଡି ସହିତ ମିଶି ନିର୍ବାଚନ ଲଢ଼ିବୁ: ଶରଦ ଯାଦବ

ନୂଆଦିଲ୍ଲୀ: ଆଗକୁ ବିହାର ବିଧାନସଭା ନିର୍ବାଚନ। ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ହୋଇପାରେ ନିର୍ବାଚନ। ଏଯାଏଁ ଏନେଇ ନିର୍ବାଚନ କମିଶନର ଆନୁଷ୍ଠାନିକ ଭାବେ କିଛି ଘୋଷଣା କରି ନଥିଲେ ହେଁ ବିହାରରେ ନିର୍ବାଚନୀ ଉଷ୍ମତା ଆରମ୍ଭ ହୋଇସାରିଛି। କିଏ କାହା ସହିତ ମିଶି ନିର୍ବାଚନ ଲଢ଼ିବ, ସେ ନେଇ ଚାଲିଛି ଅଙ୍କକଷା। ଆଉ ଏଥିରେ ଘଡିକେ ଘୋଡ଼ା ଛୁଟୁଛି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜନତା ପରିବାର ଗଠନ ହୋଇପାରିବ ନାହିଁ। କାରଣ ଏଥିରେ କିଛି ଆଇନଗତ […]

sarad

Rakesh Mallick
  • Published: Thursday, 04 June 2015
  • , Updated: 04 June 2015, 12:47 PM IST

ନୂଆଦିଲ୍ଲୀ: ଆଗକୁ ବିହାର ବିଧାନସଭା ନିର୍ବାଚନ। ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ହୋଇପାରେ ନିର୍ବାଚନ। ଏଯାଏଁ ଏନେଇ ନିର୍ବାଚନ କମିଶନର ଆନୁଷ୍ଠାନିକ ଭାବେ କିଛି ଘୋଷଣା କରି ନଥିଲେ ହେଁ ବିହାରରେ ନିର୍ବାଚନୀ ଉଷ୍ମତା ଆରମ୍ଭ ହୋଇସାରିଛି। କିଏ କାହା ସହିତ ମିଶି ନିର୍ବାଚନ ଲଢ଼ିବ, ସେ ନେଇ ଚାଲିଛି ଅଙ୍କକଷା। ଆଉ ଏଥିରେ ଘଡିକେ ଘୋଡ଼ା ଛୁଟୁଛି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜନତା ପରିବାର ଗଠନ ହୋଇପାରିବ ନାହିଁ। କାରଣ ଏଥିରେ କିଛି ଆଇନଗତ ସମସ୍ୟା ରହିଛି। ବିଧାନସଭା ନିର୍ବାଚନ ପୂର୍ବରୁ ଜନତା ପରିବାର ଗଠନ ହେବା ସମ୍ଭାବନା ଆଉ ନଥିବା ବେଳେ ଏପଟେ ନୀତୀଶଙ୍କ ଜେଡିୟୁ ଓ ଲାଲୁଙ୍କ ଆରଜେଡି ମଧ୍ୟରେ କେଁ ଦେଖାଦେଇଛି। ନୀତୀଶଙ୍କୁ କୁଆଡେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଲାଲୁ କୁନ୍ଥକୁନ୍ଥ ହେଉଛନ୍ତି। ଏହା ଦେଖି ବିହାର କଂଗ୍ରେସ ନୀତୀଶଙ୍କ ହାତ ଧରିବାକୁ ଦଳୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଇଛି। କହିଛି, ଏ ସମୟରେ ନୀତୀଶଙ୍କ ହାତ ଧରିବା ବୁଦ୍ଧିମାନର କାମ ହେବ। ତେବେ ଆଜି ଜେଡିୟୁ ଅଧ୍ୟକ୍ଷ ଶରଦ ଯାଦବ ଘଟଣାକୁ ଏକ ନୂଆ ମୋଡ଼ ଦେଇ ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ତାଙ୍କ ଦଳ କଂଗ୍ରେସ ଓ ଲାଲୁଙ୍କ ଆରଜେଡି ସହିତ ମିଶି ନିର୍ବାଚନ ଲଢ଼ିବ। ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ ଜେଡିୟୁ ମୁଖ୍ୟଙ୍କ ଏହି ମନ୍ତବ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ମେଣ୍ଟରେ ବିଳମ୍ବ ହେଲେ ରାଜ୍ୟବାସୀଙ୍କ ପ୍ରତି ଭୁଲ୍ ବାର୍ତ୍ତା ଯିବ।
ଅନ୍ୟପକ୍ଷରେ ଆଜି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଁଝୀ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଥିଲେ ଏବଂ ମେଣ୍ଟ ନେଇ ନୂଆ ସର୍ତ୍ତ ରଖିଥିଲେ। ସେ କହିଥିଲେ ଯେ ତାଙ୍କ ଦଳ ସହିତ ଲାଲୁ ମେଣ୍ଟ କରିବାକୁ ଚାହୁଁଥିଲେ ପ୍ରଥମେ ନୀତୀଶଙ୍କ ହାତ ଛାଡ଼ନ୍ତୁ। ମାଁଝୀ କହିଥିଲେ, ଲାଲୁ ଯାଦବ ତାଙ୍କ ସହିତ ଆଲୋଚନା କରିବାକୁ ଚାହୁଁଥଲେ। ସେଥିପାଇଁ ଆଲୋଚନା କରିବାକୁ ଚାହୁଁଥିଲେ।

ସୂଚନାଯୋଗ୍ୟ, ଜେଡିୟୁ ବିଜେପି ସହିତ ମେଣ୍ଟ ଭାଙ୍ଗିବା ପରେ ନୀତୀଶଙ୍କ ସରକାରକୁ ସମର୍ଥନ କରୁଛନ୍ତି ଆରଜେଡି ଓ କଂଗ୍ରେସ।

Related story