ମୋଦିଙ୍କ ବାୟୋପିକ୍‌ ଉପରେ ରୋକ ଲଗାଇବାକୁ କଂଗ୍ରେସର ଦାବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ନିର୍ମିତ ବଲିଉଡ୍‌ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’ର ରିଲିଜ୍‌ ଉପରେ ରୋକ ଲଗାଇବାକୁ ଆଜି କଂଗ୍ରେସ ଦାବି କରିଛି। ଏଥିପାଇଁ ଦଳ ପକ୍ଷରୁ ଆଜି ସନ୍ଧ୍ୟାରେ ନିର୍ବାଚନ ଆୟୋଗଙ୍କୁ ଏକ ଦାବିପତ୍ର ଦିଆଯାଇଛି। ନିର୍ବାଚନ ପାଇଁ ଭୋଟ ଗ୍ରହଣ ପୂର୍ବରୁ ଓ ଶେଷ ପର୍ଯ୍ୟନ୍ତ ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଇବାକୁ ଏଥିରେ କୁହାଯାଇଛି। ଚଳିତ ବର୍ଷ ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ହେବ। ଭୋଟ୍‌ ଗ୍ରହଣର […]

u

Hemant Lenka
  • Published: Monday, 25 March 2019
  • , Updated: 25 March 2019, 08:48 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ନିର୍ମିତ ବଲିଉଡ୍‌ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’ର ରିଲିଜ୍‌ ଉପରେ ରୋକ ଲଗାଇବାକୁ ଆଜି କଂଗ୍ରେସ ଦାବି କରିଛି।

ଏଥିପାଇଁ ଦଳ ପକ୍ଷରୁ ଆଜି ସନ୍ଧ୍ୟାରେ ନିର୍ବାଚନ ଆୟୋଗଙ୍କୁ ଏକ ଦାବିପତ୍ର ଦିଆଯାଇଛି। ନିର୍ବାଚନ ପାଇଁ ଭୋଟ ଗ୍ରହଣ ପୂର୍ବରୁ ଓ ଶେଷ ପର୍ଯ୍ୟନ୍ତ ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଇବାକୁ ଏଥିରେ କୁହାଯାଇଛି। ଚଳିତ ବର୍ଷ ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ହେବ। ଭୋଟ୍‌ ଗ୍ରହଣର ଶେଷ ତାରିଖ ହେଉଛି ମେ' ୧୯। ତେଣୁ ସେ ପର୍ଯ୍ୟନ୍ତ ମୋଦିଙ୍କ ଉପରେ ଆଧାରିତ ଫିଲ୍ମଟିକୁ ରିଲିଜ୍ ନକରିବାକୁ କଂଗ୍ରେସ ଦାବି କରିଛି।

କଂଗ୍ରେସ କହିଛି, ଏପ୍ରିଲ ୫ରେ ମୋଦିଙ୍କ ବାୟୋପିକ ରିଲିଜ୍‌ ହେବାର କାର୍ଯ୍ୟକ୍ରମ ରହିଛି। ଯଦି ଏହା ରିଲିଜ୍‌ ହୁଏ, ତା’ହେଲେ ତାହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ କରିବ। କାରଣ ଫିଲ୍ମଟି ଭୋଟରଙ୍କୁ ପ୍ରଭାବିତ କରିବାକୁ ନିର୍ମାଣ କରାଯାଇଛି। ଏଥିପାଇଁ ଆଜି କଂଗ୍ରେସ ନେତା କପିଲ ଶିବଲଙ୍କ ନେତୃତ୍ୱରେ ଏକ ଟିମ୍‌ ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଥିଲା।

କପିଲ ଶିବଲ କହିଛନ୍ତି, “ ମୋଦିଙ୍କ ଉପରେ ନିର୍ମାଣ ହୋଇଥିବା ଫିଲ୍ମଟି ଠିକ୍‌ ନିର୍ବାଚନ ପୂର୍ବରୁ ରିଲିଜ୍‌ କରିବାକୁ ଯୋଜନା କରାଯାଇଛି। ଏଣୁ ଏହା ରାଜନୀତିକ ଦୃଷ୍ଟିକୋଣରୁ ନିର୍ମାଣ ହୋଇଥିବା ସ୍ପଷ୍ଟ ହୋଇଛି। ଏହି ଫିଲ୍ମର ୩ ଜଣ ପ୍ରଯୋଜକ ଓ ଅଭିନେତା ବିଜେପି ଦଳର ଲୋକ। ତେଣୁ ଫିଲ୍ମ ନିର୍ମାଣ ପଛର କାରଣ କ’ଣ ତାହା ଜଳଜଳ ହୋଇ ଦିଶୁଛି। ତେଣୁ ନିର୍ବାଚନ ସରିବା ପର୍ଯ୍ୟନ୍ତ ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଯିବା ଦରକାର।”

Related story