ଜାନୁଆରୀ ୩୧ରେ ଆରମ୍ଭ ହେବ ସଂସଦୀୟ ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ: ସଂସଦୀୟ ବଜେଟ ଅଧିବେଶନର ଆରମ୍ଭକୁ ନେଇ ଆଜି ସଂସଦ ଭବନରେ ମନ୍ତ୍ରୀମଣ୍ଡଳୀୟ ସମିତି(ସିସିପିଏ) ଦ୍ୱାରା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦର ବଜେଟ୍‌ ଅଧିବେଶନ ଚଳିତ ମାସ ୩୧ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୧ରେ ବଜେଟ୍‌ ଆଗତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତି ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନକୁ ସମ୍ବୋଧିତ କରିବେ। ସାଧାରଣତଃ ବଜେଟ୍‌ ଅଧିବେଶନ ଫେବୃଆରୀର ଶେଷ ସପ୍ତାହରେ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ଏହାର ପ୍ରଥମ ପର୍ଯ୍ୟାୟ ୩୧ ଜାନୁଆରୀରୁ ୯ […]

parliament

Rakesh Mallick
  • Published: Tuesday, 03 January 2017
  • , Updated: 03 January 2017, 04:01 PM IST

ନୂଆଦିଲ୍ଲୀ: ସଂସଦୀୟ ବଜେଟ ଅଧିବେଶନର ଆରମ୍ଭକୁ ନେଇ ଆଜି ସଂସଦ ଭବନରେ ମନ୍ତ୍ରୀମଣ୍ଡଳୀୟ ସମିତି(ସିସିପିଏ) ଦ୍ୱାରା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦର ବଜେଟ୍‌ ଅଧିବେଶନ ଚଳିତ ମାସ ୩୧ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୧ରେ ବଜେଟ୍‌ ଆଗତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତି ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନକୁ ସମ୍ବୋଧିତ କରିବେ।

ସାଧାରଣତଃ ବଜେଟ୍‌ ଅଧିବେଶନ ଫେବୃଆରୀର ଶେଷ ସପ୍ତାହରେ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ଏହାର ପ୍ରଥମ ପର୍ଯ୍ୟାୟ ୩୧ ଜାନୁଆରୀରୁ ୯ ଫେବୃଆରୀ ମଧ୍ୟରେ କରାଯିବ।

ବିଭିନ୍ନ ସରକାରୀ ଯୋଜନା ଗୁଡ଼ିକ ପାଇଁ ଅର୍ଥ ଆବଣ୍ଟନ ପ୍ରକ୍ରିୟା ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‌ ଏପ୍ରିଲ ୧ରୁ ଆରମ୍ଭ କରିବାର ଯୋଜନା ରଖିଛନ୍ତି ସରକାର। ଏହି ସମୟରେ ଦେଶର ଆର୍ଥିକବର୍ଷ ଆରମ୍ଭ ହୋଇଥାଏ।

Related story