ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ନାଁରେ ଦୁର୍ନୀତି ଅଭିଯୋଗ, ଇସ୍ତଫା ଦାବି କଲା କଂଗ୍ରେସ

ବେଙ୍ଗାଲୁରୁ: ଅଡୁଆରେ ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା। ରବିବାର କଂଗ୍ରେସ ନେତା ଅଭିଷେକ ମନୁ ସିଂଭି କହିଛନ୍ତି ୟେଦ୍ୟୁରପ୍ପାଙ୍କ ପରିବାର ନାଁରେ ଦୁର୍ନୀତି ଅଭିଯୋଗ ଆସିଛି। ଏହି ଆଧାରରେ ସେ ଇସ୍ତଫା ଦେବା ଉଚିତ। ନିକଟରେ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମାୟା ଅଭିଯୋଗ କରିଥିଲେ ଯେ ୟେଦ୍ୟୁରପ୍ପା ଏବଂ ତାଙ୍କ ପୁଅ ବିଓ୍ୱାଇ ବିଜୟେନ୍ଦ୍ର ବେଙ୍ଗାଲୁରୁ ଡେଭଲପମେଣ୍ଚ ଅଥରଟିର କଣ୍ଟ୍ରାକ୍ଟର ପାଖରୁ ଲାଞ୍ଚ ନେଇଥିବା ଅଭିଯୋଗ ଆସିଛି। […]

MODI YEDDURAPPA

MODI YEDDURAPPA

Subhransu Sekhar
  • Published: Sunday, 11 October 2020
  • Updated: 11 October 2020, 04:33 PM IST

Sports

Latest News

ବେଙ୍ଗାଲୁରୁ: ଅଡୁଆରେ ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା। ରବିବାର କଂଗ୍ରେସ ନେତା ଅଭିଷେକ ମନୁ ସିଂଭି କହିଛନ୍ତି ୟେଦ୍ୟୁରପ୍ପାଙ୍କ ପରିବାର ନାଁରେ ଦୁର୍ନୀତି ଅଭିଯୋଗ ଆସିଛି। ଏହି ଆଧାରରେ ସେ ଇସ୍ତଫା ଦେବା ଉଚିତ। ନିକଟରେ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମାୟା ଅଭିଯୋଗ କରିଥିଲେ ଯେ ୟେଦ୍ୟୁରପ୍ପା ଏବଂ ତାଙ୍କ ପୁଅ ବିଓ୍ୱାଇ ବିଜୟେନ୍ଦ୍ର ବେଙ୍ଗାଲୁରୁ ଡେଭଲପମେଣ୍ଚ ଅଥରଟିର କଣ୍ଟ୍ରାକ୍ଟର ପାଖରୁ ଲାଞ୍ଚ ନେଇଥିବା ଅଭିଯୋଗ ଆସିଛି। ଏକ ଅଡିଓ କ୍ଲିପ୍ ଏ ନେଇ ଭାଇରାଲ ହୋଇଛି। ଯେଉଁଥିରେ କଣ୍ଟ୍ରାକ୍ଟରଙ୍କ ସହ ବିଜୟେନ୍ଦ୍ର ଏବଂ ତାଙ୍କ ନାତିଙ୍କ ସଂପୃକ୍ତି ରହିଛି ବୋଲି ସିଦ୍ଧରମାୟା କହିଛନ୍ତି। ତେଣୁ କାହିଁକି ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ନହେବ ବୋଲି ସିଦ୍ଧରମାୟା କହିଛନ୍ତି।

ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ପୁଅ ଏବଂ ନାତି ନାଁରେ ଅଭିଯୋଗ ଆସୁଛି ସେତେବେଳେ କିଛି ସ୍ପେଶାଲ ନିୟମ ରହିଛି କି ଅପରାଧିକ ମାମଲା ରୁଜୁ ନହେବା ପାଇଁ ବୋଲି ସିଦ୍ଧରମାୟା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଏହି ପ୍ରସଙ୍ଗରେ ଶାସକ ଦଳ ଓ ମୁଖ୍ୟମନ୍ତ୍ରୀ କାହିଁକି ନିରବ ବୋଲି ସିଦ୍ଧରମାୟାଙ୍କ ଅଭିଯୋଗକୁ ଆଧାର କରି ପ୍ରଶ୍ନ କରିଛନ୍ତି।

ଯଦି ବିଜେପି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଟିକିଏ ସୌଜନ୍ୟତା ଥାନ୍ତା ତାହେଲେ ସେ ପଦବୀରୁ ଇସ୍ତଫା ଦେଇସାରିଥାନ୍ତେ ବୋଲି ସିଂଭି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସିଂଭି କହିଛନ୍ତି ଯେ, ଚୌକିଦାର କାହିଁକି ଏ ପ୍ରସଙ୍ଗରେ ନିରବ ରହିଛନ୍ତି। ପ୍ରଧାନମନ୍ତ୍ରୀ ଯେତେବେଳେ ଦେଶର ସମସ୍ତ ଘର ପାଇଁ ଚୌକିଦାର ସାଜିଛନ୍ତି। ହେଲେ ନିଜ ଘର ପାଇଁ କିଏ ଚୌକିଦାର ବୋଲି ସେ ପ୍ରଶ୍ନ କରିଛନ୍ତି।

ସେପ୍ଟେମ୍ୱର ମାସରେ କଂଗ୍ରେସ ଦୁର୍ନୀତି ଅଭିଯୋଗ ଆସିଥିଲା। ୟେଦ୍ୟୁରପ୍ପା କହିଥିଲେ ଯଦି ତାଙ୍କ ପୁଅଙ୍କ ନାଁରେ ଆସିଥିବା ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବ ସେ ରାଜନୀତିରୁ ଇସ୍ତଫା ଦେବେ। ସୂଚନାଯୋଗ୍ୟ,  ପୂର୍ବରୁ ୟେଦ୍ୟୁରପ୍ପାଙ୍କ ନାଁରେ କୋଇଲା ଖଣି ଦୁର୍ନୀତି ଅଭିଯୋଗ ଆସିଥିଲା। ଏହାପରେ ସେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ। ପରେ କ୍ଲିନିଚିଟ୍ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos