ନୂଆ ଟ୍ରେଣ୍ଡ ଆରମ୍ଭ କଲା କଂଗ୍ରେସ: ମହିଳା ବିରୋଧୀ ଅପରାଧର ଅଭିଯୁକ୍ତଙ୍କୁ ମିଳିବନି ଟିକେଟ

ନୂଆଦିଲ୍ଲୀ: ଦେଶରେ ମହିଳା ବିରୋଧୀ ହିଂସା ଓ ନିର୍ଯାତନା ବଢ଼ୁଥିବାରୁ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ନୂଆ ଟ୍ରେଣ୍ଡ ଆରମ୍ଭ କରିଛି। ଏଣିକି ମହିଳା ବିରୋଧୀ ଅପରାଧର ଅଭିଯୁକ୍ତଙ୍କୁ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିବା ପାଇଁ କୌଣସି ପ୍ରକାରର ଟିକେଟ ମିଳିବ ନାହିଁ ବୋଲି ଜଣାପଡ଼ିଛି। ଦଳର ପ୍ରାର୍ଥୀ ଚୟନ କମିଟି ଏଭଳି ନିଷ୍ପତ୍ତି ନେଇଛି। ବିହାର ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେବା ବେଳେ କଂଗ୍ରେସ ଏହି ନିୟମକୁ କାର୍ଯ୍ୟକାରୀ କରିଛି। ବିହାରରେ ୩ […]

sd

sd

Hemant Lenka
  • Published: Wednesday, 07 October 2020
  • Updated: 07 October 2020, 03:28 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ମହିଳା ବିରୋଧୀ ହିଂସା ଓ ନିର୍ଯାତନା ବଢ଼ୁଥିବାରୁ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ନୂଆ ଟ୍ରେଣ୍ଡ ଆରମ୍ଭ କରିଛି। ଏଣିକି ମହିଳା ବିରୋଧୀ ଅପରାଧର ଅଭିଯୁକ୍ତଙ୍କୁ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିବା ପାଇଁ କୌଣସି ପ୍ରକାରର ଟିକେଟ ମିଳିବ ନାହିଁ ବୋଲି ଜଣାପଡ଼ିଛି।

ଦଳର ପ୍ରାର୍ଥୀ ଚୟନ କମିଟି ଏଭଳି ନିଷ୍ପତ୍ତି ନେଇଛି। ବିହାର ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେବା ବେଳେ କଂଗ୍ରେସ ଏହି ନିୟମକୁ କାର୍ଯ୍ୟକାରୀ କରିଛି। ବିହାରରେ ୩ ଜଣ ନେତା ଦଳୀୟ ଟିକେଟ ପାଇଁ ଆବେଦନ କରିଥିଲେ। ହେଲେ ସେମାନଙ୍କ ନାଁରେ ମହିଳା ବିରୋଧୀ ଅପରାଧ ପାଇଁ ମାମଲା ରହିଛି। ସେମାନେ ମହିଳା ବିରୋଧୀ ଅପରାଧର ଅଭିଯୁକ୍ତ। ଏହି କାରଣରୁ ଦଳ ଏହି ୩ ନେତାଙ୍କୁ ଏଯାଏ ଟିକେଟ ଦେଇନାହିଁ।

ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ଦିନକୁ ଦିନ ଦେଶରେ ହାଥରସ ଘଟଣାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ମହିଳା ବିରୋଧୀ ଗୁରୁତର ଅପରାଧରେ ଅଭିଯୁକ୍ତ ହୋଇଥିବା ୩ ଜଣ ନେତାଙ୍କ ନାଁ ଉପରେ କଂଗ୍ରେସ ରୋକ ଲଗାଇଛି। ସେମାନେ ନିର୍ବାଚନ ଲଢ଼ିବେ କି ନାହିଁ, ତା’ର ନିଷ୍ପତ୍ତି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ହିଁ ନେବ ବୋଲି ସେ କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମଙ୍ଗଳବାର ଦଳର ମହିଳା ୱିଙ୍ଗ ମୁଖ୍ୟ ସୁସ୍ମିତା ଦେବ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ମହିଳା ବିରୋଧୀ ଅପରାଧରେ ଜଡ଼ିତ ନେତାଙ୍କୁ ରାଜନୀତିକ ଦଳଗୁଡ଼ିକ ଟିକେଟ ଦେବା ବିପକ୍ଷରେ ମତ ଦେଇଥିଲେ।

ସୂଚନାଯୋଗ୍ୟ, ବିହାର ବିଧାନସଭାର ୨୪୩ଟି ଆସନରୁ କଂଗ୍ରେସ ୭୦ଟି ଆସନରେ ପ୍ରାର୍ଥୀ ଦେବ। ଦଳ ଏଥରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ସହ ମିଶି ନିର୍ବାଚନ ଲଢ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos