ମୋଦି 'ହେଡଲାଇନ୍ସ' ଦେଲେ, 'ହେଲ୍ପଲାଇନ୍' ଦେଲେନି: ସୁରଜେଓ୍ୱାଲା

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମୁକାବିଲା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏବେ ଏହାକୁ ନେଇ କେନ୍ଦ୍ର ସରକାରକୁ ଘେରିଛି ବିରୋଧୀ ଦଳ କଂଗ୍ରେସ। ପ୍ରବାସୀ ଶ୍ରମିକଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମ୍ୱେଦନଶୀଳତା କମ୍ ରହିଛି। ସେମାନଙ୍କ ସମସ୍ୟା ଦୂର କରାଯାଇପାରୁନି, ତେଣୁ ଦେଶ ନିରାଶ ହୋଇଛି ବୋଲି କଂଗ୍ରେସ ନେତା ତଥା ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା କହିଛନ୍ତି। ସେ ଟୁଇଟ୍ କରି […]

Randeep_Singh_Surjewala

Randeep_Singh_Surjewala

Subhransu Sekhar
  • Published: Wednesday, 13 May 2020
  • Updated: 13 May 2020, 07:55 AM IST

Sports

Latest News

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମୁକାବିଲା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏବେ ଏହାକୁ ନେଇ କେନ୍ଦ୍ର ସରକାରକୁ ଘେରିଛି ବିରୋଧୀ ଦଳ କଂଗ୍ରେସ। ପ୍ରବାସୀ ଶ୍ରମିକଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମ୍ୱେଦନଶୀଳତା କମ୍ ରହିଛି। ସେମାନଙ୍କ ସମସ୍ୟା ଦୂର କରାଯାଇପାରୁନି, ତେଣୁ ଦେଶ ନିରାଶ ହୋଇଛି ବୋଲି କଂଗ୍ରେସ ନେତା ତଥା ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା କହିଛନ୍ତି।

ସେ ଟୁଇଟ୍ କରି କହିଛନ୍ତି,  ମୋଦି ତାଙ୍କ ସମ୍ୱୋଧନରେ ଯାହା କହିଛନ୍ତି ତାହା ଦେଶର ‘ହେଡଲାଇନ୍’ ହୋଇଛି। ହେଲେ ଦେଶକୁ ସାହାଯ୍ୟ କରିବା ପାଇଁ ‘ହେଲପ ଲାଇନ୍’ ନମ୍ୱରର ଆବଶ୍ୟକତା ରହିଛି। ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକମାନେ ନିରପଦ ଓ ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ଆଶା ରଖିଛନ୍ତି। ସମସ୍ତେ ଏଭଳି କିଛି ଘୋଷଣା କରିବେ ବୋଲି ଭାବିଥିଲେ। ହେଲେ ଏଭଳି ଘୋଷଣା ନକରି ଦେଶର ଦିନ ମଜୁରିଆ ଏବଂ ପ୍ରବାସୀଙ୍କ ପ୍ରତି ସରକାରଙ୍କର କି ମାନସିକତା ରହିଛି ତାହା ଜଣାପଡ଼ିଛି।

https://twitter.com/rssurjewala/status/1260239596127846401

ସବୁଠାରୁ ବଡ଼ କଥା ହେଲା ମୋଦି ଉଦବୋଧନ ଦେବା ବେଳେ ଯେଉଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ତାକୁ ସ୍ୱାଗତ କରିଛନ୍ତି କଂଗ୍ରେସର ଅନ୍ୟତମ ପ୍ରମୁଖ ନେତା ତଥା ସାଂସଦ ଆନନ୍ଦ ଶର୍ମା। ତେବେ ଏହି ପ୍ୟାକେଜ ବାବଦରେ ବିସ୍ତାର ଭାବରେ ଘୋଷଣା ହେବା ପରେ ସେ ଏହାକୁ ନେଇ ମତ ରଖିବେ ବୋଲି କହିଛନ୍ତି।

ତେବେ ବାଚସ୍ପତି ଓମ୍ ବିର୍ଲା, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେ.ପି ନଡ୍ଡା ଆଦି ମୋଦିଙ୍କ ଏଭଳି ଆର୍ଥିକ ପ୍ୟାକେଜକୁ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story