ନୂଆଦିଲ୍ଲୀ: ଏଣିକି କଂଗ୍ରେସ କର୍ମୀମାନେ ବର୍ଷକୁ ଦଳକୁ ୨୫୦ ଟଙ୍କା ଲେଖାଏଁ ଅନୁଦାନ ଦେବେ। ଦଳର ଆର୍ଥିକ ସ୍ଥିତିକୁ ସୁଧାରିବା ତଥା ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ପାଇଁ ଏହି ନିଷ୍ପତ୍ତି ନେଇଛି କଂଗ୍ରେସ। ଏହି ନିଷ୍ପତ୍ତିକ୍ରମେ ଦଳର ପ୍ରତ୍ୟେକ କର୍ମୀଙ୍କର ଆର୍ଥିକ ଯୋଗଦାନ ରହିବ। ସେମାନଙ୍କର ଏହି ଅନୁଦାନର ୨୫% ପ୍ରଦେଶ କଂଗ୍ରେସ କମିଟିକୁ ଦିଆଯିବ ଓ ବାକି ୭୫% ଏଆଇସିସି ପାଣ୍ଠିକୁ ଯିବ।
ଏ ସଂପର୍କରେ ସୂଚନା ଦେଇ ଏଆଇସିସି କୋଷାଧ୍ୟକ୍ଷ ମୋତିଲାଲ ଭୋରା କହିଛନ୍ତି ଯେ ବର୍ତ୍ତମାନ କଂଗ୍ରେସର ସମସ୍ତ ସାଂସଦ ଓ ବିଧାୟକ ଦଳକୁ ସେମାନଙ୍କର ମାସକର ଦରମା ଦେଉଛନ୍ତି। ପ୍ରତ୍ୟେକ ଏଆଇସିସି ସଦସ୍ୟ ବର୍ଷକୁ ଦଳକୁ ୬୦୦ ଟଙ୍କା ଦେଉଛନ୍ତି। ସେହିଭଳି ଜଣେ ପିସିସି ସଦସ୍ୟ ଦଳର ରାଜ୍ୟ ଶାଖାକୁ ବର୍ଷକୁ ୩୦୦ ଟଙ୍କା ଦେଉଛନ୍ତି। ନୂଆ ଆଇନ ଅନୁଯାୟୀ ଦଳର ରାଜ୍ୟ ଶାଖା ଯେତିକି ଅନୁଦାନ ଗ୍ରହଣ କରିଥିବେ ସେଥରୁ ୫୦% ସେମାନେ ଜିଲ୍ଲା ଶାଖାଗୁଡ଼ିକୁ ପ୍ରଦାନ କରିବେ। ଏହା ଦଳର ସମସ୍ତ ରାଜ୍ୟ ଶାଖା ପାଇଁ ବାଧ୍ୟତାମୂଳକ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Politics
ବିଜେପିର ରମେଶ ବିଧୁରୀଙ୍କୁ କାହିଁକି ଆଗୁଆ ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ?
ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଟାକ୍ଷ କରିଛନ୍ତି। ସେ ବିଜେପିର ରମେଶ ବିଧୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
National
ଆସାମ ଖଣିରୁ ମିଳିଲା ଆଉ ୩ ଶ୍ରମିକଙ୍କ ମୃତଦେହ, ଏବେ ବି ୫ ଜଣଙ୍କ ପତ୍ତା ମିଳୁନି
୩୧୦ ଫୁଟ ଗଭୀରରେ ଖନନ ଚାଲିଥିବା ସମୟରେ ଏହା ଭିତରେ ହଠାତ ବନ୍ୟାଜଳ ପଶି ଯାଇଥିଲା। ଖଣି ଭିତରେ ଫସି ଯାଇଥିଲେ ୯ ଜଣ ଶ୍ରମିକ।
Viral
୩ୟ ଶ୍ରେଣୀ ଛାତ୍ରୀଙ୍କୁ ହୃଦଘାତ, ସ୍କୁଲରେ ଚାଲିଗଲା ଜୀବନ: ଭିଡିଓ ଭାଇରାଲ୍
ହାର୍ଟ ଆଟାକ ଯେ କେବଳ ପ୍ରାପ୍ତ ବୟସ୍କଙ୍କୁ ହୋଇଥାଏ, ତା’ହା ଭାବିବା ଭୁଲ। କାରଣ ଛୋଟ ପିଲା ମଧ୍ୟ ଏହାର ଶିକାର ହେବାରେ ଲାଗିଛନ୍ତି।
National
ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ତଳେ ଫସିଛନ୍ତି ବହୁ ଶ୍ରମିକ
ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୁଲିସ ସୂଚନା ଦେଇଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ସମେତ ଏନଡିଆରଏଫ୍, ଏସଡିଆରଏଫ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।