ଅହମଦ ପଟେଲଙ୍କ ସ୍ଥାନରେ ନିଯୁକ୍ତ ହେଲେ ପବନ ବଂଶଲ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ପବନ ବଂଶଲ ହୋଇଛନ୍ତି ଏଆଇସିସିର କୋଷାଧ୍ୟକ୍ଷ। ଅତିରିକ୍ତ ଦାୟିତ୍ୱ ଭାବରେ ପବନ ବଂଶଲଙ୍କୁ ନିଯୁକ୍ତ କରିଛି କଂଗ୍ରେସ। ଦିବଂଗତ ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ପରେ ଏହି ପଦବୀରେ କିଏ ବସିବେ ସେ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। Congress leader Pawan Kumar Bansal given the additional responsibility of AICC treasurer, as an interim measure. — ANI (@ANI) November 28, 2020 […]

pawan-bangsal

Subhransu Sekhar
  • Published: Saturday, 28 November 2020
  • , Updated: 28 November 2020, 04:32 PM IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ପବନ ବଂଶଲ ହୋଇଛନ୍ତି ଏଆଇସିସିର କୋଷାଧ୍ୟକ୍ଷ। ଅତିରିକ୍ତ ଦାୟିତ୍ୱ ଭାବରେ ପବନ ବଂଶଲଙ୍କୁ ନିଯୁକ୍ତ କରିଛି କଂଗ୍ରେସ। ଦିବଂଗତ ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ପରେ ଏହି ପଦବୀରେ କିଏ ବସିବେ ସେ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା।

https://twitter.com/ANI/status/1332619143489617920?s=20

ଆକଳନ ଅନୁଯାୟୀ ଏହି ପଦବୀରେ ଅମ୍ୱିକା ସୋନୀ, ଦିଗବିଜୟ ସିଂ, ଅଶୋକ ଗେହଲଟ ଭଳି ପୁରୁଖା ନେତାଙ୍କୁ ବସାଇବାକୁ ଚର୍ଚ୍ଚା ହେଉଥିଲା। ହେଲେ ଏବେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପବନ ବଂଶଲଙ୍କୁ ଏହି ପଦବୀରେ ବସାଇଛନ୍ତି ହାଇକମାଣ୍ଡ ସୋନିଆ ଗାନ୍ଧୀ।

ପବନ ବଂଶଲ ପେଶାରେ ଓକିଲ। ଚଣ୍ଡିଗଡ ଲୋକସଭା ଆସନରୁ ସେ ଚାରି ଥର ନିର୍ବାଚିତ ହୋଇଛନ୍ତି। ୟୁପିଏ ସରକାରରେ ସେ ରେଳ ମନ୍ତ୍ରୀ ହେବା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିଜ୍ଞାନ ଏବଂ କାରିଗର ମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୧୬ ଜୁଲାଇ ୧୯୪୮ରେ ସେ ଜନ୍ମ ଗ୍ରହଣ କରିଥିଲେ।

Related story