ଇସ୍ତଫା ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ରାହୁଲଙ୍କ ଘର ଆଗରେ ଆଜି କଂଗ୍ରେସର ଧାରଣା

ନୂଆଦିଲ୍ଲୀ: ଦୋଛକିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଗୋଟିଏ ପଟେ ନିଜ ଇସ୍ତଫା ଜିଦରେ ଅଟଳ ରହିଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତା ଦଳର ଅଧ୍ୟକ୍ଷ ପଦବୀ ନଛାଡ଼ିବା ପାଇଁ ପରାମର୍ଶ ଦେଇଛନ୍ତି। ଏମିତିକି ଆଜି ଦିଲ୍ଲୀ କଂଗ୍ରେସ ସଭାପତି ଶୀଲା ଦୀକ୍ଷିତ ଏବଂ ଶହ ଶହ କଂଗ୍ରେସ ନେତା ଓ କର୍ମୀ ରାହୁଲଙ୍କ ଘର ଆଗରେ ପଦ ନଛାଡ଼ିବା ପାଇଁ ଦାବିରେ ଧାରଣା ଦେବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ […]

SONIA RAHUL 2

Subhransu Sekhar
  • Published: Wednesday, 29 May 2019
  • , Updated: 29 May 2019, 01:47 PM IST
ନୂଆଦିଲ୍ଲୀ: ଦୋଛକିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଗୋଟିଏ ପଟେ ନିଜ ଇସ୍ତଫା ଜିଦରେ ଅଟଳ ରହିଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତା ଦଳର ଅଧ୍ୟକ୍ଷ ପଦବୀ ନଛାଡ଼ିବା ପାଇଁ ପରାମର୍ଶ ଦେଇଛନ୍ତି। ଏମିତିକି ଆଜି ଦିଲ୍ଲୀ କଂଗ୍ରେସ ସଭାପତି ଶୀଲା ଦୀକ୍ଷିତ ଏବଂ ଶହ ଶହ କଂଗ୍ରେସ ନେତା ଓ କର୍ମୀ ରାହୁଲଙ୍କ ଘର ଆଗରେ ପଦ ନଛାଡ଼ିବା ପାଇଁ ଦାବିରେ ଧାରଣା ଦେବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି। ଏଥିପାଇଁ ନିଜ ନେତୃତ୍ୱକୁ ଦାୟୀ କରି ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି। ଗତ ସପ୍ତାହରେ ହୋଇଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କ ଇସ୍ତଫା ଅଗ୍ରାହ୍ୟ ହୋଇଥିଲା। କିନ୍ତୁ ଏହାପରେ ବି ଇସ୍ତଫା ଦେବା ଜିଦରେ ରାହୁଲ ଅଡ଼ି ବସିଛନ୍ତି ଏବଂ ତିନି ଚାରି ଦିନ ଭିତରେ ତାଙ୍କର ଉତ୍ତରାଧିକାରୀ ଖୋଜିବା ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ କମିଟିକୁ ସେ କହିଥିବା ଜଣାପଡ଼ିଛି।
ଦଳର ପୂର୍ବତନ ଅଧ୍ୟକ୍ଷ ତଥା ମାଆ ସୋନିଆ ଗାନ୍ଧି, ଭଉଣୀ ପ୍ରିୟଙ୍କା ଗାନ୍ଧି, ବରିଷ୍ଠ ନେତା ଵୀରପ୍ପା ମୋଇଲି, ଗୁଲାମ ନବୀ ଆଜାଦ୍, ରଣଦୀପ ସୁର୍ଜେୱାଲା, ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଭଳି ନେତା ରାହୁଲଙ୍କୁ ନିଜ ନିଷ୍ପତ୍ତିରୁ ଓହରିବା ପାଇଁ ପରାମର୍ଶ ଦେଇଛନ୍ତି।

Related story