ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି ସହ ମେଣ୍ଟ ଭାଙ୍ଗିବ କଂଗ୍ରେସ!

ପାଟନା: ସାଧାରଣ ନିର୍ବାଚନରେ ବିହାରରେ ଆରଜେଡି ନେତୃତ୍ୱାଧୀନ ମେଣ୍ଟ ନିଜର ସ୍ଥିତି ହରାଇଛି। ଏବେ କଂଗ୍ରେସ ଆରଜେଡି ସହ ମେଣ୍ଟ କରି ଭୁଲ କରିଛି ବୋଲି ହୃଦବୋଧ କରୁଛି। ତେଣୁ ଆଗାମୀ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଏହି ମେଣ୍ଟରୁ ଓହରିଯିବ ବୋଲି ସଙ୍କେତ ଦେଇଛି। ବିହାରରେ ୪୦ ଲୋକସଭା ଆସନରୁ ମହାମେଣ୍ଟ ମାତ୍ର ଗୋଟିଏ ଆସନରେ ଜିତିବାରେ ସକ୍ଷମ ହୋଇଛି। କିଷନଗଞ୍ଜ ଲୋକସଭା ଆସନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଆସନରେ ଏନଡିଏରେ ସାମିଲ ଥିବା […]

Rahul-Gandhi-and-Tejashwi-Yadav

Subhransu Sekhar
  • Published: Sunday, 02 June 2019
  • , Updated: 02 June 2019, 05:48 PM IST

ପାଟନା: ସାଧାରଣ ନିର୍ବାଚନରେ ବିହାରରେ ଆରଜେଡି ନେତୃତ୍ୱାଧୀନ ମେଣ୍ଟ ନିଜର ସ୍ଥିତି ହରାଇଛି। ଏବେ କଂଗ୍ରେସ ଆରଜେଡି ସହ ମେଣ୍ଟ କରି ଭୁଲ କରିଛି ବୋଲି ହୃଦବୋଧ କରୁଛି। ତେଣୁ ଆଗାମୀ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଏହି ମେଣ୍ଟରୁ ଓହରିଯିବ ବୋଲି ସଙ୍କେତ ଦେଇଛି।

ବିହାରରେ ୪୦ ଲୋକସଭା ଆସନରୁ ମହାମେଣ୍ଟ ମାତ୍ର ଗୋଟିଏ ଆସନରେ ଜିତିବାରେ ସକ୍ଷମ ହୋଇଛି। କିଷନଗଞ୍ଜ ଲୋକସଭା ଆସନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଆସନରେ ଏନଡିଏରେ ସାମିଲ ଥିବା ବିଜେପି, ଜେଡିୟୁ ଓ ଏଲଜେପି ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷେ, ଚଳିତ ନିର୍ବାଚନରେ ଆରଜେଡି କୌଣସି ଆସନ ନ ଜିତିବା ବିହାରର ରାଜନୀତି ଇତିହାସରେ ପ୍ରଥମ ବୋଲି ଜଣାପଡ଼ିଛି। ମହାମେଣ୍ଟରେ ସାମିଲ ହୋଇଥିବାରୁ କଂଗ୍ରେସ ବିହାରରେ ନିଜର ଭୋଟ ବ୍ୟାଙ୍କ ହରାଇଛି ବୋଲି ସମୀକ୍ଷା ପରେ କଂଗ୍ରେସ ଜାଣିବାକୁ ପାଇଛି।

ସେପଟେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନେତୃତ୍ୱକୁ ଦଳ ଭିତରୁ ବିରୋଧ ହେଉଥିବା ଦେଖିବାକୁ ମିଳିଛି। ତେଣୁ ଆଗାମୀ ଦିନରେ ଆରଜେଡି ନେତା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେବେ ବୋଲି ମଧ୍ୟ ଆକଳନ କରାଯାଉଛି।

Related story