ବିରୋଧୀ ଦଳର ମାନ୍ୟତା ହରାଇଲା କଂଗ୍ରେସ

ଗୌହାଟି: ନିକଟରେ ଆସାମ କଂଗ୍ରେସର ଦୁଇ ବିଧାୟକ ଇସ୍ତଫା ଦେଇଛନ୍ତି। ଦୁଇ ବିଧାୟକ ଇସ୍ତଫା ଦେବା ପରେ ବିରୋଧୀ ଦଳର ନେତା ପାଇଁ ଆବଶ୍ୟକ ଥିବା ବିଧାୟକ ସଂଖ୍ୟା ହ୍ରାସ ପାଇଛି। ତେଣୁ ବିରୋଧୀ ଦଳର ନେତା ପଦ ହରାଇଛନ୍ତି ଦେବବ୍ରତ ସୌକିଆ। ଆସାମ ବିଧାନସଭାର ସଚିବ ଏହି ସୂଚନା ଦେଇଛନ୍ତି। ଦୁଇ ବିଧାୟକ ଇସ୍ତଫା ଦେବା ପରେ କଂଗ୍ରେସର ବିଧାୟକ ସଂଖ୍ୟା ୨୦ରେ ପହଞ୍ଚିଥିବା ସଚିବ କହିଛନ୍ତି। ଜାନୁଆରୀ ୧, ୨୦୨୧ରୁ ଦେବବ୍ରତ ବିରୋଧୀ ଦଳର […]

CONGRESS

Subhransu Sekhar
  • Published: Wednesday, 06 January 2021
  • , Updated: 06 January 2021, 12:56 PM IST

ଗୌହାଟି: ନିକଟରେ ଆସାମ କଂଗ୍ରେସର ଦୁଇ ବିଧାୟକ ଇସ୍ତଫା ଦେଇଛନ୍ତି। ଦୁଇ ବିଧାୟକ ଇସ୍ତଫା ଦେବା ପରେ ବିରୋଧୀ ଦଳର ନେତା ପାଇଁ ଆବଶ୍ୟକ ଥିବା ବିଧାୟକ ସଂଖ୍ୟା ହ୍ରାସ ପାଇଛି। ତେଣୁ ବିରୋଧୀ ଦଳର ନେତା ପଦ ହରାଇଛନ୍ତି ଦେବବ୍ରତ ସୌକିଆ। ଆସାମ ବିଧାନସଭାର ସଚିବ ଏହି ସୂଚନା ଦେଇଛନ୍ତି। ଦୁଇ ବିଧାୟକ ଇସ୍ତଫା ଦେବା ପରେ କଂଗ୍ରେସର ବିଧାୟକ ସଂଖ୍ୟା ୨୦ରେ ପହଞ୍ଚିଥିବା ସଚିବ କହିଛନ୍ତି। ଜାନୁଆରୀ ୧, ୨୦୨୧ରୁ ଦେବବ୍ରତ ବିରୋଧୀ ଦଳର ନେତା ପଦ ହରାଇଥିବା ବିଧାନସଭା ପକ୍ଷରୁ କୁହାଯାଇଛି।

ଆସାମର ୧୨୬ ବିଧାନସଭା ଆସନରୁ କଂଗ୍ରେସ ୨୬ଟି ଆସନ ଜିତିଥିଲା। କିନ୍ତୁ ଜଣଙ୍କ ପରେ ଜଣେ ବିଧାୟକ ଇସ୍ତଫା ଦେବା, ଦୁଇ ବିଧାୟକଙ୍କ ଦେହାନ୍ତ ପରେ ଏବଂ ଉପ-ନିର୍ବାଚନରେ ପରାଜୟ ପରେ ଦଳର ବିଧାୟକ ସଂଖ୍ୟା ୨୦ରେ ପହଞ୍ଚିଥିବା ସୂଚନା ରହିଛି। ବିରୋଧୀ ଦଳର ନେତା ପାଇଁ ମୋଟ୍ ୧୨୬ ଆସନରୁ ସର୍ବନିମ୍ନ ୨୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି।

ଗତବର୍ଷ କଂଗ୍ରେସ ବିଧାୟକ ପ୍ରଣବ କୁମାର ଗୋଗୋଇ ଏବଂ ତରୁଣ ଗୋଗୋଇଙ୍କର ଦେହାନ୍ତ ହୋଇଥିଲା। ସେହିପରି ଦୁଇ କଂଗ୍ରେସ ବିଧାୟକ ଅଜନ୍ତା ନେଗ ଏବଂ ରାଜଦୀପ ଗୋଲା ବିଜେପିରେ ସାମିଲ୍ ହୋଇଛନ୍ତି।

ଚଳିତବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ କଂଗ୍ରେସର ଜଣଙ୍କ ପରେ ଜଣେ ବିଧାୟକ ବିଜେପି ମୁହାଁ ହେଉଛନ୍ତି। ନିର୍ବାଚନ ବେଳେ ଏଭଳି ସ୍ଥିତି ଶାସକ ବିଜେପିକୁ ମୁକାବିଲା କରିବା କଂଗ୍ରେସ ପାଇଁ କାଠିକର ହେବ। ଏବେ କଂଗ୍ରେସ ଆସାମର ଆଞ୍ଚଳିକ ଦଳ AIUDF ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିବ ବୋଲି ସୂଚନା ରହିଛି।

ଅଧିକ ପଢ଼ନ୍ତୁ : ଓଡ଼ିଆ ବୈଜ୍ଞାନିକଙ୍କ ଖାଇବାରେ ବିଷ ମିଶାଯାଇଥିଲା

 

 

Related story