ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ପ୍ରଥମଥର ପାଇଁ ଜଣେ ସାଂସଦଙ୍କ ଜୀବନ ନେଇଛି। ତାମିଲନାଡୁ କନ୍ୟାକୁମାରୀର କଂଗ୍ରେସ ସାଂସଦ ବସନ୍ତ କୁମାର ଆଜି କରୋନାରେ ପ୍ରାଣ ହରାଇଛନ୍ତି।
ଅଗଷ୍ଟ ୧୦ରେ ୭୦ ବର୍ଷୀୟ ବସନ୍ତକୁମାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ଚେନ୍ନାଇର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।
ପ୍ରଥମଥର ତାମିଲନାଡୁରୁ ସାଂସଦ ହୋଇଥିବା ବସନ୍ତକୁମାର ଏହାପୂର୍ବରୁ ଦୁଇଥର ବିଧାୟକ ହୋଇଥିଲେ। ସେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ମଧ୍ୟ ରହିଥିଲେ।
Saddened by the demise of Lok Sabha MP Shri H. Vasanthakumar Ji. His strides in business and social service efforts were noteworthy. During my interactions with him, I always saw his passion towards Tamil Nadu’s progress. Condolences to his family and supporters. Om Shanti. pic.twitter.com/SmuAK8ufAx
— Narendra Modi (@narendramodi) August 28, 2020
ସେ Vasanth & Co ନାଁରେ ଗୋଟିଏ ଇଲେକଟ୍ରୋନିକ୍ସ ଓ ହୋମ ଆପ୍ଲିଆନ୍ସ ଷ୍ଟୋର ତିଆରି କରିଥିଲେ। ଏହାବାଦ ବସନ୍ତ ଟିଭ ନାଁରେ ତାଙ୍କର ଏକ ସ୍ୟାଟେଲାଇଟ ଚ୍ୟାନେଲ ରହିଥିଲା।
ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।