ଏପ୍ରିଲରେ କଂଗ୍ରେସର ନୂଆ ଚେହେରା!

ନୂଆଦିଲ୍ଲୀ: ଗୋଟିଏ ପଟେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅସୁସ୍ଥ ଅନ୍ୟପଟେ ସାରା ଦେଶରେ ଦୁର୍ବଳ ହୋଇଛି କଂଗ୍ରେସ। ତେଣେ ଆଗକୁ ରହିଛି ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଭଳି ରାଜ୍ୟର ବିଧାନସଭା ନିର୍ବାଚନ। ଏସବୁକୁ ନଜରରେ ରଖି କଂଗ୍ରେସ ଦଳ ୨୦୨୧ ଏପ୍ରିଲ ମାସରେ ଦଳର ସଭାପତି ନିର୍ବାଚନ କରିବ ବୋଲି ଜଣାପଡ଼ିଛି। ଦଳର ଅଧ୍ୟକ୍ଷ ନିର୍ବାଚନକୁ ଆଗକୁ ନଜରରେ ରଖି ଏବେ ସାଂଗଠନିକ ନିର୍ବାଚନକୁ ସ୍ଥଗିତ ରଖିଛି ଦଳ। ତେବେ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ କମିଟି […]

gandhi-family

Subhransu Sekhar
  • Published: Wednesday, 16 December 2020
  • , Updated: 16 December 2020, 03:46 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅସୁସ୍ଥ ଅନ୍ୟପଟେ ସାରା ଦେଶରେ ଦୁର୍ବଳ ହୋଇଛି କଂଗ୍ରେସ। ତେଣେ ଆଗକୁ ରହିଛି ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଭଳି ରାଜ୍ୟର ବିଧାନସଭା ନିର୍ବାଚନ। ଏସବୁକୁ ନଜରରେ ରଖି କଂଗ୍ରେସ ଦଳ ୨୦୨୧ ଏପ୍ରିଲ ମାସରେ ଦଳର ସଭାପତି ନିର୍ବାଚନ କରିବ ବୋଲି ଜଣାପଡ଼ିଛି। ଦଳର ଅଧ୍ୟକ୍ଷ ନିର୍ବାଚନକୁ ଆଗକୁ ନଜରରେ ରଖି ଏବେ ସାଂଗଠନିକ ନିର୍ବାଚନକୁ ସ୍ଥଗିତ ରଖିଛି ଦଳ।

ତେବେ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ କମିଟି ନିର୍ବାଚନ ଅନୁଷ୍ଠିତ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର କରି ନାହିଁ  କଂଗ୍ରେସ। ଅଗଷ୍ଟରେ ସର୍ବୋଚ୍ଚ କାର୍ଯ୍ୟ କମିଟି ପୁନଃ ଗଠିତ ହୋଇଥିଲା, କିନ୍ତୁ ଅସନ୍ତୁଷ୍ଟ ୨୩ ଜଣ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପଦ ପାଇଁ ନେତା ଦାବି କରିଥିଲେ। ଯିଏକି ଜଣେ ଦେଶରେ ଚେହେରା ହୋଇପାରିବ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାହୁଲ ଗାନ୍ଧୀ ଦଳର ନେତାମାନଙ୍କୁ ଏପର୍ଯ୍ୟନ୍ତ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବେ କି ନାହିଁ କହି ନାହାନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ​ଶୋଚନୀୟ ​ପରାଜୟ ପରେ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ, ଏହା ପରେ ମା’ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ସଭାପତି ହୋଇଥିଲେ। ଯଦି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ପାଇଁ ଇଚ୍ଛା ନକରିବେ ତେବେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଧ୍ୟକ୍ଷ ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ହୋଇପାରନ୍ତି।

କଂଗ୍ରେସର ଜଣେ ଅଧିକାରୀ ତଥା ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ କହିଛନ୍ତି ଯେ ଦଳକୁ ଆଗକୁ ବଢ଼ିବା ପାଇଁ ହେଲେ ଗାନ୍ଧୀ ପରିବାରର ଜଣେ ସଦସ୍ୟଙ୍କୁ କ୍ଷମତା ହସ୍ତାନ୍ତର କରିବା ହେଉଛି କଂଗ୍ରେସ ପାଇଁ ଏକମାତ୍ର ବିକଳ୍ପ।

Related story