ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ସଂସଦୀୟ କ୍ଷେତ୍ର କେରଳର ୱାଇନାଡକୁ ଯିବେ। ଚଳିତ ମାସ ୭ ଓ ୮ ତାରିଖରେ ରାହୁଲ ଗାନ୍ଧି ୱାଇନାଡ ଯିବେ ବୋଲି ରାହୁଲଙ୍କ ୱାଇନାଡ କାର୍ଯ୍ୟାଳୟ ସୂଚନା ଦେଇଛି।
ଏହି ଦୁଇ ଦିନିଆ ଗସ୍ତ ବେଳେ ରାହୁଲ ନିଜ ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଯାଇ ଭୋଟରଙ୍କୁ ଧନ୍ୟବାଦ ଜଣାଇବେ ବୋଲି ସୂଚନା ରହିଛି। ରାହୁଲ ଚଳିତଥର ୟୁପିର ଆମେଠି ଲୋକସଭା ଆସନ ସହିତ କେରଳର ଓ୍ୱାଇନାଡରୁ ନିର୍ବାଚନ ଲଢ଼ିଥିଲେ। ଆମେଠିରୁ ରାହୁଲ ଗାନ୍ଧି ବିଜେପି ପ୍ରାର୍ଥୀ ସ୍ମତି ଇରାନୀଙ୍କ ପାଖରୁ ହାରିଥିବା ବେଳେ ଓ୍ୱାଇନାଡରେ ରେକର୍ଡ ସଂଖ୍ୟକ ୪ ଲକ୍ଷ ୩୧ ହଜାର ୭୭୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଗଞ୍ଜେଇ ସହ ଧରାପଡ଼ିଲେ ବିଧାୟିକାଙ୍କ ପୁଅ, ଅଭିଯୋଗକୁ ଖଣ୍ଡନ କଲେ ମା'
ଥାକଜୀ ବ୍ରିଜ ତଳୁ ଏକ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ଗଞ୍ଜେଇ ଜବତ ହୋଇଥିଲା। ଏହି ମାମଲାରେ ସିପିଏମ୍ ବିଧାୟିକା ୟୁ ପ୍ରତିଭାଙ୍କ ପୁଅ ସମେତ ୯ ଜଣଙ୍କୁ ଗିରଫ କରାଯାଇଥିଲା।
National
ଜହ୍ଲାଦ ପାଲଟିଲା ସ୍ୱାମୀ, ତୃତୀୟ ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା
ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।
National
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି. ଗୁକେଶ
ମୋଦିଙ୍କୁ ନିଜ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ମେଡାଲ୍ ଦେଖାଇବା ସହିତ, ସେ ଜିତିଥିବା ମ୍ୟାଚର ଅରିଜିନାଲ୍ ଚେସବୋର୍ଡ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ଗୁକେଶ।
Crime
କବାଟ ଲକରେ କେମିତି ଝୁଲିଲେ ମହିଳା? ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ
ମହିଳାଙ୍କ ମୃତଦେହ ତାଙ୍କ ଘର କବାଟର ଲକରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ମହିଳାଙ୍କୁ ଜଣେ ପୁଲିସ କନଷ୍ଟେବଲ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।
Accident
ଅଭିନେତ୍ରୀଙ୍କ କାର ଧକ୍କାରେ ଶ୍ରମିକ ମୃତ, ଏକାଧିକ ଗୁରୁତର
ଲୋକପ୍ରିୟ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେ ଏକ ଶୁଟିଂ ସାରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।