ହରିଆନାରେ ବିଏସପି ସହ ମେଣ୍ଟ କରି ଲଢ଼ିବ କଂଗ୍ରେସ!

ନୂଆଦିଲ୍ଲୀ: ଆଗାମୀ ଦନିରେ ହରିଆନା ବିଧାନସଭା ନିର୍ବାଚନ ରହିଛି। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଏବେ ସମସ୍ତ ଦଳ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସ ବିଧାୟକ ଦଳର ନେତା ଭାବେ ଭୂପିନ୍ଦର ସିଂହ ହୁଡ୍ଡା ଏବଂ ଦଳର ରାଜ୍ୟ ସଭାପତି କୁମାରୀ ସେଲଜା ଘୋଷଣା ହେବା ପରେ କଂଗ୍ରେସ ଏବେ ଆଗ୍ରେସିଭ୍ ମୁଡ଼ରେ ରହିଛି। ବିଜେପି ସରକାରକୁ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସ ଏବେ ବିଏସପି ସହ ମେଣ୍ଚ କରିବ ବୋଲି ଯୋଜନା କରୁଛି। […]

mayawati-gandhi

Subhransu Sekhar
  • Published: Monday, 09 September 2019
  • , Updated: 09 September 2019, 01:56 PM IST

ନୂଆଦିଲ୍ଲୀ: ଆଗାମୀ ଦନିରେ ହରିଆନା ବିଧାନସଭା ନିର୍ବାଚନ ରହିଛି। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଏବେ ସମସ୍ତ ଦଳ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସ ବିଧାୟକ ଦଳର ନେତା ଭାବେ ଭୂପିନ୍ଦର ସିଂହ ହୁଡ୍ଡା ଏବଂ ଦଳର ରାଜ୍ୟ ସଭାପତି କୁମାରୀ ସେଲଜା ଘୋଷଣା ହେବା ପରେ କଂଗ୍ରେସ ଏବେ ଆଗ୍ରେସିଭ୍ ମୁଡ଼ରେ ରହିଛି।

ବିଜେପି ସରକାରକୁ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସ ଏବେ ବିଏସପି ସହ ମେଣ୍ଚ କରିବ ବୋଲି ଯୋଜନା କରୁଛି। କେନ୍ଦ୍ର କଂଗ୍ରେସ ନେତା ମେଣ୍ଟ ନେଇ କୌଣସି ଆଲୋଚନା କରିନଥିବା ବେଳେ ରାଜ୍ୟର ପ୍ରମୁଖ ନେତା ବିଏସପି ସହ ମେଣ୍ଟ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି।

ହରିଆନାର ଆଞ୍ଚଳିକ ଦଳ ଜନନାୟକ ଜନତା ପାର୍ଟି ସହ ବିଏସପିର ମେଣ୍ଚ ହେବା ଚର୍ଚ୍ଚା ଭାଙ୍ଗିବା ପରେ କଂଗ୍ରେସ ନେତା ହୁଡ୍ଡା ବିଏସପି ସହ ମେଣ୍ଚ ପାଇଁ ଆଗଭର ପ୍ରକାଶ କରିଛନ୍ତି। ମାୟାବତୀଙ୍କ ସହ ହୁଡ୍ଡା ମଧ୍ୟ ଆଲୋଚନା କରୁଥିବା ସୂଚନା ରହିଛି। ହରିଆନାରେ ବିଏସପିର କିଛି ପକେଟ ଭୋଟ ରହିଛି। ତେଣୁ କଂଗ୍ରେସ ବିଏସପି ସହ ମେଣ୍ଟ କରିବାକୁ ଚାହୁଁଛି ବୋଲି ଜଣାପଡ଼ିଛି। ହରିଆନାରେ ବିଜେପି ଶାସକ ଦଳରେ ରହିଥିବା ବେଳେ ବିରୋଧୀ ଭାବେ ଇଣ୍ଡିଆନ୍ ନେଶନାଲ ଲୋକ ଦଳ (ଆଇଏନଏଲଡି) ରହିଛି। ଏହି ଦଳର ଅଧିକାଂଶ ବିଧାୟକ ଓ ନେତା ବିଜେପିରେ ମିଶି ଯାଇଥିବାରୁ ଏବେ ଆଇଏନଏଲଡି ଅସ୍ଥିତ୍ୱ ହରାଇଛି। ତେଣୁ କଂଗ୍ରେସ ବିଏସପି ସହ ମେଣ୍ଟ କରି କ୍ଷମତାକୁ ଫେରିବା ପାଇଁ ଚେଷ୍ଟା କରୁଛି। ୨୦୧୪ରେ ବିଜେପି ହରିଆନାରେ ବିଧାନସଭା ନିର୍ବାଚନରେ ବହୁମତ ପାଇଥିଲା। ଏହା ପୂର୍ବରୁ ୧୦ ବର୍ଷ ଧରି ହରିଆନାରେ କଂଗ୍ରେସ କ୍ଷମତାରେ ଥିଲା।

ଅନ୍ୟପଟେ କେନ୍ଦ୍ର କଂଗ୍ରେସର ପ୍ରମୁଖ ନେତା ଗୁଲାମ ନବୀ ଆଜାଦ୍ ମେଣ୍ଟ ଆଲୋଚନାକୁ ଖାରଜ କରିଛନ୍ତି। ହରିଆନାରେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଯାଇଥିବା ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶରେ କଂଗ୍ରେସ ସହ ବିଏସପି ମେଣ୍ଚ ନକରି ସମାଜବାଦୀ ପାର୍ଟି ସହ ମେଣ୍ଟ କରିଥିଲା। ଏହାପରେ ଦୁଇ ଦଳ ପରାଜୟ ପାଇଁ ପରସ୍ପରକୁ ଦୋଷ ଦେବାରୁ ମେଣ୍ଟ ଏବେ ଭାଙ୍ଗିଯାଇଛି। ଏଭଳି ସ୍ଥିତିରେ ମାୟାବତୀ କଂଗ୍ରେସ ସହ ମେଣ୍ଟ କରିବେ ନାହିଁକି ସ୍ପଷ୍ଟ ହୋଇନି।

ଅନ୍ୟପଟେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ହରିଆନାର ନିର୍ବାଚଲ ରାଲିରେ ଯୋଗ ଦେଇ ଖଟ୍ଟର ସରକାରଙ୍କ ନୀତିକୁ ସମାଲୋଟନା କରିଥିଲେ।

 

Related story