କଂଗ୍ରେସରେ ସାଂଗଠନିକ ପରିବର୍ତ୍ତନ, କିଏ କିଏ ମୁଖ୍ୟ ସ୍ରୋତକୁ ଫେରିଲେ?

ନୂଆଦିଲ୍ଲୀ: ଶୁକ୍ରବାର କଂଗ୍ରେସ ପାର୍ଟି ସାଂଗଠନିକ ପରିବର୍ତ୍ତନ କରିଛି। ଗୁଲାମ ନବୀ ଆଜାଦଙ୍କ ଭଳି ଭେଟେରାନଙ୍କୁ ଦଳ ମହାସଚିବ ପଦବୀରୁ ହଟାଇଥିବା ବେଳେ ବିଶ୍ୱସ୍ତ ପାଲଟିଥିବା ରଣଦୀପ ସୁରଜେଓ୍ନାଲାଙ୍କୁ ମହାସଚିବ ପଦବୀରେ ବସାଇଛନ୍ତି ସୋନିଆ ଗାନ୍ଧୀ। ତେବେ ଏହି ପରିବର୍ତ୍ତନ ଆଗକୁ ହେବାକୁ ଥିବା ମଧ୍ୟପ୍ରଦେଶ ଉପ ନିର୍ବାଚନ, ବିହାର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ବଳ ଯୋଗାଇବ ବୋଲି ଦଳ ଆଶା ରଖିଛି। ରାହୁଲ ଗାନ୍ଧୀ ଦଳର ନେତୃତ୍ୱ ନେଉଥିବା ବେଳେ ଦଳର ମୁଖ୍ୟ […]

Ghulam-Nabi-Azad-Ambika-Soni-and-Mallikarjun-Kharge (1)

Subhransu Sekhar
  • Published: Saturday, 12 September 2020
  • Updated: 12 September 2020, 09:15 PM IST

Sports

Latest News

ନୂଆଦିଲ୍ଲୀ: ଶୁକ୍ରବାର କଂଗ୍ରେସ ପାର୍ଟି ସାଂଗଠନିକ ପରିବର୍ତ୍ତନ କରିଛି। ଗୁଲାମ ନବୀ ଆଜାଦଙ୍କ ଭଳି ଭେଟେରାନଙ୍କୁ ଦଳ ମହାସଚିବ ପଦବୀରୁ ହଟାଇଥିବା ବେଳେ ବିଶ୍ୱସ୍ତ ପାଲଟିଥିବା ରଣଦୀପ ସୁରଜେଓ୍ନାଲାଙ୍କୁ ମହାସଚିବ ପଦବୀରେ ବସାଇଛନ୍ତି ସୋନିଆ ଗାନ୍ଧୀ। ତେବେ ଏହି ପରିବର୍ତ୍ତନ ଆଗକୁ ହେବାକୁ ଥିବା ମଧ୍ୟପ୍ରଦେଶ ଉପ ନିର୍ବାଚନ, ବିହାର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ବଳ ଯୋଗାଇବ ବୋଲି ଦଳ ଆଶା ରଖିଛି।

ରାହୁଲ ଗାନ୍ଧୀ ଦଳର ନେତୃତ୍ୱ ନେଉଥିବା ବେଳେ ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲାଙ୍କୁ ସୋନିଆ ଗାନ୍ଧୀ ମହାସଚିବ ପଦବୀରେ ବସାଇଛନ୍ତି। ଏଥିସହିତ ତାଙ୍କୁ କର୍ଣ୍ଣାଟକ ଦାୟିତ୍ୱ ଦିଆଯାଇଛି। ଏହାବାଦ ସୋନିଆ ଗାନ୍ଧୀଙ୍କୁ ପରାମର୍ଶ ଦେବା ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର କମିଟିର ସଦସ୍ୟରେ ମଧ୍ୟ ସୁରଜେଓ୍ୱାଲା ସ୍ଥାନ ପାଇଛନ୍ତି।

ତେବେ ଦୀର୍ଘ ଦିନ ଧରି କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ, ୨୪ ଆକବର ରୋଡରେ ସକ୍ରିୟ ଭୂମିକାରେ ନଥିବା ଦିଗବିଜୟ ସିଂ, ସଲମାନ ଖୁର୍ସିଦ ଏବଂ ତାରିକ ଅନୱାରଙ୍କ ସମେତ ଦଳର ଅନେକ ନେତା ଏବେ ସାଂଗଠିନକ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସିଛନ୍ତି। ସେହିପରି ସୋନିଆ ଗାନ୍ଧୀ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ର ପୁନର୍ଗଠନ କରିଛନ୍ତି, ଯେଉଁଥିରେ ରାଜୀବ ଶୁକ୍ଲା, ପ୍ରମୋଦ ତିୱାରୀ, ପୱନ କୁମାର ବଂଶଲ ଏବଂ ଆଉ କିଛି ନେତା ସାମିଲ୍ ହୋଇଛନ୍ତି। ଏହି କମିଟିରେ ଓଡ଼ିଶାର ଏକମାତ୍ର କଂଗ୍ରେସ ନେତା ଥିବା ରାମଚନ୍ଦ୍ର ଖୁଣ୍ଟିଆ କିନ୍ତୁ ବାଦ୍ ପଡ଼ିଛନ୍ତି।

ଦଳର ଏହି ସାଂଗଠନିକ ପରିବର୍ତ୍ତନ ଅଭିଜ୍ଞ ନେତା ଏବଂ ଯୁବ ନେତାଙ୍କ ମଧ୍ୟରେ ସର୍ବୋତ୍ତମ ସନ୍ତୁଳନ ରଖିଛି। କଂଗ୍ରେସର ଜଣେ ବରିଷ୍ଠ ନେତା ଏହାକୁ ନେଇ କହିଛନ୍ତି, ଅଭିଜ୍ଞ ତଥା ଯୁବ ନେତାଙ୍କ ମଧ୍ୟରେ ସର୍ବୋତ୍ତମ ସନ୍ତୁଳନ ସୃଷ୍ଟି ହୋଇଛି। ଏବେ ବିଭିନ୍ନ ରାଜ୍ୟରେ କଂଗ୍ରେସର ସଂଗଠନ ଶକ୍ତିଶାଳୀ ହେବ ଏବଂ ଏହାର ଫଳାଫଳ ନିର୍ବାଚନରେ ​​ମଧ୍ୟ ଦେଖାଯିବ।

ଏକଦା ରାହୁଲ ଗାନ୍ଧୀଙ୍କ ନିକଟତର ତଥା ଦଳର ପ୍ରଭାବଶାଳୀ ନେତା ଥିବା ଦିଗବିଜୟ ସିଂ ପୁଣି ଥରେ ସିଡବ୍ଲ୍ୟୁସିର ସ୍ଥାୟୀ ସଦସ୍ୟ ହୋଇଛନ୍ତି। ରାହୁଲ ଗାନ୍ଧୀ ଦଳର ସଭାପତି ହେବା ସେ ୨୦୧୮ରେ ମହାସଚିବ ପଦରୁ ମୁକ୍ତ ହୋଇଥିଲେ।

ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ସିଦ ମଧ୍ୟ ଗତ କିଛି ବର୍ଷ ଧରି ଜାତୀୟ ସଂଗଠନରେ ସକ୍ରିୟ ଭୂମିକା ଗ୍ରହଣ କରୁନଥିଲେ। ଏବେ ସେ ମଧ୍ୟ ସିଡବ୍ଲ୍ୟୁସିରେ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ହୋଇଛନ୍ତି।

ସେହିପରି କଂଗ୍ରେସ ଛାଡ଼ି ଶରଦ ପଓ୍ୱାରଙ୍କ ସହିତ ଏନସିପି ଗଢ଼ିଥିବା ତାରିକ ଅନୱାର ଦୀର୍ଘ ସମୟ ପରେ କଂଗ୍ରେସକୁ ଫେରିଛନ୍ତି।  ୨୦୧୯ ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ସେ କଂଗ୍ରେସକୁ ଫେରିଥିଲେ। ଉପହାର ସ୍ୱରୂପ ତାଙ୍କୁ ଦଳରେ ମହାସଚିବ ପଦବୀରେ ନିଯୁକ୍ତ କରିଛନ୍ତି କଂଗ୍ରେସ ହାଇକମାଣ୍ଡ।

ଏହା ସହିତ ରାଜୀବ ଶୁକ୍ଲାଙ୍କୁ ହିମାଚଳ ପ୍ରଦେଶରେ ଦଳ ପ୍ରଶାସନର ଦାୟିତ୍ୱରେ ରଖାଯାଇଛି। ପବନ କୁମାର ବଂଶଲ ଏବଂ ଉତ୍ତରପ୍ରଦେଶରୁ ଆସିଥିବା ବରିଷ୍ଠ ନେତା ପ୍ରମୋଦ ତିୱାରୀଙ୍କୁ ସିଡବ୍ଲ୍ୟୁସିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି କରିଛି କଂଗ୍ରେସ।

ରାହୁଲଙ୍କର ଅନ୍ୟତମ ବିଶ୍ୱସ୍ତ ମଧୁସୂଦନ ମିଷ୍ଟ୍ରିଙ୍କୁ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ଆୟୋଗର ଅଧ୍ୟକ୍ଷ କରାଯାଇଛି। ରାହୁଲଙ୍କ ନିକଟତମ ମାଣିକାମ ଟାଗୋର ଏବଂ ଦୀନେଶ ଗୁଣ୍ଡୁରାଓଙ୍କୁ ପ୍ରଭାରୀ ଭାବରେ ଦାୟିତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଦଳକୁ ମଜବୁତ କରିବା ପାଇଁ ହେଲେ ଆମୂଳଚୂଳ ପରିବର୍ତ୍ତନ କରିବା ଆବଶ୍ୟକ। ତେଈଶ ପ୍ରମୁଖ କଂଗ୍ରେସ ନେତା ହସ୍ତାକ୍ଷର କରି ଏ ନେଇ ସୋନିଆଙ୍କୁ ଚିଠି ଲେଖିଥିଲେ। ଏହି ପ୍ରସ୍ତାବ କିନ୍ତୁ ଗାନ୍ଧୀ ପରିବାରର ସମର୍ଥକଙ୍କ ଆଗରେ ଖାରଜ ହୋଇଥିଲା। ସେହି ନେତାମାନେ କିନ୍ତୁ ଏବେ ଦଳରେ କୋଣଠେସା ହୋଇଛନ୍ତି। ଗୁଲାମ ନବୀ ଆଜାଦ୍, ମନୀଷ ତିଓ୍ୱାରୀ,, ଅମ୍ୱିକା ସୋନୀ, ଆନନ୍ଦ ଶର୍ମା, ମଲ୍ଲିକାର୍ଜୁନ ଖାଡଗେ ଆଦି ଏବେ ଦଳର ମୁଖ୍ୟ କାର୍ଯ୍ୟଧାରାରୁ ହଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story